Swastik Tv News Odisha

ଦେଖନ୍ତୁ Shocking Video : ସମୁଦ୍ର ଭିତରେ ବାତ୍ୟା ଭିଡ଼ିଓ କରି ସାଙ୍ଗକୁ ପଠାଇଥିଲେ ଯୁବକ, କିନ୍ତୁ ହେଲା କିଛି ଏମିତି କି ମୃତ୍ୟୁ ପୂର୍ବର ଶେଷ ଭିଡ଼ିଓ ହେଲା ଭାଇରାଲ…

0

ବିରାଟକାୟ ସଂସାରରେ ଯେ ହିଁ ସୃଷ୍ଟି କର୍ତ୍ତା ସେହି ସଂହାର କର୍ତ୍ତା , ତାଙ୍କ ବିନା ଅନୁମତିରେ ଗଛରେ ଗୋଟିଏ ପତ୍ର ମଧ୍ୟ ଖସିବ ନାହିଁ । ସେ ହିଁ ଜଗତ ଇଶ୍ୱର , ତାଙ୍କ ଠାରେ ସମସ୍ତ ପ୍ରଣୀ କିଙ୍କର । ପୃଥିବୀରେ ଅନେକ ପ୍ରକାର ବିପର୍ଯ୍ୟୟ ସୃଷ୍ଟି ହୋଇଥାଏ , ଯାହାଫଳରେ ଅନେକ ଧନ ଜୀବନ ମଧ୍ୟ ନଷ୍ଟ କରିଥାଏ । ମଣିଷ ଜୀବନରେ କେତେବେଳେ କଣ ଘଟିବ ତାହା କେହି ଜାଣି ପାରି ନଥାଏ । ଅନେକ ସମୟରେ ହଠାତ୍ ଏମିତି କିଛି ବିପର୍ଯ୍ୟୟ ଆସିଥାଏ , ତାହା ମନୁଷ୍ୟକୁ ମୃତ୍ୟୁ ମୁଖକୁ ମଧ୍ୟ ଠେଲିଦେଇଥାଏ । ସେମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେକିବାକୁ ମିଳିଛି , ଯାହା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବ ।

ସୁରଜ୍ ନାମକ ଜଣେ ଯୁବକ ଅର୍ଥ ଉପାର୍ଜନ ପାଇଁ ଏକ କମ୍ପାନୀ ମାଧ୍ୟମର ଜାହାଜ କାମ କରୁଥିଲେ । ସୁରଜ୍ ଙ୍କ ପରିବାର ଏକ ସାଧାରଣ ପରିବାର ଅଟେ ଏବଂ ସେହିଁ ଘରର ଏକ ମାତ୍ର ପୁତ୍ର ସନ୍ତାନ ଥିଲେ । ସୁରଜ୍ ଜହାଜରେ ଥିବା ସୟରେ ହଠାତ୍ ବହୁତ ଜୋର ବେଗରେ ତୁଫାନ ହେବାକୁ ଲାଗିଲା , ପ୍ରବଳ ଝଡ ବର୍ଷା ଯୋଗୁଁ ଜାହାଜରେ ପାଣି ପ୍ରବେଶ କରିବାକୁ ଲାଗିଲା । ଏ ସମ୍ପର୍କରେ କମ୍ପାନୀ ମାଲିକଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ଆସି ନଥିଲା । ଧୀରେ ଧୀରେ ଜାହାଜରେ ସମ୍ପୂର୍ଣ୍ଣ ପାଣି ପରିପୂର୍ଣ୍ଣ ହେବାକୁ ଲାଗିଲା । ସୁରଜ୍ ଙ୍କ ସହ ତାଙ୍କର ଜଣେ ସହଯୋଗୀ ମଧ୍ୟ ଥିଲେ ।

ତାଙ୍କର ଶେଷ ଭିଡିଓ ବନାଉଥିଲେ , ସୁରଜ୍ ମଧ୍ୟ ଏମିତି ପରିସ୍ଥିତି ଦେଖି ନିରୁପାୟ ଥିଲେ , କାରଣ ପ୍ରକୃତି ଆଗରେ ନୀରବ ରହିବା ଛଡା ତାଙ୍କ ପାଖରେ କିଛି ଉପାୟ ନଥିଲା । ପରିଶେଷରେ ଜାହାଜଟି ବୁଡି ଯାଇଥିଲା , କିନ୍ତୁ ଭିଡିଓରେ ଯାହା ଦେଖିବାକୁ ମିଳିଥିଲା ଯେ ସୁରଜ୍ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ହାର ମାନି ନଥିଲେ । କିନ୍ତୁ ଦୁଃଖର କଥା ଏହା ଯେ ଆଗାମୀ ମାସରେ ତାଙ୍କର ବିବାହ ହୋଇଥାନ୍ତା , ଏ ସମ୍ପର୍କରେ ବାପା ମିଡିଆ ସାମ୍ନାରେ ଜଣାଇଥିଲେ ।

ଏହା ବ୍ୟତୀତ ବାପା ମିଡିଆ ସାମ୍ନାରେ କହିଥିଲେ ଯେ , କମ୍ପାନୀ କୁ ଆମ୍ଭେ ପୁଅ ସୁରଜ୍ ଙ୍କ ବିଷୟରେ ପଚାରିଥିଲେ । ମାତ୍ର ଏ ପର୍ଯ୍ୟନ୍ତ ସେ କୌଣସି ଉତ୍ତର ଦେଇ ନାହାନ୍ତି ବୋଲି କହିଛନ୍ତି । ସୋସିଆଲ ମିଡିଆରେ ପୁଅ ସୁରଜ୍ ର ଶେଷ ଭିଡିଓ ଭାଇରାଲ ହେବା ପରେ ପରିବାର ଲୋକ ଜାଣିବାକୁ ପାଇଥିଲେ ଯେ ସୁରଜ୍ ଆଉ ଏ ଦୁନିଆରେ ନାହାନ୍ତି । ଏହି ଭିଡିଓଟିକୁ ଦେଖିବା ପରେ ସମସ୍ତଙ୍କ ମନରେ ଦୁଃଖ ଭରି ଦେଇଛି । ପରିବାର ଲୋକମାନେ ମଧ୍ୟ ନିଜ ପୁଅକୁ ହରାଇ ବହୁତ ଭାଙ୍ଗି ପଡିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.