Swastik Tv News Odisha

ଦେଖନ୍ତୁ Viral ଭିଡିଓ : ପାଣି ସୁଅରେ ଜୀବନ ମୃତ୍ୟୁ ସହ ଲଢେଇ କରୁଥିବା 2 ଜଣ ବ୍ୟକ୍ତି ସହ ହଠାତ୍ ଯାହା ଘଟିଲା, ଦେଖିଲେ ଲୋମ ଟାଙ୍କୁରୀ ଉଠିବ….

0

ବର୍ତ୍ତମାନ ହେଉଛି ବର୍ଷାପାଗ , ତେଣୁ ପ୍ରତ୍ୟେକ ଜିଲ୍ଲାରେ ପ୍ରବଳ ବର୍ଷ ମଧ୍ୟ ହେଉଛି । ଯାହାଫଳରେ ରାସ୍ତା ଘାଟ ନଦୀ ନାଳ ସବୁଠାରେ ପାଣି ଜମା ହୋଇ ରହିଥାଏ । ଏଥିପାଇଁ ଲୋକମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ , ଯାତାୟତ କରିବାରେ ମଧ୍ୟ ଅସୁବିଧା ହୋଇଥାଏ । ଅନେକ ସ୍ଥାନରେ ଆପଣ ମାନେ ଶୁଣିବାକୁ ପାଇଥିବେ ଯେ ପ୍ରଖର ନଦୀ ସ୍ରୋତ ଯୋଗୁଁ ଲୋକମାନେ ଝାଡି ଯାଇ ପ୍ରାଣ ହରାଇ ଥାନ୍ତି । କିନ୍ତୁ ଏମିତି କିଛି ଲୋକମାନେ ରହିଛନ୍ତି , ଯେଉଁମାନେ ବିପଦ ସମ୍ମୁଖକୁ ଜାଣିଶୁଣି ଚାଲି ଯାଇଥାନ୍ତି । ମୃତ୍ୟୁକୁ ଚ୍ୟାଲେଞ୍ଜ ମଧ୍ୟ କରିଥାନ୍ତି , ଶେଷରେ ସେମାନଙ୍କୁ ଭୟଙ୍କର ରୂପ ମଧ୍ୟ ଦେଖିବାକୁ ମିଳିଥାଏ ।

ପ୍ରତିଦିନ କିଛି ନା କିଛି ଘଟଣା ତ ନିଶ୍ଚୟ ଘଟୁଛି , ଯାନବାହାନ ଦୁର୍ଘଟଣା ହେଉ ବା ନଦୀସ୍ରୋତରେ ପଡି ଜୀବନ ହାରିବା ହେଉ । ତେବେ ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି , ଯେଉଁଠି ନଦୀସ୍ରୋତରେ ଦୁଇ ବ୍ୟକ୍ତି ଭାସି ଯାଉଛନ୍ତି । ତେବେ ଆସନ୍ତୁ ଜାଣିବା ଘଟଣାର ପ୍ରକୃତ ରହସ୍ୟ ବିଷୟରେ । ସୂଚନା ଅନୁସାରେ ପ୍ରବଳ ବନ୍ୟା ଯୋଗୁଁ ଚାରିଆଡେ ରାସ୍ତାଘାଟ ପାଣିରେ ବୁଡି ଯାଇଥିଲା । ଖୁବ୍ ଜୋର୍ ରେ ନଦୀସ୍ରୋତ ମଧ୍ୟ ଚାଲିଥିଲା , କିନ୍ତୁ ଏହି ଦୁଇ ଜଣ ଯୁବପିଢୀ ପ୍ରଖର ନଦୀ ସ୍ରୋତକୁ ନଡରି ସେମାନଙ୍କ ବାଇକ ଧରି ସେହି ନଦୀ ସ୍ରୋତରେ ପାର ହେଉଥିଲେ ।

ତେବେ ଉକ୍ତ ବ୍ୟକ୍ତି ଜଣକ ନିଜର ଭାରସାମ୍ୟ ହରାଇ ବନ୍ୟାର ପ୍ରଖର ସ୍ରୋତରେ ଭାସି ଯାଉଛନ୍ତି । ଏମିତିକି ସେ ଦୁହିଁଙ୍କ ମୁଣ୍ଡ ପର୍ଯ୍ୟନ୍ତ ବୁଡି ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏପରି ପରିସ୍ଥିତି ରେ ସେ ଦୁହେଁ ଚିତ୍କାର କରିଥିଲେ ସାହାର୍ଯ୍ୟ ପାଇଁ , ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକମାନେ ସେମାନଙ୍କ ଚିତ୍କାର ଶୁଣି ସେଠାରେ ପହଞ୍ଚିଥିଲେ । ସେଥି ମଧ୍ୟରୁ ଯାହାକୁ ପହଁରା ଆସୁଥିଲା ସେମାନେ , ସେ ଦୁଇ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ । ଯାହାଫଳରେ ସେ ଦୁହିଁଙ୍କ ଜୀବନ ବଞ୍ଚି ଯାଇଥିଲା , ତେବେ ଏହି ଦୃଶ୍ୟଟି କେହି ଜଣେ ନିଜ ମୋବାଇଲ ଫୋନରେ କଏଦ କରି ସୋସିଆଲ ମିଡିଆ ରେ ସେୟାର କରିଥିଲେ ।

ଯାହା ବର୍ତ୍ତମାନ ସମୟରେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଆପଣ ମାନେ ଯଦି ଏପରି ପ୍ରଖର ସ୍ରୋତର ସମ୍ମୁଖୀନ ହେଉଛନ୍ତି , ତେବେ ତା ପାଖକୁ ନଯାଇ ଦୂରରେ ରୁହନ୍ତୁ । ଯାହାଫଳରେ ଆପଣଙ୍କ ଜୀବନ ବଞ୍ଚିଯାଇ ପାରେ , ନଚେତ୍ ଏମିତି ଏକ ଘଟଣା ଘଟି ଯାଇ ପାରେ । ତେଣୁ ବିପଦ ଥିବା ସ୍ଥାନକୁ ନଯାଇ ବା ନିଜ ମୃତ୍ୟୁ ସହ ଚ୍ୟାଲେଞ୍ଜ ନକରି ସତର୍କତା ର ସହିତ ଚଳିବା ଉଚିତ । ତେବେ ଯାଇ ଆପଣ ମାନେ ସୁରକ୍ଷିତ ରହିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.