Swastik Tv News Odisha

ଅଷ୍ଟମ ଫେଲ ହୋଇଥିବା ପିଲା ଏବେ 2000 କୋଟି ଟଙ୍କାର ମାଲିକ, ପୁରା ଘଟଣା ଜାଣିଲେ ତାଯୁବ ହୋଇଯିବେ…

0

କଥାରେ ଅଛି ଦୁନିଆରେ କିଛି ବି ଅସମ୍ଭବ ନୁହେଁ , କେବଳ କରିବାର ଇଚ୍ଛା ଏବଂ ମନରେ ସାହାସ ଥିବା ଦରକାର । ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ , ଯେ ଜଣେ ଅଷ୍ଟମ ଶ୍ରେଣୀରେ ଫେଲ ହୋଇଥିବା ବାଳକ ଜଣକ 2000 କୋଟି ଟଙ୍କା ର ମାଲିକ । ବର୍ତ୍ତମାନ ତାଙ୍କ ପାଖରେ ଶହ ଶହ ପଢାଲେଖା ଲୋକ ମାନେ କାମ କରୁଛନ୍ତି । ତେବେ କେମିତି ହେଲେ ବାଳକ ଜଣକ କୋଟିପତି , ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ ।

1993 ମସିହା ନଭେମ୍ୱର 2 ତାରିଖରେ ପଞ୍ଜାବ ର ଲୁଧିଆନା ରେ ଜନ୍ମ ଗ୍ରହଣ କରିଥିବା ତ୍ରିଶନିତ ରୋଡା ପିଲାବେଳୁ ହିଁ ମହତ୍ୱକାଂଶୀ ଥିଲେ । କିନ୍ତୁ ତାଙ୍କର ପାଠପଢାରେ ଆଦୌ ମନ ଲାଗୁ ନଥିଲା । ଯେତେବେଳେ ସେ ଫ୍ରି ହେଉଥିଲେ କମ୍ପ୍ୟୁଟରରେ ଗେମ୍ ଖେଳୁଥିଲେ , ଆଉ ଏହି ସବୁ କାରଣରୁ କମ୍ପ୍ୟୁଟରରେ ପାସୱାର୍ଡ ପକାଇଦେଲେ ତାଙ୍କ ବାପା । କିନ୍ତୁ ତ୍ରିଶନିତ ଙ୍କୁ ପାସୱାର୍ଡ ହେକ କରିବା ଆସୁଥିଲା । ଏହି ସବୁ ଜିନିଷରୁ ଚିହ୍ନିତ ହୋଇ ତାଙ୍କ ବାପା ତାଙ୍କ ପାଇଁ ଏକ ନୂଆ କମ୍ୟୁଟର ଆଣିଦେଲେ । ଏହି ସବୁ ମଧ୍ୟରେ ତାଙ୍କର ଅଷ୍ଟମ କ୍ଲାସ ର ରେଜଲ୍ଟ ଆସିଲା ଏବଂ ସେ ଫେଲ ହୋଇଥିଲେ ।

ଏହାପରେ ସେ ପଢାଛାଡିଥିଲେ ଏବଂ ସେ ତାଙ୍କର ସମସ୍ତ ସମୟ କମ୍ୟୁଟରରେ ଦେଉଥିଲେ । ଆଉ ମାତ୍ର 20 ବର୍ଷ ବୟସରେ ହିଁ ସେ କମ୍ପ୍ୟୁଟରର ଫିକସିଙ୍ଗ ଏବଂ ସପ୍ଟଏୟାର କ୍ଲିନିଙ୍ଗର ଛୋଟ ମୋଟ ପ୍ରଜେକ୍ଟ ନେବାକୁ ଲାଗିଲେ । ଆଉ ପ୍ରଥମ ମାସରେ ପାଖାପାଖି 60 ହଜାର ଟଙ୍କା ଆୟ କରିଥିଲେ । ଆଉ ଏହି ଟଙ୍କାକୁ ତ୍ରିଶନିତ ନିଜର ବିଜନେସ୍ ରେ ଲଗାଇଥିଲେ , ଆଉ ମାତ୍ର 21 ବର୍ଷ ବୟସରେ ଟ୍ୟାକ ସିକ୍ୟୁରିଟି ନାମକ ଏକ ସାଇବର ସିକ୍ୟୁରିଟି କମ୍ପାନୀ କରିଲେ । ଏହି କମ୍ପାନୀ ନେଟୱାର୍କ କୁ ସୁରକ୍ଷିତ ରଖିବାର କାମ କରୁଥିଲେ ।

ଆଉ ବର୍ତ୍ତମାନ ସମୟରେ ଭାରତୀୟ ସିବିଆଇ ଡିପାଟମେଣ୍ଟ ଏବଂ ରିଲେୟାନ୍ସ କମ୍ପାନୀ ଗୁଜୁରାଟ ପୋଲିସ ଏବଂ ପଞ୍ଜାବ ପୋଲିସ ମଧ୍ୟ ତାଙ୍କର କମ୍ପାନୀ ର ସେବା ନେଉଛନ୍ତି । ତେବେ ଆପଣ ମାନେ ଏଥିରୁ ନିଶ୍ଚୟ କିଛି ପ୍ରେରଣା ପାଉଥିବେ । ଜୀବନରେ ଥରେ ଅସଫଳ ହୋଇ ହାର ମାନିଗଲେ ହେବ ନାହିଁ , ମନରେ ଆଗ୍ରହ ଓ ସାହାସ ଥିଲେ ସବୁକିଛି ପ୍ରାପ୍ତ କରିବା ସମ୍ଭବ ହୋଇଥାଏ । ଜୀବନରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ମଧ୍ୟ ସହଜ ହୋଇଥାଏ , ଯାହାର ଉଦାହରଣ ସାଜିଛନ୍ତି ତ୍ରିଶନିତ୍ , ଯିଏକି ଅଷ୍ଟମ ଫେଲ ହୋଇଥିଲେ ମଧ୍ୟ ମନରେ ଥିବା ଦୃଢ ମନୋବଳ ଆଜି ତାଙ୍କୁ ଏହି ଛିଡା କରିଛି । ଯେଉଁଥିପାଇଁ ସେ ନିଜକୁ ବହୁତ ଗର୍ବିତ ଅନୁଭବ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.