Swastik Tv News Odisha

ଅରିନ୍ଦମଙ୍କ ମୃତ୍ୟୁ କୁ ନେଇ ମଜାକ ଉଡାଉବା ପଡିଲା ମହଙ୍ଗା…ଦେଖନ୍ତୁ ଭିଡ଼ିଓ

0

ଜଣେ ବରିଷ୍ଠ ସାମ୍ୱାଦିକ ଅରିନ୍ଦମ ଦାସ୍ ଙ୍କୁ ହରାଇ ସାରା ଓଡ଼ିଶା ସ୍ତବ୍ଧ ହୋଇ ପଡିଥିବା ବେଳେ, ସମସ୍ତେ ତାଙ୍କୁ ମନେ ପକାଉଥିବା ବେଳେ କିଛି ଅସାମାଜିକ ଲୋକ ତାଙ୍କ ନାମରେ ଏମିତି କିଛି କଥା କହୁଛନ୍ତି, ଏମିତି କିଛି ପୋଷ୍ଟ ସୋସିଆଲ ମିଡିଆରେ କରୁଛନ୍ତି ଯାହାକୁ ନେଇ ଏବେ ସେହି ମାନଙ୍କ ବିରୋଧରେ ଅଭିଯୋଗ କରା ଯାଇଛି। ଆପଣ ଜାଣିଛନ୍ତି ବୈଦୁତିକ ଗଣମାଧ୍ୟମ ଓଟିଭିର ଚିଫ୍‌ ରିପୋର୍ଟର ଅରିନ୍ଦମ ଦାସ ସାମ୍ବାଦିକତା ଏବଂ ଟେଲିଭିଜନ ଦୁନିଆରେ ବେଶ୍ ପରିଚିତ ଚେହେରା ଥିଲେ। ଦୀର୍ଘ ବର୍ଷ ଧରି ତାଙ୍କର ସାମ୍ବାଦିକତା କ୍ଷେତ୍ରରେ ଅନେକ ଅଭିଜ୍ଞତା ରହିଥିଲା।

ଏବେ କିନ୍ତୁ ସେ ଆମ ଗହଣରେ ନାହାଁନ୍ତି ଯାହା ସମସ୍ତଂକ ପାଇଁ ଏକ ଅପୂରଣୀୟ କ୍ଷତି ଅଟେ।ତାଙ୍କ ମୃତ୍ୟୁ ପରେ ଓଡ଼ିଶା ସାମ୍ବାଦିକତା ମହଲରେ ଏକ ଦୁଃଖର ଲହରୀ ଖେଳି ଯାଇଛି।ଅରିନ୍ଦମ ଦାସ୍ ଙ୍କ ପରି ଜଣେ ଯୁବ ସାମ୍ବାଦିକଙ୍କୁ ଓଡ଼ିଶା ହରାଇବା ପରେ ସାରା ଓଡ଼ିଶା ଏକ ପ୍ରକାର ସ୍ତବ୍ଧ ହୋଇ ଯାଇଛି।ଏଭଳି ଏକ ଅସମୟରେ ତାଙ୍କର ପରଲୋକ ଘଟିବା ନିଶ୍ଚିତ ଭାବରେ ସମସ୍ତଙ୍କୁ ମର୍ମାହତ କରିଛି। କେବଳ ସାମ୍ବାଦିକ ଜଗତ ନୁହେଁ, ସାଧାରଣ ଜୀବନରେ ମଧ୍ୟ ତାଙ୍କର ସରଳ, ଶାନ୍ତ, ମଜାଳିଆ ବ୍ୟବହାର, ଖୁସି ମଜାର ଚେହେରାକୁ ଏବେ ସମସ୍ତେ ଝୁରି ହେଉଛନ୍ତି।

ନିଜର ସାମ୍ବାଦିକତା ପାଇଁ ଘରେ ଘରେ ପରିଚିତ ଥିବା ଅରିନ୍ଦମ ଏବେ ଆଉ ନାହାନ୍ତି। ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ତାଙ୍କର ଅକାଳ ବିୟୋଗ ହୋଇଛି। ଯାହାକୁ ସହଜରେ କେହି ବିଶ୍ୱାସ କରି ପାରୁ ନାହାଁନ୍ତି। କାରଣ ବର୍ଷା, ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିପୋର୍ଟିଂ କରିବାରେ ମାହିର ଥିଲେ ଏହି ରିପୋର୍ଟର। ନିଜର ସାହସିକତା ପାଇଁ ସେ ସବୁ ପ୍ରତିକୂଳ ପରିସ୍ଥିତି ରେ ତାଜା ଖବର ଦେବାକୁ ଆଗେଇ ଆସୁଥିଲେ।କିନ୍ତୁ ଆଉ ସେହି ସାହସୀ, ନିର୍ଭୀକ ସାମ୍ବାଦିକ ଙ୍କୁ ରିପୋର୍ଟ କରୁଥିବାର ଦେଖିବାକୁ ମିଳିବ ନାହିଁ। ଯାହା ନିଶ୍ଚିତ ଭାବରେ ଏକ ଦୁଃଖର ବିଷୟ।

ତେବେ ଏହାକୁ ସମସ୍ତେ ଏକ ବଡ କ୍ଷତି ବୋଲି ବିବେଚନା କରି ମର୍ମାହତ ହୋଇ ପଡ଼ୁଥିବା ବେଳେ କିଛି ଅସାମାଜିକ ଲୋକ ଅରିନ୍ଦମ ଙ୍କ ନାମରେ ସୋସିଆଲ ମିଡିଆରେ ଅପ୍ରୀତିକର ତଥ୍ଯ ପୋଷ୍ଟ କରୁଛନ୍ତି ଏବଂ ସେୟାର କରୁଛନ୍ତି। ଯାହାକୁ ନେଇ ଅରିନ୍ଦମ ଙ୍କ ଶୁଭ ଚିନ୍ତକ ଏବଂ ତାଙ୍କ ସାଥୀ ଏବଂ ସାଥୀ ସାମ୍ବାଦିକ ମାନେ ପୋଲିସ୍ ନିକଟରେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି ଯେ ଏହିଭଳି ବ୍ୟକ୍ତିଙ୍କ ବିରୋଧର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଯେଉଁ ସମୟରେ ଅରିନ୍ଦମ ଙ୍କୁ ହରାଇ ସମସ୍ତେ ଗଭୀର ଦୁଃଖରେ ଭାଙ୍ଗି ପଡିଛନ୍ତି ସେହି ସମୟରେ ଅରିନ୍ଦମ ଙ୍କ ନାମରେ ଏପରି କଥା କହି ସେ ଆହୁରି ବ୍ୟଥିତ କରିଛନ୍ତି ଓଡ଼ିଶା ବାସୀଙ୍କୁ ବୋଲି ତାଙ୍କ ଶୁଭେଚ୍ଛୁ ମାନେ କୋହ ଭରା କଣ୍ଠରେ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.