Swastik Tv News Odisha

ଗୁଜୁରାଟର ଲେଡି ସିଂଘମ, ରାତିରେ ଟ୍ରାଫିକ ନିୟମ ନ ମାନିବାରୁ MLA ଓ ତାଙ୍କ ପୁଅକୁ ଆଇନ ଶିଖାଇଦେଲେ କନେଷ୍ଟବଳ…ଦେଖନ୍ତୁ Viral ଭିଡ଼ିଓ

0

ବର୍ତ୍ତମାନ ସମାଜରେ ନାରୀର ଭୂମିକା ବହୁତ ଗୁରୁତ୍ୱ ପୂର୍ଣ୍ଣ ରହିଛି। ବର୍ତ୍ତମାନ ସମାଜରେ ସଚୋଟ ପୋଲିସ ଅଫିସର ମଧ୍ୟ ଅଛନ୍ତି, ଯେଉଁ ମାନେ ଆଗକୁ ଯାଇ ବହୁତ ବଡ଼ ବଡ଼ କାମ କରି ତାଙ୍କ ଦାୟିତ୍ୱ ଠିକ ଭାବରେ ତୁଲାଇ ଥାଆନ୍ତି ଓ ଏଥି ସହିତ ଆଇନକୁ ମଧ୍ୟ ରକ୍ଷା କରି ଥାଆନ୍ତି। ଯେଉଁ ମାନେ ସମାଜର ଆଇନ ବିରୁଦ୍ଧରେ ଯାଇ ଥାଆନ୍ତି, ସେମାନଙ୍କୁ ଉଚିତ ଶିକ୍ଷା ଦେଇ ଥାଆନ୍ତି। ଯାହାକୁ ଶୁଣିବା ମାତ୍ରେ ଆମେ ବହୁତ ଖୁସି ହେବା ସହିତ ଆନନ୍ଦ ମଧ୍ୟ ଲାଗି ଥାଏ। ସେମାନେ ଦେଶ ଓ ସମାଜ ପାଇ ଗର୍ବ ଓ ଗୌରବ ଆଣି ଦେଇ ଥାଆନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଖୁସି ମଧ୍ୟ ଅନୁଭବ କରିବେ। ତେବେ ଘଟଣାଟି ହେଉଛି, ଜଣେ ମହିଳା ପୋଲିସ କନେଷ୍ଟବଳ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ତାଙ୍କ ପୁଅକୁ ଉଚିତ ଶିକ୍ଷା ଦେଇଛନ୍ତି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଖୁସିର କଥା ଅଟେ। ଏଭଳି ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, ଗୁଜୁରାଟର ସୁରତରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଗୁଜୁରାଟର ସ୍ୱାସ୍ଥ୍ୟ ମନ୍ତ୍ରୀ କୁମାର କନାନୀଙ୍କ ସମର୍ଥକ ବିନା ମାସ୍କରେ ସୁରତର ବଜାର ଉପରେ ବୁଲୁ ଥିଲେ। ସେହି ସମୟରେ ପୋଲିସ ମହିଳା କର୍ମଚାରୀ ସୁନିତା ଯାଦବ ଡିଉଟିରେ ରହି ଥାଆନ୍ତି। ସେହି ସମର୍ଥକଙ୍କୁ ଦେଖି ମହିଳା କର୍ମଚାରୀ ତାଙ୍କୁ ଅଟକାଇ ଦେଇ ଥିଲେ। ଏହି ଖବର ପାଇଁ ମନ୍ତ୍ରୀ ତାଙ୍କ ପୁଅ ପ୍ରକାଶ କନାନୀଙ୍କୁ କିଛି ସମୟ ପରେ ସମର୍ଥକଙ୍କୁ ମୁକୁଳାଇବା ପାଇଁ ଘଟଣା ସ୍ଥଳକୁ ପଠାଇ ଥିଲେ।

ତେବେ ମହିଳା କର୍ମଚାରୀ ମନ୍ତ୍ରୀଙ୍କ ପୁଅକୁ କହିଥିଲେ ଯେ, ତୁମେ MLA ଙ୍କ ପୁଅ ହେଲେ ବି ତୁମ ପାଇଁ ବି ନିୟମ ମଧ୍ୟ ଲାଗୁ କରା ଯାଇଛି। ଏହା ସରକାରଙ୍କ ନିୟମ ଓ ଏହି ନିୟମ ସମସ୍ତଙ୍କ ପାଇଁ ସମାନ ଅଟେ। ମହିଳା ପୋଲିସ କର୍ମଚାରୀ ଜଣଙ୍କ କହୁଛନ୍ତି ତୁମେ ତମ ବାପାଙ୍କ ସହ କଥା କରେଇ ଦିଅନ୍ତୁ। ମହିଳା କର୍ମଚାରୀ ମନ୍ତ୍ରୀଙ୍କୁ କହୁଛନ୍ତି ଯେ, ଆପଣ ନିଜର ପରିବାର ଲୋକଙ୍କୁ କୁହନ୍ତୁ ଯେ ବାହାରକୁ ଆସିବା ସମୟରେ ମାସ୍କ ପିନ୍ଧି ଆସନ୍ତୁ। ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବା ପରେ ପୁରା ଦେଶ ତାଙ୍କର ତାରିଫ କରିବା ସହିତ ବହୁତ ପ୍ରଶଂସା କରିଛନ୍ତି। ଏହି ଭିଡ଼ିଓକୁ ଦେଖି ଦିଲ୍ଲୀ ମହିଳା ଆୟୋଗ ଅଧକ୍ଷ ମଧ୍ୟ ଟିୟୁଟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.