Swastik Tv News Odisha

ବାପା ମା’ ନଥିଲେ କ’ଣ ହେଲା ମୋ ଭାଇକୁ ମୁଁ ବଡ଼ କରିବି, କରୋନା କଷ୍ଟର ଏ ଘଟଣା ଆପଣଙ୍କୁ କନ୍ଦାଇ ଦେବ…ଦେଖନ୍ତୁ ଭିଡ଼ିଓ

0

ସିନେମା ଜଗତ ର କାହାଣୀ ପରି ମନେ ହେଉଥିଲେ ମଧ୍ୟ ଏହା କୌଣସି ସିନେମାର ଦୃଶ୍ୟ ନୁହେଁ କୋରନା କାଳର ବାସ୍ତବତା । ନିଜ ଦେଢ ମାସର ଭାଇକୁ କୋଳରେ ଧରିଛି କ୍ରିଷ୍ଣା , ଖୁସୀ ରେ ନୁହେଁ ପରିସ୍ଥିତି ତାକୁ ଏମିତି କରିବାକୁ ବାଧ୍ୟ କରିଛି । ଦୁଃଖର ପାହାଡ ଧସି ଯାଇଛି ସେମାନଙ୍କ ଉପରେ , କାରଣ ଏ ଦୁଇ କୋଅଁଳ ବୟସର ପିଲା ବାପା ମା ଛେଉଣ୍ଡ ହୋଇ ଯାଇଛନ୍ତି । ଉଭୟ ଏମାନଙ୍କୁ ଛାଡି ଚାଲି ଯାଇଛନ୍ତି ଆରପାରିକୁ , ଯେତେ ଡାକିଲେ କି କାନ୍ଦିଲେ ବି ଆଉ ଫେରି ଆସିବେନି । ସେମାନଙ୍କୁ ଏହି ଦୁଦ୍ଦିନ ଭିତରକୁ ଠେଲି ଦେଇଛି ସେହି ମହାମାରୀ କୋରନା ।

ହେଲେ ସାତ ବର୍ଷର ଯେଉଁ କ୍ରୀଷ୍ଣା ଭାଇଙ୍କୁ ବଡ କରିବାର ଯେଉଁ ସ୍ୱପ୍ନ ଦେଖୁଛି ତାହା କଣ ପୂରଣ ହେବ । ଗାଁ ଦାଣ୍ଡ ଆଜି ପୂରା ସୁନସାନ୍ , କାଉ କୋଇଲିଙ୍କ ସ୍ୱର ମଧ୍ୟ ଶୁଣିବାକୁ ମିଳୁନି । ଘର ଭିତରେ ଦେଢ ମାସର ସାନ ଭାଇକୁ ଝୁଲଣାରେ ଝୁଲାଇ ସୁଆଇ ଦେଉଛି ବଡ ଭଉଣୀ । କୁନି ଭାଇଟି ଯଦି ନିଦରୁ ଉଠି କାନ୍ଦୁଛି ବଡ ଭଉଣୀ ତାକୁ କାନ୍ଧରେ ପକାଇ ବୁଲାଇ ଆଣୁଛି । ଆଉ ତାକୁ ବୁଝାଇ ଦେଉଛି ତୁ କାନ୍ଦୁଛୁ କାହିଁକି , ବାପା ମାଆ ସିନା ନାହାନ୍ତି ତୋ ପାଖରେ ମୁଁ ପରା ଅଛି । ତୋର କିଛି ବି ହବନି , ଏମିତି କେତେ କଥା କହି ଦେଢ ମାସର କ୍ଷୀର ଖିଆ କୁନି ଭାଇକୁ ବୁଝାଇ ଦେଉଛି ବଡ ଭଉଣୀ ।

ବୟସ ସିନା ମାତ୍ର 7 ବର୍ଷ ହେଲେ ସେ କିନ୍ତୁ ବୁଝି ସାରିଛି ବାପା ମାଆ ଚାଲି ଯାଇଛନ୍ତି ଅଫେରା ରାଇଜକୁ । ତେଣୁ ସବୁ ସ୍ନେହ ଓଜାଡି ଦେଉଛି କୁନି ଭାଇଟି ଉପରେ , ନିଜ ଦାୟିତ୍ୱକୁ ସେ ଠିକ୍ ଭାବରେ ବୁଝିନେଇଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ନିମାତପୁର ଗାଁ , ଏହି ଗାଁର ରାମନାୟଣ ପଣ୍ଡାଙ୍କ ପୁଅ କମଳେଶ ଇଷ୍ଟ କୋଷ୍ଟ ରେଳବାହୀ ମୁଖ୍ୟଳୟ ଭୁବନେଶ୍ୱର ଠାରେ କାମ କରୁଥିଲେ । ତାଙ୍କ ପତ୍ନୀ ସ୍ମିତା ପଣ୍ଡା କଟକ ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲରେ ଷ୍ଟାପ ନର୍ସ ଥିଲେ । ଦୁଇଜଣ ଯାକ ଥିଲେ କୋରନା ଯୋଦ୍ଧା , ନିଜ ଜୀବନ କୁ ବାଜି ଲଗାଇ ମହାମାରୀ ସମୟରେ ଲୋକଙ୍କୁ ସେବା ଯୋଗାଉ ଥିଲେ ।

ଘରେ ସାତ ବର୍ଷର ଝିଅ କ୍ରିଷ୍ଣା ଥିବା ବେଳେ , ସ୍ମିତା ଥିଲେ 9 ମାସର ଗର୍ଭବତୀ । ନିଜ କର୍ତ୍ତବ୍ୟ ଭିତରେ ଗତ ଏପ୍ରିଲ 15 ତାରିଖରେ ସ୍ମିତା କୋରନା ସଂକ୍ରମିତ ଥିବା ଜଣା ପଡିଥିଲା । ତେଣୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥିତ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେହି କୋଭିଡ ହସ୍ପିଟାଲରେ ତାଙ୍କର ପୁଅଟିଏ ଜନ୍ମ ହେଲା , ହେଲେ ସମସ୍ତେ ଏଇଥିପାଇଁ ଖୁସୀ ଥିଲେ କି ନବଜାତ ଶିଶୁପୁତ୍ର ଟିର କୋରନା ନେଗେଟିଭ ରହିଥିଲା । ଏପଟେ ସୁସ୍ଥ ହେଲେ ନାହିଁ ମା ସ୍ମିତା , ପୁଅ ଜନ୍ମ ହେବାର ସାତ ଦିନ ପରେ ସବୁଦିନ ପାଇଁ ସମସ୍ତଙ୍କୁ ଛାଡି ଚାଲିଗଲେ । ସାତ ବର୍ଷ ର ଝିଅ ଓ ନବଜାତ ଶିଶୁ କୁ ଧରି କମଳେଶ ଘରେ ପହଞ୍ଚିଲେ ।

କମଳେଶ କୋରନା ଲକ୍ଷଣ ଥିବାର ଅନୁଭବ କରିବା ପରେ ସେ ପରୀକ୍ଷା କରିଥିଲେ ତାଙ୍କର ପଜେଟିଭ ଆସିଥିଲା । ପରେ 15 ଦିନ ଆୟୁସୋ ରେ ରହିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା , ବର୍ତ୍ତମାନ ବାପା ମାଆ ଛେଉଣ୍ଡ ହୋଇ ଯାଇଛନ୍ତି ଦୁଇ ପିଲା । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.