Swastik Tv News Odisha

ଦେଖନ୍ତୁ ଭିଡିଓ : ବ୍ରିଜ ଉପରେ Couple କରୁଥିଲେ କିସ୍ ଓ ରୋମାନ୍ସ କିଛି ଲୋକ ଭିଡିଓ କରି ସୋସିଆଲ ମିଡ଼ିଆ ରେ Upload କରିଲେ

0

ପ୍ରତିଦିନ କିଛି ନା କିଛି ସକିଙ୍ଗ ଭିଡିଓ ସୋସିଆଲ ମିଡିଆରେ ନିଶ୍ଚୟ ଦେଖୁଥିବେ , କିନ୍ତୁ ସେଥି ମଧ୍ୟରୁ କିଛି ଆଶ୍ଚର୍ଯ୍ୟ ଜନକ ଭିଡିଓ ହୋଇଥିବା ବେଳେ ଆଉ କେତେକ ଛାତିଥରା ଦୃଶ୍ୟ ହୋଇଥାଏ । ସେମିତି ଏକ ଆଶ୍ଚର୍ଯ୍ୟ ଜନକ ଭିଡିଓ ଦେଖିବାକୁ ମିଳିଛି ସାଉଥ ଆମେରିକା ର ରାଜଧାନୀ ପୁର ରେ । ଯେଉଁଠି ଦେଖିବାକୁ ମିଳିଛି ଗୋଟିଏ ପ୍ରେମୀ ଯୁଗଳ ଲିପ ଲକ କରୁଥିବା ସମୟରେ ଅସାବଧାନତା ବଶତଃ ପାଖାପାଖି 50 ଫୁଟ ଉଚ୍ଚତାର ପୋଲରୁ ତଳେ ପଡି ଯାଇଛନ୍ତି । ଯାହାଫଳରେ ସେହି ଦୁହିଁଙ୍କର ମୃତ୍ୟୁ ହୋଇଯାଇଛି , ତେବେ ଏହି ଭିଡିଓକୁ ପାଖରେ ଥିବା ଅନ୍ୟ ଯାତ୍ରୀ ମାନେ ଫୋଟ ଉଠାଇ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ ସେହି ଦମ୍ପତ୍ତିଙ୍କର ନା ହେଉଛି ମେବେଥ ଏସପିନୋଜ ଓ ହେକ୍ଟର ବିଦଲ ଅଟେ । ଏହି ଦମ୍ପତ୍ତି ଜଣକ ରାଜଧାନୀ ପେରୁ ର କସ୍କୋ ସହର ସ୍ଥିତ ଏକ ନାଇଟକ୍ଲବରୁ ଦୁହେଁ ସାଙ୍ଗ ହୋଇ ଫେରୁଥିଲେ । ଦୁହେଁ ସେହି କ୍ଲବରୁ ଫେରୁଥିବା ସମୟରେ ଅଳ୍ପ ଦୂରରେ ଥିବା ଏକ ପୋଲ ଉପରେ ଯାଇ ଅଟକି ଥିଲେ । ଏହାପରେ ସେମାନେ ପୋଲର କାନ୍ଥ ଆଡକୁ ଛିଡା ହୋଇ ହଠାତ୍ ପରସ୍ପର କିସ କରିବାକୁ ଲାଗିଲେ । ସେହି ସମୟରେ ଘଟିଥିଲା ଏପରି ଅଘଟଣ , 34 ବର୍ଷର ମେବେଥ ଏସପିନୋଜ ପୋଲରେ ମେଟାଲ ଦ୍ୱାରା ପ୍ରସ୍ତୁତ ରେଲିଙ୍ଗ ଉପରେ ବସିଗଲେ । ତାଙ୍କ ସହିତ ହେକ୍ଟର ବିଦଲ ମଧ୍ୟ ଥିଲେ ।

ରେଲିଙ୍ଗ ଉପରେ ବସିଥିବା ସମୟରେ ମେବେଥକୁ ହେକ୍ଟର ଧରିଥିଲେ , ସେହି ସମୟରେ ହିଁ ତାଙ୍କର ବାଲେନ୍ସ ବିଗିଡି ଯାଇଥିଲା । ମେବେଲ ଓ ହେକ୍ଟର ଦୁହେଁ ପୋଲର 50 ଫୁଟ ତଳରୁ ଖସି ସିଧା ରାସ୍ତାରେ ପଡିଲେ । ଏହି ସବୁ ଘଟଣା ସିସିଟିଭି ଫୁଟେଜରେ କଏଦ ହୋଇ ଯାଇଥିଲା , ଉଭୟ କିସ କରୁଥିବା ସମୟରେ ନିଜର ଭାରସାମ୍ୟ ହରାଇଥିଲେ । ଯାହାଫଳରେ ତଳେ ପଡିଯାଇ ନିଜର ଜୀବନ ହରାଇ ବସିଥିଲେ । ତେବେ କୁହାଯାଉଛି ସ୍ଥାନ କାଳ ପାତ୍ର ଦେଖି କୌଣସି କାର୍ଯ୍ୟ କରିବା ଉଚିତ , କାରଣ ଟିକିଏ ଅସାବଧାନ ହେଲେ ଏମିତି ଏକ ପରିସ୍ଥିତି ସୃଷ୍ଟି ହୋଇପାରେ ।

ତେଣୁ ଯେ କୌଣସି ବି କାର୍ଯ୍ୟ କରନ୍ତୁ ନା କାହିଁକି ଟିକିଏ ସାବଧାନତାର ସହିତ କରନ୍ତୁ , ନଚେତ୍ ଏପରି ଅସାବଧାନ ହେଲେ ଅନେକ ଜୀବନ ଯିବାର ମଧ୍ୟ ସମ୍ଭାବନା ଥାଏ । ନିଜ ମନରେ ଅନେକ ଖୁସୀ ନେଇ ସେ ଦୁହେଁ ବୁଲିବା ପାଇଁ ଆସିଥିଲେ , କିନ୍ତୁ ଏମିତି ଏକ ଘଟଣା ଘଟିଯିବ ବୋଲି ସେମାନେ କେବେହେଲେ ଭାବି ନଥିଲେ । ପରିଶେଷରେ ସେ ଦୁହିଁଙ୍କୁ ଦୁନିଆ ଛାଡି ଯିବା ପାଇଁ ପଡିଥିଲା । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.