Swastik Tv News Odisha

ସ୍ତ୍ରୀ ଓ ପିଲାକୁ ବଞ୍ଚାଇବାକୁ ଚିତାବାଘ ସହ ଲଢ଼ି ତାକୁ ମାରିଦେଲେ; VIDEO ଭାଇରାଲ୍ ହେଲା ଆଉ ତା’ପରେ…ଦେଖନ୍ତୁ ଭିଡ଼ିଓ

0

ଜୀବନ ମୃତ୍ୟୁ ଭଗବାନଙ୍କ ଉପରେ ନ୍ୟସ୍ତ ରହିଥାଏ , ଭଗବାନଙ୍କ କୃପା ଯାହା ଉପରେ ରହିଥାଏ ସେ ମୃତ୍ୟୁ ମୁଖରୁ ମଧ୍ୟ ବଞ୍ଚି ଯାଇପାରେ । ଜଣେ ସାଧାରଣ ବ୍ୟକ୍ତି ନିଜର ବୁଦ୍ଧି ବଳରେ ନିଜ ପରିବାରକୁ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିଛନ୍ତି । ଜଣେ ବ୍ୟକ୍ତି ଗାଁ ରାସ୍ତାରେ ନିଜ ସ୍ତ୍ରୀ ଓ ପିଲା ସହ ବାଇକରେ ଯିବା ସମୟରେ ପଛ ପଟୁ ଏକ ପଶୁ ଆସି ଏକାଥରେ ବାଇକ ଉପରକୁ ଡିଆଁ ମାରିଥିଲେ । କିନ୍ତୁ ବ୍ୟକ୍ତି ଜଣକ ନିଜ ସାହସିକତା ପ୍ରଦର୍ଶନ କରି ପଶୁ ସହିତ ଲଢେଇ କରି ନିଜ ପରିବାରକୁ ବଞ୍ଚି ପାରିଛନ୍ତି ।

ତେବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ହାସନ ଜିଲ୍ଲାରେ ଦେଖିବାକୁ ମିଳିଛି । ବେଙ୍ଗାଲୁର ଠାରୁ 180 କିଲୋମିଟର ଦୂରରେ ଥିବା ଆରାସିକେରେ ତାଲୁକର ବାସିନ୍ଦା ରାଜଗୋପାଳ ନାୟକ ନିଜ ପତ୍ନୀ ଓ ପିଲାକୁ ନେଇ ମୋଟରସାଇକେଲରେ ଘରକୁ ଫେରୁଥିଲେ । ଠିକ୍ ସେହି ସମୟରେ ଏକ ଚିତାବାଘ ବୁଦା ମୂଳରୁ ତାଙ୍କ ଉପରକୁ ଝାମ୍ପ ମାରିଥିଲା । ପ୍ରଥମେ ଚିତାବାଘଟି ପିଲାଟିର ଗୋଡକୁ କାମୁଡି ଦେଇଥିଲା , ପରେ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ସେହି ସମୟରେ ରାଜଗୋପାଳ ନିଜର ସାହସିକତା ପ୍ରଦର୍ଶନ କରିଥିଲେ , ସେ ଚିତାବାଘଟିର ବେକକୁ ଚାପି ମୁଣ୍ଡରେ ପ୍ରହାର କରିଥିଲେ ।

ଚିତାବାଘଟି ଖସି ପଳାଇବା ପାଇଁ ମଧ୍ୟ ଉଦ୍ୟମ କରିଥିଲା ଏବଂ ରାଜଗୋପାଳଙ୍କୁ ମଧ୍ୟ ଆକ୍ରମଣ କରିଥିଲା । କିନ୍ତୁ ଏହାପରେ ବି ରାଜଗୋପାଳ ହାର ମାନିନଥିଲେ , ନିଜର ଜୀବନ ବଞ୍ଚାଇବା ପାଇଁ ଚିତାବାଘର ବେକଟିକୁ ଚିପି ଶ୍ୱାସରୁଦ୍ଧ କରି ଦେଇଥିଲେ । ଶେଷରେ ବାଘଟି ମୃତ୍ୟୁବରଣ କରିଥିଲା , ତେବେ ଏହି ଦୃଶ୍ୟକୁ ଦେଖିବା ପାଇଁ ଅନେକ ଜନଗହଳି ପୂର୍ଣ୍ଣ ସମାବେଶ ହୋଇଥିଲା । ଏହି ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଲା , ଏହି ଦୃଶ୍ୟ ଦେଖିବା ପରେ ଲୋକମାନେ ରାଜଗୋପାଳଙ୍କୁ ରିଅଲ୍ ଲାଇଫ୍ ଜର୍ଜ କୁଟି ବୋଲି କହିଥିଲେ ।

ହାସନ ଡିଭିଜନର ଡିପୁଟି କନେଷ୍ଟବଳ ଅଫ୍ ଫରେଷ୍ଟ କେ. ଏନ ବାସଭରାଜ କହିଛନ୍ତି ଯେ , ଜଙ୍ଗଲରୁ କିଛି ଶବ୍ଦ ଶୁଣାଯିବା ପରେ କ୍ଷେତରେ କାମ କରୁଥିବା ଲୋକମାନେ ସଙ୍ଗେ ସଙ୍ଗେ ଏକତ୍ରିତ ହୋଇ ସେଠାରେ ପହଞ୍ଚିଥିଲେ ଏବଂ ଚିତାବାଘ ଉପରେ ଆକ୍ରମଣ କରି ହତ୍ୟା କରିଥିଲେ । ପୂର୍ବରୁ ଅନେକ ଥର ଭୋଭି କଲନୀରେ ଚିତାବାଘ ନଜର ଆସିଥିଲା ଏବଂ ଜଣେ ମା ଓ ପୁଅ ଉପରେ ଆକ୍ରମଣ ମଧ୍ୟ କରିଥିଲା ।ପ୍ରାଥମିକ ତଦନ୍ତରୁ ଜଣା ପଡିଛି ଯେ ଚିତାବାଘ ଟିକୁ ଦାଆରେ ଆକ୍ରମଣ କରାଯାଇଥିଲା , କାରଣ ତା ଶରୀରରେ ଦୁଇ ତିନୋଟି କଟା ଚିହ୍ନ ଦେଖିବାକୁ ମିଳିଥିଲା । ପୋଷ୍ଟ ମର୍ଟମ କରିବା ପରେ ଚିତାବାଘ ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କ ରେ ଜାଣି ହେବ ବୋଲି କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.