Swastik Tv News Odisha

ଶୁଣନ୍ତୁ ଭାଇରାଲ Audio call : ୧୦୮ କୁ call କରି ପ୍ରେମ ନିବେଦନ କଲେ ଏହି ଯୁବକ, ମାଡାମ ତୁମକୁ ଟିକେ Kiss କରିଥାନ୍ତି….ଦେଖନ୍ତୁ ଭିଡ଼ିଓ

0

ସମାଜରେ ଲୋକ ମାନେ ବହୁତ ଅନ୍ୟାୟ କାର୍ଯ୍ୟ କରି ଚାଲିଛନ୍ତି। ସରକାର ଗରିବ ଲୋକ ମାନଙ୍କ ପାଇଁ ଯେଉଁ ସାହାଯ୍ୟ ସହଯୋଗ କରୁଛନ୍ତି, ସମାଜରେ କିଛି ଅସମାଜିକ ବ୍ୟକ୍ତି ଏହାର ବହୁତ ଦୁର୍ବ୍ୟବହାର କରୁଛନ୍ତି। ସେମାନେ ଏହି ସାହାଯ୍ୟକୁ ମନୋରଞ୍ଜନ ଭାବି ନେଇ ଥାଆନ୍ତି ଓ ଏହାକୁ ନେଇ ଥଟ୍ଟା ପରିହାସ କରି ଥାଆନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ନିନ୍ଦା କରିବେ। ତେବେ ଘଟଣାଟି ହେଉଛି, ସରକାର ଲୋକ ମାନଙ୍କୁ ସାହାଯ୍ୟ କରିବା ପାଇଁ ମାଗଣାରେ ଆମ୍ବୁଲାନ୍ସ ସେବା ଯୋଗାଇ ଥିଲେ, କିନ୍ତୁ କିଛି ଅସମାଜିକ ବ୍ୟକ୍ତି ଏହାର ଦୁର୍ବ୍ୟବହାର କରୁଛନ୍ତି ବୋଲି ସୂଚନା ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁଯାୟୀ, ରାଜ୍ୟର ଯେ କୌଣସି ଅଞ୍ଚଳରେ ମାଗଣାରେ ଆମ୍ବୁଲାନ୍ସ ସେବା ପହଁଞ୍ଚାଇବା ପାଇଁ ସରକାର ଏହି ସେବା ଆରମ୍ଭ କରି ଥିଲେ ଓ ଜରୁରୀ କାଳୀନ ସମୟରେ ସେବା ଯୋଗାଇ ଦେବା ପାଇଁ ୧୦୮ ଆମ୍ବୁଲାନ୍ସ ସେବା ଜାରି କରା ଯାଇ ଥିଲା। ଯେ କୌଣସି ବ୍ୟକ୍ତି ଏହି ନମ୍ବରରେ କଲ କରିଲେ ପ୍ରଥମେ ଭୁବନେଶ୍ୱର ଥିବା କଲ ସେଣ୍ଟରକୁ ଆସିଥାଏ ଓ ସେଠାରୁ ରୋଗୀଙ୍କ ବିଷୟରେ ସବୁ କିଛି ଜାଣିବା ପରେ, ସେହି ସ୍ଥାନକୁ ଆମ୍ବୁଲାନ୍ସକୁ ପଠା ଯାଇ ଥାଏ। ତେବେ ଠିକ ସେମିତି କରୋନାକୁ ନେଇ ଯେତେବେଳେ ସାରା ଓଡିଶା ସଂଘର୍ଷ କରୁଥିଲା। ସେହି ସମୟରେ ରାଜ୍ୟ ସରକାର କରୋନା ସହାୟତ ପାଇଁ ୧୦୪ ହେଲ୍ପ ନମ୍ବର ଜାରି କରିଥିଲେ। ଯେଉଁଥିରେ କି ଲୋକ ମାନଙ୍କୁ ସାହାଯ୍ୟ ଓ ସହଯୋଗ ମିଳି ପାରିବ।

ତେବେ ଏହି ଜରୁରୀ କାଳୀନ ନମ୍ବରକୁ କିଛି ଅସାମାଜିକ ଯୁବକ ମାନେ ଏହାର ଫାଇଦା ଉଠାଇ ଫେକ କଲ କରି କର୍ମଚାରୀ ମାନଙ୍କୁ ହଇରାଣ ହରକତ କରିବା ସହ ମଜା ମସ୍ତି କରି ଟାଇମ ପାସ ମଧ୍ୟ କରି ଥାଆନ୍ତି। ଯାହା ଫଳରେ କି ରୋଗୀ ମାନଙ୍କୁ ଠିକ ଭାବରେ ସାହାଯ୍ୟ ମିଳି ପାରୁ ନାହିଁ। ଯଦି କୌଣସି ମହିଳା କର୍ମଚାରୀ ତାଙ୍କର ଫୋନ ରିସିଭି କରି ଥାଆନ୍ତି, ସେମାନେ ତାଙ୍କୁ ଅଶ୍ରୀଳ ଭାଷାରେ ଗାଳି ଗୁଳଜ କରି ଥାଆନ୍ତି ଓ ଏଥିସହ ମଧ୍ୟ ପ୍ରେମ ନିବେଦନ ଦେଇ ଥାଆନ୍ତି। ଏଭଳି ଘଟଣା ଜାଣିବା ପରେ ସେମାନଙ୍କର ଫୋନ ରିସିଭି କରା ନ ଗଲେ ସେମାନେ ଆମ୍ବୁଲାନ୍ସକୁ ଦୋଷ ଦେଇ ଥାଆନ୍ତି। ଯଥା ଶୀଘ୍ର ଏଭଳି ଅସମାଜିକ ବ୍ୟକ୍ତିଙ୍କ ପାଇଁ କାର୍ଯ୍ୟାନୁଷ୍ଠାନ ନିଆ ଯାଉ। ଯାହା ଦ୍ୱାରା କି ଧୀରେ ଧୀରେ ଫେକ କଲ କମି ବାରେ ଲାଗିବ ଓ ଆମ୍ବୁଲାନ୍ସ ସେବା ପାଇଁ ଫୋନରେ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.