Swastik Tv News Odisha

ବାପାର ବୋଲ ମାନୁନି କୁନି ପୁଅ, ଏହି ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଝରି ଆସିବ…ଦେଖନ୍ତୁ ଭିଡ଼ିଓ

0

ବାପାର ବୋଲ ମାନୁନି କୁନି ପୁଅ , ମାଆ ପାଖକୁ ଯିବା ପାଇଁ କରୁଛି ଅଝଟ । ହେଲେ କୋରନା ଦାନବ ଆଗରେ ହାରି ଯାଇଛି ତାର ସବୁ ଆଶା , ଦୁହେଁ ଦୁହିଁଙ୍କୁ ଦେଖୁଛନ୍ତି । ଦୁହିଁଙ୍କ ଆଖିରୁ ଝରି ଯାଉଛି ଲୁହ । ଏହି ଦୃଶ୍ୟ ଏତେ ହୃଦୟ ବିଦାରୋକ ଯେ ଆପଣଙ୍କ ଆଖିରୁ ବି ଲୁହ ଝରି ଆସିବ । ମାଆ ପୁଅଙ୍କ ମଧ୍ୟରେ ପାଚେରୀ ହୋଇ ସୃଷ୍ଟି ହୋଇଛି ମହାମାରୀ କୋରନା , ଏଠାରେ ହାରି ଯାଇଛି ମାଆ ର ମମତା ଆଉ ଜିତିଛି ଅଦୃଶ୍ୟ ଦାନବ କୋରନା । ମାଆ କୋଳରୁ ଛୁଆକୁ ଅଲଗା କରି ଦେଇଛି ମାରାତ୍ମକ ମହାମାରୀ , କୋଭିଡ ହସ୍ପିଟାଲରେ କାର୍ଯ୍ୟରତ କୋରନା ଯୋଦ୍ଧା ଗୀତାଞ୍ଜଳି ସାମନ୍ତରାୟଙ୍କ ପାଖକୁ ଆସିବାକୁ କେମିତି ବ୍ୟାକୁଳ ହେଉଛି 2 ବର୍ଷର ପୁଅ ଶୁଭମ ।

ହେଲେ ବାଟ ଓଗାଳି ପାଚେରୀ ଭଳି ଛିଡା ହୋଇଛି କୋରନା , ଗୋଟିଏ ପଟୁ ଛିଡା ହୋଇ ଆଖିରୁ ଧାର ଧାର ଲୁହ ଝରାଉଛି ମାଆ । ହେଲେ ସ୍ନେହରେ ଜାବୁଡି ଧରି ଗେହ୍ଲ କରିବାକୁ ମନ ଥିଲେବି ହୋଇପାରୁନି । ସେପଟେ ସ୍ନେହରୁ ବଞ୍ଚିତ ରହିବାକୁ ଚାହୁଁନି 2 ବର୍ଷର ପଅ ଶୁଭମ । ବାପାଙ୍କ ପାଖରେ ଥାଇ ବି ମାଆ ପାଖକୁ ଯିବା ପାଇଁ ଅଝଟ ହେଉଛି , ଏମିତିକି କାନ୍ଦି କାନ୍ଦି ମାଆ ପାଖକୁ ଯିବା ପାଇଁ ଚାହୁଁଥିଲେ ବି ତାହା ହେଉନି । କାରଣ ମା ପୁଅ ସ୍ନେହ ଭିତରେ ଧସେଇ ହୋଇ ପସିଛି କାଳରୂପି କୋରନା । ଏହି ଦୃଶ୍ୟ ଖଣ୍ଡପଡା କୋଭିଡ୍ କେୟାର ସେଣ୍ଟର ସମ୍ମୁଖର ।

ଷ୍ଟାପ ନର୍ସ ଭାବେ ଏଠାରେ କାର୍ଯ୍ୟ କରୁଛନ୍ତି ଗୀତାଞ୍ଜଳି ସାମନ୍ତରାୟ , କୋରନା ରୋଗୀଙ୍କୁ ଚିକିତ୍ସା କରିଥିବାରୁ ଘରକୁ ଯାଇ ପାରୁ ନାହାନ୍ତି । ଆଉ ପୁଅ ଶୁଭମ ମଧ୍ୟ ମା କୁ ଦେଖିବାକୁ ବ୍ୟାକୁଳ ହେବାରୁ ବାପାଙ୍କ ସାଙ୍ଗରେ ଆସିଛି କୋଭିଡ୍ ହସ୍ପିଟାଲ ପାଖକୁ । ହେଲେ କୋରନା କଟକଣା ଓ ସତର୍କତା ପାଇଁ ପାଚେରୀ ଆର ପାରି ରେ ଛିଡା ହୋଇ ପୁଅକୁ ଆଖି ପୂରେଇ ଦେଖିବା ସହ ଆଖିରୁ ଝରାଉଛନ୍ତି ଧାର ଧାର ଲୁହ । ଏହି ହୃଦୟ ବିଦାରକ ଦୃଶ୍ୟ ଦେଖି ସଭିଏଁ କହିଛନ୍ତି ଧନ୍ୟବାଦ କୋରନା ଯୋଦ୍ଧା , ଆଉ ଧନ୍ୟ ତୁମ ମମତା । କୋରନା ମହାମାରୀକୁ ହରେଇବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖିଛନ୍ତି ।

ଏଥିପାଇଁ ଘର ପରିବାର ତଥା ପିଲା ଛୁଆଙ୍କୁ ମଧ୍ୟ ହରେଇବା ପାଇଁ ପଡୁନା କାହିଁକି ସେଥିପ୍ରତି ସର୍ବଦା ସତର୍କ ରହିଛନ୍ତି । ତେବେ ଭିଡିଓ ରେ ପିଲାଟି ବିକଳ ହୋଇ ମାଆର ମମତା ଟିକିଏ ପାଇଁ ସେ ଡହଳ ବିକଳ ହୋଇ କାନ୍ଦୁଛି । ମା ମଧ୍ୟ ପୁଅକୁ ଆଖି ପୂରେଇ ଦେଖିବା ସହ ନିଜ ଆଖି ରୁ ଧାର ଧାର ଲୁହ ଝରାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.