Swastik Tv News Odisha

ଦେଖନ୍ତୁ Shocking ଭିଡ଼ିଓ : ଶୁନଶାନ ଘାଟି ରାସ୍ତାରେ…..

0

ସମାଜରେ ଧୀରେ ଧୀରେ ବଢ଼ିବାରେ ଲାଗିଛି ଗୁଣ୍ଡାଗ୍ରଦି ତଥା ଦାଦାଗିରି। ପୋଲିସ ଆଖିରେ ଧୂଳି ଦେଇ ଏହି ସମାଜରେ ଘୁରି ବୁଲୁଛନ୍ତି ଗୁଣ୍ଡା , ଡକାୟତ ଏବଂ ଲୁଟେରା ମାନେ। ତେବେ କୁହାଯାଇଛି ଯେ ଯଦି ଆପଣ ୧୦ ବର୍ଷ ପଛକୁ ଫେରିଯିବେ ତେବେ ସେତେବେଳେ ର ସମାଜ ଲୋକମାନେ ବହୁତ ଖୁସିରେ ରହୁଥିଲେ ନା ଥିଲା ଗୁଣ୍ଡରାଜ ର ଭୟ ନା ଲୁଟେରା ର ଡର ।କିନ୍ତୁ ବର୍ତ୍ତମାନ ଟେକ୍ନୋଲୋଜି ଯେତେବେଳେ ଅଗ୍ରଗତି କରୁଛି ସମାଜରେ ଦାଦାଗିରି ମଧ୍ୟ ସେତିକି ବଢ଼ିବାରେ ଲାଗିଛି।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ହେଉ କିମ୍ବା ଖବରକାଗଜ ରେ ଦେଖୁଥିବେ କି ଆଜି ଦୁର୍ବୁତ୍ତ ମାନେ ଏକ ବ୍ୟାଙ୍କ ବନ୍ଧୁକ ଦେଖାଇ ଲୁଟିଲେଣି ତ କେଉଁଠି ପିଟିପିଟି ହତ୍ୟା କଲେଣି ଯୁବକ ଙ୍କୁ ।ତେବେ ଆମେ ଆଜି ଆପଣଂକୁ ଏମିତି ଏକ ଘଟଣା ବିଷୟରେ ଜଣେଇବୁ ଯାହା ଜାଣିଲେ ଆପଣଂକୁ ମଧ୍ୟ ଶକ୍ତ ଧକ୍କା ଲାଗିବ ଏବଂ ଆପଣ ଘରୁ ବାହାର କୁ ବାହାରିବାକୁ ଭୟ କରିବେ ।

ତେବେ ଘଟଣା ଟି କିଛି ଏପରି ଥିଲା କି, ତିନି ଜଣ ଡକାୟତ ରାସ୍ତା ମଝିରେ , ପୁଣି ସକାଳ ଟାରେ ଏକ ଦମ୍ପତି ଙ୍କୁ ମାରଣାସ୍ତ୍ର ତଥା ବନ୍ଧୁକ ଦେଖାଇ ଡରେଇ ଥିଲେ ଏବଂ ତାଙ୍କ ପାଖରେ ଥିବା ସମସ୍ତ ଟଂକା, ସୁନା ଗହଣା ଏବଂ ମୋବାଇଲ ଚୋରି କରିନେଇଥିଲେ ତା ସହ ଦୁହିଁଙ୍କୁ ଆଘାତ କରିଥିଲେ। ତେବେ ଏ ନେଇ ରାଜସୁନାଖଳା ଥାନା ରେ ଅଭିଯୋଗ କରିଛନ୍ତି ନୟାଗଡ଼ ର ଦମ୍ପତି ସୁରେକ ଏବଂ ମାମିନା ।ତେବେ ସମ୍ପୂର୍ଣ୍ଣ ଘଟଣା ଟି ଜାଣିଲେ ଆପଣ ବି ଚକିତ ହୋଇଯିବେ।

ସୂଚନାଯୋଗ୍ୟ ଯେ, ଗତ କାଲି ସକାଳ ସମୟରେ ନୟାଗଡ଼ ର ଦମ୍ପତି ସୁରେଶ କୁମାର ଜେନା ଏବଂ ମାମିନା ଜେନା ଏକ ବାଇକ ରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଠାରୁ ନୟାଗଡ଼ ର ରଣପୁର କୁ ଯାଉଥିଲେ ।ତେବେ ତାଙ୍କୁ ବୋଲଗଡ଼ ଠାରୁ ତିନି ଜଣ ଦୁର୍ବୁତ୍ତ ଫୋଲ କରିଥିଲେ। ତେବେ ସକାଳ ସମୟ ରାସ୍ତା ମଣିଷ ଶୂନ୍ୟ ଥିବାର ଫାଇଦା ଉଠାଇ ରାଜସୁନାଖୋଳା ଠାରେ ଦୁର୍ବୁତ୍ତ ମାନେ ତାଙ୍କୁ ବନ୍ଧୁକ ଦେଖାଇ ଅଟକାଇ ଥିଲେ ଏବଂ ଟଙ୍କା, ସୁନା ଗହଣା ଦେବାକୁ କହିଥିଲେ।

ମାତ୍ର ଏହାକୁ ସୁରେଶ ଏବଂ ମାମିନା ବିରୋଧ କରିବାରୁ ବନ୍ଧୁକ ଦେଖାଇ ତଥା ବନ୍ଧୁକ ରେ ମାରି ଦୁର୍ବୁତ୍ତ ମାନେ ସୁରେଶ ଙ୍କର ମୁଣ୍ଡ ଫାଟି ଦେଇଥିଲେ ଏବଂ ମାମିନା ଙ୍କ ପାଖରେ ଥିବା ଭେନିଟି ବ୍ୟାଗ, ଦୁଇ ହଜାର ଟଙ୍କା , ଏକ ଭରି ର ସୁନା ଚେନ ସମେତ ଗୋଟିଏ ଦାମି ମୋବାଇଲ ଫୋନ କୁ ଲୁଟି ନେଇ ପଳାଇ ଥିଲେ ।ତେବେ ଏହି ଘଟଣା ରେ ଦମ୍ପତି ଦୁହେଁ ଆଘାତ ପାଇଥିବା ରୁ ତାଙ୍କୁ ରାଜସୁନାଖଳା ହସ୍ପିଟାଲ ରେ ଚିକିତ୍ସା କରାଯାଇଥିଲା।

ପରେ ସେମାନେ ରାଜସୁନାଖଳା ଫାଣ୍ଡି ରେ ଏହି ଡକାୟତି କୁ ନେଇ ଅଭିଯୋଗ କରିଥିଲେ। ତେବେ ପୋଲିସ ଦୁର୍ବୁତ୍ତ ମାନଙ୍କୁ ଧରିବା ପାଇଁ ନିଜର ତଦନ୍ତ ଆରମ୍ଭ କରିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.