Swastik Tv News Odisha

ପ୍ରେମ କରୁଥିଲେ ହୋଇଯାଆନ୍ତୁ ସାବଧାନ, ଥରୁଟିଏ ନିଶ୍ଚୟ ଦେଖନ୍ତୁ ଭିଡ଼ିଓ…

0

ଏକ ତରଫା ପ୍ରେମରେ ବିଫଳ ହୋଇ ମା ଏବଂ ଝିଅକୁ ମରାଣାତ୍ମକ ଆକ୍ରମଣ କରିଛି ଜଣେ ଯୁବକ । ତେଣୁ ଗୁରୁତର ଅବସ୍ଥାରେ ମା ଏବଂ ଝିଅକୁ ଭର୍ତ୍ତି କରାଯାଇଛି , ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ କମାରା ଗାଁରେ । ମିଳିଥିବା ସୂଚନା ଅନୁଯାୟୀ କମାରା ଗାଁର ଜଣେ ଯୁବତୀ ପ୍ରତ୍ୟେକ ଦିନ ପରି ବାସୁଦେବପୁର ରୁ କମ୍ପ୍ୟୁଟର କ୍ଲାସ ସାରି ଘରକୁ ଫେରୁଥିବା ବେଳେ ସେହି ଗ୍ରାମର ରାମାକାନ୍ତ ନାମକ ଏକ ଯୁବକ ରାସ୍ତାରେ ଯୁବତୀ ଜଣକୁ ଅଟକାଇ ମରଣାତ୍ମକ ଆକ୍ରମଣ କରିଥିଲେ ।

ତେବେ ଖବର ପାଇଁ ଉକ୍ତ ସ୍ଥାନରେ ଯୁବତୀଙ୍କ ମା ପହଞ୍ଚି ଯିବାରୁ ଯୁବକ ଜଣକ ଯୁବତୀଙ୍କ ମାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛେଇ ନଥିଲା । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ମା ଝିଅଙ୍କୁ ଉଦ୍ଦାର କରି ବାସୁଦେବପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । କିନ୍ତୁ ଯୁବତୀଙ୍କ ଆବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କି ସ୍ଥାନାନ୍ତର କରାଯାଇଛି । ସେପଟେ ଉକ୍ତ ଯୁବକ ଜଣକ ପୂର୍ବରୁ ମଧ୍ୟ ଯୁବତୀ ଜଣକୁ ରାସ୍ତାରେ ଅଟକାଇ ହଇରାଣ ହରକତ କରିବା ସହ ଧମକ ଦେଉଥିଲା ବୋଲି ଯୁବତୀଙ୍କ ମା ସୂଚନା ଦେଇଛନ୍ତି ।

ତେଣୁ ସଂପୃକ୍ତ ଯୁବକ ନାମରେ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ ହେବାରୁ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । ଯୁବତୀଙ୍କ ମା ଙ୍କ କହିବା ଅନୁସାରେ ହଇରାଣ କରୁଥିବା ଉକ୍ତ ଯୁବକ ସେମାନଙ୍କୁ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଉଛି । ପୋଲିସ ପ୍ରଶାସନ ଏହାର କୌଣସି ତଦନ୍ତ ନକଲେ ସେମାନେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି । ବହୁ ଦିନ ଧରି ତାଙ୍କ ଝିଅକୁ ସେ ହଇରାଣ କରି ଆସୁଛି , ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସାହାର୍ଯ୍ୟ ମିଳି ନଥିଲା । ବର୍ତ୍ତମାନ ଯୁବକ ଜଣକ ଯୁବତୀଙ୍କୁ ମରାଣାତ୍ମକ ଆକ୍ରମଣ କରିଛନ୍ତି , ଫଳରେ ସେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଅଛନ୍ତି ।

ପରିବାର ଲୋକଙ୍କ କହିବା କଥା ଏହାକି ତାଙ୍କୁ କୋର୍ଟ ଚାଲାଣ କରାଯାଉ ଏବଂ ବିନା କାରଣରେ ମୋ ଝିଅକୁ ହଇରାଣ କରୁଥିବାରୁ ତାଙ୍କୁ ଦଣ୍ଡ ମଧ୍ୟ ମିଳୁ । ତେବେ ଯାଇ ଆମେ ନିରାପଦରେ ଜୀବନ ଯାପନ କରି ପାରିବୁ । ଏନେଇ ବାସୁଦେବପୁର ପୋଲିସ ଏହାର ତଦନ୍ତ ଜାରି ରଖିଛି ଏବଂ ଖୁବ୍ ଶୀଘ୍ର ସେ ପ୍ରକୃତ ଅଭିଯୁକ୍ତ ଙ୍କୁ ଗିରଫ ମଧ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇଛି । ପରିବାର ଲୋକେ ଏନେଇ ବହୁତ ଭାଙ୍ଗି ପଡିଛନ୍ତି । ସମାଜରେ ଏପରି ନୀଚ ମାନସିକ ବ୍ୟକ୍ତି ଯେ ପର୍ଯ୍ୟନ୍ତ ରହିବେ ଅନ୍ୟ ମାନେ ସେ ପର୍ଯ୍ୟନ୍ତ ଡରି ଡରି ଜୀବନ ବିତେଇବେ । ତେଣୁ ଆପଣ ମାନେ ପ୍ରତି ମୂହୁର୍ତ୍ତରେ ସତର୍କ ରହି ବିପଦକୁ ସାମ୍ନା କରିବା ଉଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.