Swastik Tv News Odisha

( କଳା ସୂତା ) ପିନ୍ଧିବାର ଆଶ୍ଚର୍ଯ୍ୟଜନକ ଫାଇଦା ଦେଖନ୍ତୁ

0

କଳା ରଙ୍ଗ ନକରାତ୍ମକ ଉର୍ଜା କୁ କମ କରିଥାଏ , ଏଥିପାଇଁ ଖରାପ ନଜରରୁ ବଞ୍ଚିବା ପାଇଁ କଳାଟୀକା କଳା କପଡା ଏବଂ କଳା ରଙ୍ଗର ଜିନନିଷର ଉପଯୋଗ କରାଯାଇଥାଏ । କଳାସୂତା ସେଥି ମଧ୍ୟରୁ ଅଧିକ ଲାଭଦାୟକ ହୋଇଥାଏ । କଳାସୂତା ପିନ୍ଧିବା ଦ୍ୱାରା କଣ ସବୁ ଫାଇଦା ହୋଇଥାଏ ଆସନ୍ତୁ ଜାଣିବା ।

1 ଘରେ ଝଗଡା ହେଉଥିଲେ :-

ଯଦି ଆପଣଙ୍କ ଘରେ ଝଗଡା ବଢୁଛି ଅକାରଣରେ ଝଗଡା ହେଉଛି ବା ମନ ମାଳିନ ହେଉଥାଏ , ତେବେ ଏହାକୁ ରୋକିବା ପାଇଁ ଆପଣଙ୍କୁ ଏହା ନିଶ୍ଚୟ କରିବ ବାକୁ ହେବ । ଶନିବାର ଦିନ ଶନିମହାରାଜଙ୍କ ମନ୍ଦିରକୁ ଯାଇ ଏକ ମିଟର କଳାସୂତା ନେଇ ତାହା ଉପରେ 108 ଗଣ୍ଠି ବାନ୍ଧି ଦିଅନ୍ତୁ । ପ୍ରତ୍ୟେକ ଗଣ୍ଠି କୁ ବାନ୍ଧିବା ବେଳେ ଓଁମ୍ ଶନିଶ୍ଚରାୟ ନମଃ ହୋ ଜପ କରନ୍ତୁ । ଯଦି ଆପଣଙ୍କ ଆଖ ପାଖରେ ଶନିମହାରାଜଙ୍କ ମନ୍ଦିର ନାହିଁ , ତେବେ ଘରେ ଏହି ଉପାୟ କରି ପାରିବେ । ଏବେ ସେହି ସୂତାକୁ ଆପଣଙ୍କ ଘରର ମୁଖ୍ୟଦ୍ୱାର ରେ ବାନ୍ଧି ଦିଅନ୍ତୁ , ଏମିତିରେ ଘରକୁ ଖରାପ ନଜର ଏବଂ ନକରାତ୍ମକ ଉର୍ଜା ପ୍ରବେଶ କରି ପାରିବ ନାହିଁ ।

2. ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ରହୁ ନଥିଲେ :-

ଯଦି ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହୁ ନଥାଏ , ବା ବାରମ୍ୱାର କୌଣସି ସମସ୍ୟା ସାମ୍ନା କରିବାକୁ ପଡୁଥାଏ ତ , ଏଥିପାଇଁ କଳାସୂତାକୁ ମନ୍ଦିରକୁ ନେଇ ଟିକିଏ ସିନ୍ଦୁର ଲଗାଇ ରଖି ଦିଅନ୍ତୁ । ତାପର ଦିନ ସକାଳୁ ସ୍ୱଚ୍ଛ ହୋଇ ଏହି ସୂତାକୁ ସେହି ସଦସ୍ୟଙ୍କ ପାଦରେ ବାନ୍ଧି ଦିଅନ୍ତୁ । ଏହା ଦ୍ୱାରା ତାଙ୍କର ଆଖପାଖର ନକରାତ୍କ ଉର୍ଜା ଦୂରେଇ ରହିବ ଏବଂ କାହାର ଖରାପ ନଜର ଛୁଇଁ ପାରିବ ନାହିଁ ।

3. ଗର୍ଭବତୀ ମହିଳାଙ୍କ ନଜର ଦୂର କରିବା ପାଇଁ :-

ଗର୍ଭବତୀ ମହିଳାଙ୍କୁ ବହୁତ ଜଲଦି ନଜର ଲାଗିଯାଏ , କେତେଥର ତାଙ୍କର ଆସିବାକୁ ଥିବା ପିଲା ଠାରେ ଖରାପ ପ୍ରଭାବ କିମ୍ୱା ଖରାପ ନଜର ପଡି ଯାଇଥାଏ । କଳାସୂତାକୁ ଗର୍ଭବତୀ ମହିଳାଙ୍କ ଚାରିପଟେ 3 ଥର ବୁଲେଇ ଦେଇ ସେହି ସୂତାକୁ ବରଗଛ କିମ୍ୱା ନଦୀରେ ବିସର୍ଜନ କରି ଦିଅନ୍ତୁ । ଏହି ଉପାୟ ପିଲା ଜନ୍ମ ଯାଏ କରନ୍ତୁ , ଏହାଦ୍ୱାରା ଗର୍ଭବତୀ ମହିଳାଙ୍କର ଆଖ ପାଖରେ କୌଣସି ଖରାପ ନଜର ଆସିପାରିବ ନାହିଁ । କଳା ସୂତାରେ ରୁଦ୍ରାକ୍ଷ ମାଳା ଲଗାଇ ଡେଣାରେ ପିନ୍ଧାଯାଏ , ତେବେ ଏହା ଅଧିକ ଲାଭଦାୟକ ହୋଇଥାଏ ।

ପୁରୁଣା କଳାସୂତାକୁ ସବୁବେଳେ ବରଗଛ ତଳେ ମାଟିରେ ପୋତିଦେବା ଉଚିତ , କିମ୍ୱା ନଦୀରେ ଭସେଇ ଦେବା ଉଚିତ । କଳାସୂତା ମନ୍ଦିରର ପୂଜାରୀ ଠାରୁ କିମ୍ୱା ନିଜେ କିଣିକି ହିଁ ପିନ୍ଧିବା ଉଚିତ । ଅନ୍ୟ କାହା ଠାରୁ ଦିଆଯାଇଥିବା କଳା ସୂତା ପିନ୍ଧିବା ଉଚିତ ନୁହେଁ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.