Swastik Tv News Odisha

36 ଘଣ୍ଟା ପୂର୍ବରୁ ନିଜ ମୃତ୍ୟୁ ବିଷୟରେ ଜାଣି ପାରିଥିଲେ ଏହି ମହିଳା ଜଣକ , ମୃତ୍ୟୁ ସମ୍ପର୍କରେ ସୋସିଆଲ ମିଡିଆରେ ଭିଡ଼ିଓ କଲେ ସେୟାର…ଦେଖନ୍ତୁ ଭିଡ଼ିଓ

0

ମଣିଷ ଜୀବନରେ କେତେବେଳେ କଣ ଘଟିଥାଏ ତାହା ଜାଣିବା ବହୁତ କଷ୍ଟକର ହୋଇଥାଏ । କିନ୍ତୁ କେବେକେବେ ଆମକୁ ଅନୁଭବ ହୋଇଥାଏ ଯେ ଆମର ଆୟୁଷ ସରି ସରି ଆସୁଛି । ତାହା ମଧ୍ୟ ସତ୍ୟରେ ପରିଣତ ହୋଇଥାଏ ଏବଂ ଆପଣାର ଲୋକମାନଙ୍କୁ ବହୁତ କଷ୍ଟ ଦେଇଥାଏ । ସେମିତି ଏକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି , ଯେଉଁଥିରେ ଜଣେ ମହିଳାଙ୍କୁ ଅନୁଭବ ହୋଇଥିଲା ଯେ ତାଙ୍କ ଜୀବନ ଆଉ ତାଙ୍କ ପାଖରେ ନାହିଁ । ସରିଆସିଲାଣି ତାଙ୍କର ସଞ୍ଚିତ ଜୀବନ , ସେଥିପାଇଁ ସେ ସକାଳୁ ସକାଳୁ ଏ ସମ୍ପର୍କରେ ଫେସବୁକରେ ଲେଖି ଜଣାଇଥିଲେ । ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ଖବର ବିଷୟରେ ।

ସୂଚନା ଅନୁସାରେ ମହିଳା ଜଣକ ହେଉଛନ୍ତି ମୁମ୍ୱାଇ ର ଡକ୍ଟର ମନିସା ଜାଦବ୍ , ମହାରାଷ୍ଟ୍ର ର ଏକ ଟିଭି ହସ୍ପିଟାଲର ଚିଫ୍ ମେଡିକାଲ ଅଫିସର । ଶୁକ୍ରବାର ସକାଳେ ସେ ନିଜ ଫେସବୁକ ପୋଷ୍ଟ ରେ ଲେଖିଥିଲେ ଏହି ମର୍ମସ୍ପର୍ଶୀ କଥା । ସମସ୍ତଙ୍କୁ ଶୁଭ କାମନା ଜଣାଇବା ସହ ସମସ୍ତଙ୍କୁ କହିଥିଲେ ଏହା ହୁଏତ ହୋଇପାରେ ଆପଣ ମାନଙ୍କୁ ମୋର ଶେଷ ଗୁଡମନିଙ୍ଗ ଉଇସ୍ । ସେ ଲେଖିଥିଲେ ହୁଏତ ଆପଣ ମାନଙ୍କୁ ଭେଟି ନପାରେ , କାରଣ ଶରୀର ମରିଯାଏ ଆତ୍ମା କିନ୍ତୁ ଆମର ରହେ । ଏହି ଫେସବୁକ ପୋଷ୍ଟର ମାତ୍ର 36 ଘଣ୍ଟା ପରେ କୋରନା ରେ ସଂକ୍ରମିତ ହୋଇ ଡାକ୍ତର ମନୀସାଙ୍କର ମୃତ୍ୟୁ ହୋଇଯାଇଥିଲା ।

ମଣିଷ ବେଳେ ବେଳେ ନିଜ ଭବିଷ୍ୟତ ବିଷୟରେ ହୁଏତ ଅନୁମାନ କରିପାରେ , କିନ୍ତୁ ଡାକ୍ତର ମନୀସା ନିଜ ମୃତ୍ୟୁ ସମ୍ପର୍କରେ ଆଗୁଆ ଜାଣି ପାରିଥିଲେ । ଆପଣ ମାନେ ଚିନ୍ତା କରି ପାରୁଥିବେ ନିଜକୁ କେତେ ଅସହାୟ ମନେ କରୁଥିବେ , ଯେତେବେଳେ ସେ ଜାଣିପାରିଥିବେ ତାଙ୍କୁ ଏ ଦୁନିଆ ଏ ପରିବାର ଏବଂ ବାପା ମା ସ୍ୱାମୀ ସମସ୍ତଙ୍କୁ ଛାଡି ବିଦାୟ ନେବା ପାଇଁ ପଡିବ ଅଧା ବାଟରେ । ମନୀସା ସୋସିଆଲ ମିଡିଆରେ ଖୁବ୍ ଆକଟିଭ୍ ଥିଲେ , ସମୟ ପାଇଲେ ଗେମ୍ ଖେଳୁଥିଲେ ଏବଂ ସେସବୁର ଫଳାଫଳ ଫେସବୁକ ରେ ସେୟାର କରୁଥିଲେ । ସେ ନିଜର ଅନୁଭୂତିକୁ ସୋସିଆଲ ମିଡିଆରେ ସେୟାର କରୁଥିଲେ ।

ମନୀସା ଙ୍କୁ ନୂଆ ନୂଆ ମଣିଷ ମାନଙ୍କ ସହିତ ଭେଟିବା ପାଇଁ ବହୁତ ଭଲ ପାଆନ୍ତି ଏବଂ ସେ ସମସ୍ତଙ୍କୁ ସମ୍ମାନ ଦିଅନ୍ତି । ତେବେ ଦୁଃଖର କଥା ଏହା ଯେ ଏତେ ଭଲ ଗୁଣ ଥିବା ଝିଅଟି କାହିଁକି ହଠାତ୍ ଏ ସଂସାରକୁ ଛାଡି ଚାଲିଯିବା ପାଇଁ ନିଷ୍ପତ୍ତି ନିଏ । ମନୀସାଙ୍କୁ ଆଉ ଅଧିକ ହସେଇବାକୁ ଦେଲା ନାହିଁ ସମୟ , ଅଧାବାଟରୁ ଫେରାଇ ନେଲା ତାଙ୍କୁ ଇଶ୍ୱରଙ୍କ ପାଖକୁ । ପଛରେ ଛାଡି ଯାଇଛନ୍ତି ସେ ନିଜେ ସୃଷ୍ଟି କରିଥିବା ଏସବୁ କୋଳାହଳ ସଂସାର ଓ ପରିବାର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.