Swastik Tv News Odisha

Special ସରକାରଙ୍କ ବଡ ନିଷ୍ପତି ! ଦୁଷ୍କର୍ମ କାରୀଙ୍କୁ ମିଳିବନି ଆଉ ତ୍ରାହି, ଯେଉଁମାନେ ଦୁଷ୍କର୍ମ କରୁଛନ୍ତି ସେମାନଙ୍କୁ ଇଂଜେକସନ ଦେଇ ନପୁଂସକ କରାଯିବ, ଏମିତି ଆଇନ କରି ଉଦାହରଣ ପାଲଟିଛନ୍ତି ସରକାର

0

ବର୍ତ୍ତମାନ ର ଅତ୍ୟାଧୁନିକ ଯୁଗରେ ଟେକ୍ନଲୋଜି ବହୁତ ଆଗକୁ ଗଲାଣି , ଅନେକ ପ୍ରକାର ଅତ୍ୟାଧୁନିକ ଯନ୍ତ୍ରପାତିର ମଧ୍ୟ ଉଦ୍ଭାବନ ହେଲାଣି । କିନ୍ତୁ ଏହା ପରେ ମଧ୍ୟ ବର୍ତ୍ତମାନ ସମୟରେ ଲୋକମାନଙ୍କ ଚିନ୍ତାଧାରା ବଦଳି ନାହିଁ । ସେମାନଙ୍କ ଚିନ୍ତାଧାରା ବଦଳିବା ପରିବର୍ତ୍ତେ ଗୋଟିଏ ପରେ ଗୋଟିଏ ଅସାମାଜିକ କାର୍ଯ୍ୟ କରି ଚାଲିଛନ୍ତି । ବର୍ତ୍ତମାନ ସମୟରେ ଚୋରୀ , ଡକାୟତ , ବଳତ୍କାର ଅଧିକ ମାତ୍ରାରେ ବଢିବାରେ ଲାଗିଛି । ସବୁଠାରୁ ଅଧିକ ମାତ୍ରାରେ ବଳତ୍କାର ହେଉଛି , କାମନା ବାସନା ପୂରା କରିବାକୁ ଯାଇ ପୁରୁଷ ମାନେ ମହିଳା ମାନଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଛି ।

ଏହି ଦୁଷ୍କର୍ମକାରୀଙ୍କୁ ରୋକିବା ପାଇଁ ବିଭିନ୍ନ ଦେଶରେ ଅଲଗା ଅଲଗା ପ୍ରକାର ଦଣ୍ଡ ବିଧାନ ରହିଛି , ଏହା ପରେ ମଧ୍ୟ ସଇତାନ ମାନେ ତାକୁ ଖାତିର କରୁ ନାହାନ୍ତି । ଏହାକୁ ଆଖି ଆଗରେ ରଖି ସଇତାନ ମାନଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ କାଜିସ୍ତାନ ର ସରକାର ଏକ କୋଠର ଆଇନ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ସୂଚନା ଅନୁସାରେ କାଜିସ୍ତାନର ସରକାର 2018 ମସିହାରେ ଏକ ଆଇନ ପାସ କରିଥିଲେ । ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ଯେଉଁ ବ୍ୟକ୍ତି ନାବାଳିକା କୁ ଦୁଷ୍କର୍ମ କରିବ , ତାହାକୁ ଜେଲ ଦଣ୍ଡ ସହ ନପୁଂସକ କରି ଦିଆଯିବ ।

ସରକାରଙ୍କ ଏପରି ଏକ ନିଷ୍ପତ୍ତି ନେବରା କାରଣ ହେଉଛି ଏହିକି ଯେ ଏପରି କୋଠର ଶାସନ ବ୍ୟବସ୍ଥା କରାଗଲେ , ଏହି ସଇତାନ ମାନେ ଏପରି ଏକ ଘୂର୍ନ୍ୟ କାର୍ଯ୍ୟ କରିବା ପୂର୍ବରୁ ଥରେ ଏହି ଦଣ୍ଡ ବିଷୟରେ ନିଶ୍ଚିତ ଭାବିବେ । କାଜିସ୍ତାନ ସରକାରଙ୍କ କହିବା ଅନୁସାରେ ଦୁଷ୍କର୍ମ ଏମିତି ଏକ ଲଜ୍ୟା ଜନକ ଘଟଣା , ଯାହା ଜଣେ ଝିଅର ଜୀବନକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଥାଏ । ସମାଜ ଆଗରେ ତାକୁ ମୁଣ୍ଡ ନୁଆଁଇ ଚାଲିବାକୁ ପଡିଥାଏ , ଅନେକ ଅପବାଦ ମଧ୍ୟ ସହ୍ୟ କରିବାକୁ ପଡିଥାଏ ।

ଏହି ଅପବାଦକୁ କେହି କେହି ସହ୍ୟ ନକରି ପାରି ଆତ୍ମହତ୍ୟା ମଧ୍ୟ କରିଥାନ୍ତି । କାଜିସ୍ତାନରେ ଏହି ନିୟମ ଲାଗୁ ହେବା ପରେ ଜଣେ 16 ବର୍ଷୀୟ ନାବାଳିକା କୁ ଦୁଷ୍କର୍ମ କରିଥିବା ଯୁବକଙ୍କୁ 15 ବର୍ଷ ଜେଲ ଦଣ୍ଡ ବିଧାନ କରିବା ସହ ନପୁଂସକ କରାଯିବାର ଇଂଜେକ୍ସନ ଦିଆଯାଇଥିଲା । ସୂଚନା ଅନୁସାରେ ଏହି ଦୋଷୀ ମାନଙ୍କ ଠାରେ Cyproterone ନାମକ ଷ୍ଟେରଏଡ କୁ ଆଣ୍ଟିଏଣ୍ଟ୍ରୋଜେନ୍ ଔଷଧରେ ବ୍ୟବହାର କରି ଅପରାଧୀଙ୍କୁ ନପୁଂସକ କରାଯାଏ ।

ଏହି ଔଷଧର ବ୍ୟବାହର କେନସର ଚିକିତ୍ସା ପାଇଁ ବ୍ୟବହାର କରାଯାଏ , ଯାହାଫଳରେ ଦୁଷ୍କର୍ମକାରୀ ମାନେ କେବେବି ପରିବାର ଗଠନ କରିବାର ସୌଭାଗ୍ୟ ସବୁଦିନ ପାଇଁ ହରେଇଥାନ୍ତି । ଏହି ନିୟମ ଭାରତ ସରକାର ମଧ୍ୟ ଗ୍ରହଣ କରିବା ଉଚିତ , ତେବେ ଯାଇ ଦେଶରେ ଦୁଷ୍କର୍ମ ହାର କମ ହେବ ବୋଲି ଅନୁମାନ କରାଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.