Swastik Tv News Odisha

ହେଲା ଚମତ୍କାର… ଅନ୍ତିମ ସଂସ୍କାର ବେଳେ ହଠାତ ଜୁଇ ରୁ ଉଠିଲା ଶବ, ଆଉ ତା ପରେ….

0

ଅନ୍ତିମ ସଂସ୍କାର ବେଳେ ହଠାତ୍ ଜୁଇ ରୁ ଉଠିଲା ଶବ ଏହି କଥାଟି ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ଅଟେ । ଆମ ରାଜ୍ୟରେ ଏମିତି ଏକ ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ କଣ ଘଟିଥିଲା ଏହି ଘଟଣା ସ୍ଥଳରେ ଏବଂ କେମିତି ଏହା ସମ୍ଭବ ହେଲା ଆସନ୍ତୁ ଜାଣିବା । ତେବେ ମୂଖାଗ୍ନି ଦେବା ସମୟରେ ହଠାତ୍ ଜୁଇରୁ ଉଠିଗଲା ଶବ , ଆଉ ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ହରିପୁର ଗାଁରେ । ଆଉ ସେହି ଗାଁର ସୀମାଞ୍ଚଳ ମଲ୍ଲୀକ ନାମକ ଜଣେ ବ୍ୟକ୍ତି ଦୁଇ ଦିନ ତଳେ ଜଙ୍ଗଲକୁ ଛେଳି ଚୋରାଇବାକୁ ଯାଇଥିଲେ ।

କିନ୍ତୁ ହଠାତ୍ ଅସୁସ୍ଥ ହୋଇପଡିଥିଲେ , ଆଉ ସନ୍ଧ୍ୟା ହେବା ପରେ ଛେଳି ଗୁଡିକ ଘରକୁ ଫେରିଆସିଥିବା ବେଳେ ସୀମାଞ୍ଚଳ କିନ୍ତୁ ଘରକୁ ଫେରି ନଥିଲେ । ତା ପର ଦିନ ସକାଳେ ତାଙ୍କ ପରିବାର ଏବଂ ଗ୍ରାମବାସୀ ଜଙ୍ଗଲକୁ ଯାଇ ତାଙ୍କୁ ଖୋଜାଖୋଜି କରିବା ପରେ ତାଙ୍କୁ ମର୍ମୁଷ ଅବସ୍ଥାରେ ପାଇଥିଲେ । ଆଉ ପରେ ତାଙ୍କୁ ଘରକୁ ଆଣିବା ପରେ ଗାଁ ବୈଦ ଏବଂ କିଛି ଗ୍ରାମବାସୀ କୁ ଡାକିଥିଲେ । ଆଉ ଏହାପରେ ତାଙ୍କୁ ମୃତ ଘୋଷଣା କରା ଯାଇଥିଲା , ଆଉ ତାଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ତ କ୍ରିୟା ସରିବା ପରେ ତାଙ୍କୁ ମଶାଣିକୁ ନିଆ ଯାଇଥିଲା ।

ତେବେ ମୃତ ଶରୀରକୁ ଚିତା ଉପରେ ରଖି ମୂଖାଗ୍ନି ଦେବା ବେଳକୁ ହଠାତେ ସେ ଉଠି ବସି ପଡିଥିଲେ । ଜୁଇ ଉପରୁ ହଠାତ୍ ଉଠି ବସି ପଡିବା ପରେ ସେଠାରେ ଉପସ୍ଥିତ ଥିବା ଗାଁ ଲୋକେ ଭୟରେ ଥରି ଉଠିଥିଲେ । ଏହାପରେ ସୀମାଞ୍ଚଳକୁ ପରିବାର ଲୋକେ ନେଇ ସୋରଡା ମେଡିକାଲ ରେ ଭର୍ତ୍ତି କରାଇଥିଲେ । ଆଉ ଏହା ପରେ ସେ ସୁସ୍ଥ ଥିବାର ଜଣା ପଡିଥିଲା , କିନ୍ତୁ ଏହି ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ସାରା ଓଡିଶାରେ ଭାଇରାଲ ହେବାରେ ଲାଗିଛି । ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ ମୃତ ବ୍ୟକ୍ତି କିପରି ଜୀବିତ ହୋଇପାରେ ।

ଏହି ଦୃଶ୍ୟ ଦେଖିବା ପରେ ଅନୁମାନ କରାଯାଇ ପାରେ ଯେ , ସୀମାଞ୍ଚଳ ନାମକ ବ୍ୟକ୍ତି ବେହୋସ ହୋଇଯାଇ ଥାଇ ପାରନ୍ତି । ଯେଉଁଥି ପାଇଁ ସେ ଦୀର୍ଘ ସମୟ ଅଚେତ ଅବସ୍ଥାରେ ଶୋଇ ରହିଥିଲେ । ମାତ୍ର ପରିବାର ଲୋକ ସୀମାଞ୍ଚଳକୁ ମୃତ ବୋଲି ଭାବି ନେଇଥିଲେ , ତେଣୁ ଶବ ସତ୍କାର ପାଇଁ ସମସ୍ତ ଆୟୋଜନ ମଧ୍ୟ କରିଥିଲେ । କିନ୍ତୁ ମୂଖାଗ୍ନି ସମୟରେ ଏମିତି ଘଟଣା ଦେଖିବାକୁ ମିଳିଥିଲା , ଯାହା ସମସ୍ତୁ ଆଶ୍ଚର୍ଯ୍ୟ ଚକିତ କରିବା ସହ ଭୟଭୀତ ମଧ୍ୟ କରିଥିଲା । ବର୍ତ୍ତମାନ ସୀମାଞ୍ଚଳ ସୁସ୍ଥ ଥିବାର କୁହାଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.