Swastik Tv News Odisha

Special Health Tips – ଏହି ଗୋଟେ ପତ୍ର ଆପଣଙ୍କ ଦାନ୍ତ ର ସବୁ ସମସ୍ୟା କୁ ଶୀଘ୍ର ଦୁର କରିଦବ ୧୦୦% ଗ୍ୟାରେଣ୍ଟି

0

କୁହାଯାଏ ଜଣେ ବ୍ୟକ୍ତି ପାଖରେ ଯେତେ ପରିମାଣରେ ଧନ ସମ୍ପତ୍ତି ଥିଲେ ମଧ୍ୟ ତାର ସ୍ୱାସ୍ଥ୍ୟ ଆବସ୍ଥା ଯଦି ଠିକ ନଥାଏ , ତେବେ ତା ପାଖରେ ଥିବା ଧନ ସମ୍ପତ୍ତିର କୌମସି ମୂଲ୍ୟ ନଥାଏ । ତେଣୁ କଥାରେ ଅଛି ‘ ସ୍ୱାସ୍ଥ୍ୟ ହିଁ ଜୀବନ ‘ । ଉତ୍ତମ ସ୍ୱାସ୍ଥ୍ୟ ଥିଲେ , ଜୀବନରେ ସବୁକିଛି ପାଇ ପାରୁ , ତେବେ ଆମ ଶରୀର ପାଞ୍ଚଟି ଇନ୍ଦ୍ରିୟ ଦ୍ୱାରା ଗଠିତ ହୋଇଥାଏ । ତେବେ ସେହି ପାଞ୍ଚଟି ଇନ୍ଦ୍ରିୟ ମାନଙ୍କ ମଧ୍ୟରୁ ଦାନ୍ତ ଗୋଟିଏ ସମ୍ୱେଦନଶୀଳ ଇନ୍ଦ୍ରିୟ । ଆଜିର ସମୟରେ ପ୍ରୟତଃ ଅଧିକାଂଶ ଲୋକମାନଙ୍କ ଠାରେ ଦାନ୍ତରେ ସମସ୍ୟା ମାନ ଦେଖାଯାଉଛି ।

ଯେମିତିକି ଦାନ୍ତ ମୂଳ ଯନ୍ତ୍ରଣା ହେବା , ଦାନ୍ତ ପୋକ ଲାଗିବା ବା ଦାନ୍ତ ମାଢି ରେ କଷ୍ଟ ଅନୁଭବ ହେବା ଇତ୍ୟାଦି ସମସ୍ୟା ମାନ ଦେଖା ଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏକ ଘୋରଇ ଉପଚାର ବିଷୟରେ କହିବାକୁ ଯାଉଛୁ । ଯାହା ଆପଣଙ୍କ ଦାନ୍ତର ସମସ୍ତ ସମସ୍ୟାକୁ ଦୂର କରିବ ।

ଆବଶ୍ୟକ ସାମଗ୍ରୀ :-

ଉପଚାର ରେ ଆବଶ୍ୟକ ସାମଗ୍ରୀ ଗୁଡିକୁ ଆପଣଙ୍କୁ ଅତି ସହଜରେ ଘରେ ମିଳିଯିବ । ତେବେ ଏହି ଉପଚାର ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ ବିଷୟରେ ଆସନ୍ତୁ ଜାଣିବା ।
1. ଅଧା କପ ଜଳ
2. 4- 5 ଟି ଜାମ୍ୱ / ପିଜୁଳି ପତ୍ର ।
3. ହାଫ ଚାମଚ ଖାଇବା ଲୁଣ

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଆପଣ ପିଜୁଳି ପତ୍ରକୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ କଢେଇରେ ଅଧା କପ ପାଣି ନିଅନ୍ତୁ । ସେଥିରେ ସେହି ପିଜୁଳି ପତ୍ରକୁ ପକାଇ 5 -7 ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ତେବେ ପାଣିର ରଙ୍ଗ ବଦଳିଯିବା ପରେ ଏହାକୁ ଅନ୍ୟ ଏକ ପାତ୍ରକୁ କାଢି ନିଅନ୍ତୁ । ଏହାକୁ ଥଣ୍ଡା ହେବା ପାଇଁ କିଛି ସମୟ ଛାଡି ଦିଅନ୍ତୁ । ପାଣିଟି ଥଣ୍ଡା ହୋଇଯିବା ପରେ , ସେଥିରେ ଖାଇବା ଲୁଣ ଭଲ ଭାବରେ ମିକ୍ସ କରି ନିଅନ୍ତୁ । ମିକ୍ସ କରି ସାରିବା ପରେ ତାହାକୁ ହାଲକା ଉଷମ କରି ନିଅନ୍ତୁ , ବର୍ତ୍ତମାନ ଜଡିବୁଟି ପ୍ରସ୍ତୁତ ହୋଇ ସାରିଛି ।

ବ୍ୟବହାର ପ୍ରଣାଳୀ :-

ପ୍ରସ୍ତୁତ କରାଯାଇଥିବା ପାଣିକୁ ଆପଣ ମାନେ କିଛି ସମୟ ନିଜ ପାଟିରେ ପୂରାଇ ରଖନ୍ତୁ ଏବଂ କୁଳି କରି ନିଅନ୍ତୁ । ଏହିପରି ଭାବରେ ପ୍ରସ୍ତୁତ ହୋଇଥିବା ସମସ୍ତ ପାଣିକୁ କୁଳି କରି ନିଅନ୍ତୁ । ଏହିପରି ଭାବରେ ଗୋଟିଏ ଦିନରେ ଦୁଇ ଥର କରନ୍ତୁ । ଏହି ଉପଚାରକୁ ନିୟମିତ ଭାବରେ ଦୁଇ ସପ୍ତାହ ପର୍ଯ୍ୟନ୍ତ କରନ୍ତୁ , ଦେଖିବେ ଆପଣଙ୍କ ଦାନ୍ତର ଯେକୌଣସି ସମସ୍ୟା ହେଉ ନା କାହିଁକି ସମସ୍ତ ସମସ୍ୟାକୁ ଦୂର କରିଦେବ । ଏଥିରେ କୌଣସି ଅର୍ଥର ମଧ୍ୟ ଖର୍ଚ୍ଚ ହେବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.