Swastik Tv News Odisha

ଓଡ଼ିଶାରେ ଶୋକର ଲହରୀ ! Abhishek Mohapatra ଙ୍କ ଶେଷ କୃତ୍ୟ ଦର୍ଶନ, ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ଜନ୍ମ ଅଛି ତ ମୃତ୍ୟୁ ମଧ୍ୟ ରହିଛି। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟକୁ ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ। ଭାଗ୍ୟ କାହାକୁ ନେଇ କେତେବେଳେ ଯେ କେଉଁଠି ପକାଇ ଦେବ କେହି ବି କହି ପାରିବେ ନାହିଁ। ମୃତ୍ୟୁ ଯେତେବେଳେ ଆସେ ତାକୁ କେହି ବି ଅଟକାଇ ପାରିବେ ନାହିଁ। ଯାହାକୁ ଶୁଣିବା ମାତ୍ରେ ବହୁତ ଦୁଃଖ ଓ କଷ୍ଟ ଲାଗିଥାଏ। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ପ୍ରକାଶ କରିବେ। ତେବେ ଘଟଣାଟି ହେଉଛି ଅଭିଷେକ ମହାପାତ୍ର କରୋନା ଚିକିତ୍ସା ପାଇଁ ଇକ୍ନୋ ଯାଇଥିଲେ, କିନ୍ତୁ ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ନ ହେବାରୁ ସେ ମୃତ୍ୟୁ ବରଣ କରିଛନ୍ତି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଦୁଃଖ ଦାୟକ କଥା ଅଟେ। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲାର ମନ୍ଦାରୀ ଅଞ୍ଚଳରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଅଭିଷେକ ମହାପାତ୍ର ନାମକ ଜଣେ ଯୁବକ ଇଞ୍ଜିନିୟର ଭାବରେ କାର୍ଯ୍ୟ କରନ୍ତି। ଗତ କିଛି ଦିନ ତଳେ ମୌସୁମୀ ନାମକ ଜଣେ ମହିଳାଙ୍କ ସହ ତାଙ୍କର ବାହାଘର ହୋଇଥିଲା। ବାହାଘରର ୮ ଦିନ ପରେ ସେ କରୋନା ରୋଗରେ ଆକ୍ରାନ୍ତ ହୋଇଥିଲେ। ତାଙ୍କର କରୋନା ଚିକତ୍ସା ପାଇଁ ଭୁବନେଶ୍ବର ସ୍ଥିତ କଳିଙ୍ଗ ମେଡିକାଲରେ ନେଇ ଭର୍ତ୍ତି କରିଥିଲେ। ସେଠି ଚିକିତ୍ସା ହେବା ପରେ ତାଙ୍କର ସ୍ୱାସ୍ତ୍ୟ ଅବସ୍ଥା ପରିବର୍ତ୍ତନ ହେଲା ନାହିଁ। ସେଥିପାଇଁ ଡାକ୍ତର ତାଙ୍କୁ ଇକ୍ନୋ ଚିକିତ୍ସା ପାଇଁ କୋଲକାତା ନେବା ପାଇଁ କହିଥିଲେ।

ତେବେ ଇକ୍ନୋ ଚିକିତ୍ସା ପାଇଁ ବହୁତ ଗୁଡିଏ ଟଙ୍କା ଲାଗିବ ବୋଲି ତାଙ୍କ ପରିବାର ଲୋକ ବ୍ୟସ୍ତ ହୋଇ ପଡ଼ିଥିଲେ। ସେଥିପାଇଁ ତାଙ୍କ ନବ ବିବାହିତା ସ୍ତ୍ରୀ ସାରା ରାଜ୍ୟ ବାସୀଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ। ରାଜ୍ୟ ବା ରାଜ୍ୟ ବାହାରୁ ପ୍ରାୟତଃ ଲୋକ ମାନେ ତାଙ୍କୁ ସାହାଯ୍ୟ, ସହଯୋଗ କରିଥିଲେ। ତାଙ୍କ ପରିବାର ଲୋକ ମାନେ ତାଙ୍କୁ ଇକ୍ନୋ ଚିକିତ୍ସା ପାଇଁ କୋଲକାତା ନେଇଥିଲେ, ସେଠାରେ ସେ ୩ ମାସ ଧରି ଚିକିତ୍ସା ହେବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନ ହୋଇ ସେ ମୃତ୍ୟୁ ବରଣ କରିଛନ୍ତିI ତାଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ସ୍ତ୍ରୀ ଭାରସାମ୍ୟ ହରାଇ ବସିବା ସହିତ ପରିବାର ଲୋକ ମାନଙ୍କ ପାଇଁ ଶୋକର ଛାୟା ଖେଳି ଯାଇଛି। ଏଥି ସହିତ ସାରା ରାଜ୍ୟରେ ମଧ୍ୟ ଦୁଃଖର ଲହରୀ ଖେଳି ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.