Swastik Tv News Odisha

Special Tips – ମୁଣ୍ଡର ବାଳ ପାଚିଲେ କଣ କରିବେ , ଏହାର କାରଣ ଏବଂ ନିରାକରଣ ବିଷୟରେ ଜାଣନ୍ତୁ ୧୦୦% ଗ୍ୟାରେଣ୍ଟି

0

ବର୍ତ୍ତମାନ ସମୟରେ ବାଳ ପାଚିବା ବହୁତ ବଡ ସମସ୍ୟା ପାଲଟି ଗଲାଣି , ଛୋଟ ପିଲା ଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ ଚୁଟି ଭଳି ସମସ୍ୟା ଦେଖାଯାଉଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଚୁଟି ପାଚିବାର କାରଣ ଏବଂ ନିରାକରଣ ବିଷୟରେ ଜଣେଇବୁ । ତେବେ ଆମ ଶରୀରରେ ଏକ କେମିକାଲ ଅଛି , ଯାହାର ନା ହେଉଛି ମେଲାନିନ । ଏହି କେମିକାଲ ଯଦି ଆମ ଶରୀରରେ ଅଧିକ ହୁଏ , ତେବେ ଆମ ଚୁଟି କଳା ରୁହେ । ସେହି କେମିକାଲ ଯଦି ଆମ ଶରୀରରେ କମ ହୁଏ , ତେବେ ସେହି ଦିନ ଠାରୁ ଚୁଟି ପାଚିବା ଷ୍ଟାଟ ହୁଏ ।

ଯେ କୌଣସି ବୟସର ହେଉନା କାହିଁକି , ଯଦି ସେହି କେମିକାଲ ଲେବୁଲ ରେ ରହିଥାଏ ତ ଠିକ ଅଛି । ନଚେତ୍ ଏହି କେମିକାଲ ଆମ ଶରୀରରେ କମ ହେଲେ ଚୁଟି ପାଚିବା ଷ୍ଟାଟ ହୋଇଥାଏ । ଦ୍ୱିତୀୟ କାରଣ ଟି ହେଉଛି ଜେନେରେସନ ଡିଏନେ ଉପରେ । ଯଦି ଆପଣଙ୍କର ଜେଜେବାପା , ବାପା କିମ୍ୱା ମା ଙ୍କର 20 ବର୍ଷ ବୟସରୁ ଚୁଟି ପାଚିବା ଷ୍ଟାଟ ହୋଇଥାଏ , ତେବେ ଆପଣଙ୍କର ମଧ୍ୟ ଚୁଟି ପାଚିବା ସୁନିଶ୍ଚିତ । ଏହା ଡିଏନେ ପ୍ରବ୍ଲେମ , ଏଥିରେ ଆପଣ ମାନେ କିଛି ମଧ୍ୟ କରି ପାରିବେ ନାହିଁ , ଦୁନିଆର କୌଣସି ମେଡିସିନ ନାହିଁ ଡିଏନେ ଜେନେରେସନ ସମ୍ପର୍କିତ ଏହି ସମସ୍ୟାକୁ ଦୂର କରି ପାରିବ ।

ଏହି କେମିକାଲକୁ ବାଲାନ୍ସ କରିବା ପାଇଁ ଆପଣ ମାନେ ଘରୋଇ ଟ୍ରିଟମେଣ୍ଟ କରି ପାରିବେ । ପ୍ରଥମତଃ ଆପଣ ମାନେ ଆପଣଙ୍କ ଖାଦ୍ୟପେୟ ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ , ଅଧିକ ଅଏଲି ଖାଦ୍ୟ ଖାଆନ୍ତୁ ନାହିଁ । ସବୁଜ ପନିପରିବା ଉପରେ ଅଧିକ ଧ୍ୟାନ ଦେବେ , ମୁଖ୍ୟତଃ ଗାଜର , ପତ୍ତାକୋବି ଏହିପରି ସବୁଜ ପନିପରିବା ଉପରେ ଅଧିକ ଧ୍ୟାନ ଦେବେ । ଏହାଛଡା ଆପଣ ମାନେ ପ୍ରତିଦିନ ଦୁଇଟି ଲେଖାଏଁ ଆମଲା ଖାଆନ୍ତୁ । ଯଦି ଆପଣ ମାନେ ତେଲ ଲଗାଉଛନ୍ତି , ତେବେ ଦେଶୀ ନଡିଆକୁ ଘରେ ପ୍ରିପିଆର କରି ସେହି ତେଲକୁ ଲଗାନ୍ତୁ । ମାର୍କେଟ ରେ ମିଳୁଥିବା ତେଲକୁ ଆଦୌ ବ୍ୟବହାର କରନ୍ତୁ ନାହିଁ , କାରଣ ସେଥିରେ ବହୁତ କେମିକାଲ ମିଶ୍ରଣ କରାଯାଇଥାଏ ।

ଏହି ସବୁ ସମସ୍ୟା ନଥିଲେ ଆପଣ ମାନେ ଆୟୁର୍ବେଦିକ ସେମ୍ପୁ ବ୍ୟବହାର କରି ପାରିବେ । ଯଦି ଆପଣଙ୍କର ଡେଣ୍ଡରପ ବା ଚୁଟି ଝଡୁଥିବାର ସମସ୍ୟା ଥାଏ , ତେବେ ଆୟୁର୍ବେଦିକ ସେମ୍ପୁ ଆଦୌ ବ୍ୟବହାର କରନ୍ତୁ ନାହିଁ । ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ଏବଂ ପ୍ରତିଦିନ ସବୁଜ ପନିପରିବା ଖାଆନ୍ତୁ । ଚୁଟିରେ ଘରେ ପ୍ରସ୍ତୁତ ହୋଇଥିବା ଦେଶୀ ନଡିଆ ତେଲର ବ୍ୟବହାର କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.