Swastik Tv News Odisha

ହେ ଭଗବାନ ! ବାହାଘରକୁ ବର୍ଷେ ନପୂରୁଣୁ ହାସ୍ୟ ଅଭିନେତା ଗୁଡ୍ଡୁଙ୍କ ପରିବାରକୁ ଆସିଲା ଦୁଃଖଦ ଖବର, ଟ୍ରେନ୍ ରେ ଚଢୁଥିବା ସମୟରେ ଚାଲିଗଲା ଜୀବନ….

0

ଅଲିଉଡ ଇଣ୍ଡଷ୍ଟ୍ରିର ସୁପରିଚିତ ହାସ୍ୟ ଅଭିନେତା ଗୁଡୁ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । କିଛି ଦିନ ତଳେ ଗୁଡୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏବଂ ଘରେ ଖୁସୀର ଲୋହରୀ ମଧ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ ଭଗବାନ ସେହି ଖୁସୀକୁ ଅଧିକ ଦିନ ପର୍ଯ୍ୟନ୍ତ ରଖିଲେ ନାହିଁ , ନୂଆ ନୂଆ କରି ଘରକୁ ବହୂଟିଏ ଆସିଥିଲା କିନ୍ତୁ ଏସବୁ ଦେଖିବା ପୂର୍ବରୁ ଆଖି ବୁଜି ଦେଇଛନ୍ତି ହାସ୍ୟ ଅଭିନେତା ଗୁଡୁଙ୍କ ମାଆ । ସମସ୍ତଙ୍କୁ ହସାଉ ଥିବା ଏବଂ ସମସ୍ତଙ୍କୁ ହସେଇ ହସେଇ ବେଦମ କରୁଥିବା ସେହି ଗୁଡୁ ଆଜି ମା ଛେଉଣ୍ଡ ହୋଇ ଯାଇଛନ୍ତି । ସବୁଦିନ ପାଇଁ ତାଙ୍କ ଠାରୁ ଦୂରେଇ ଯାଇଛନ୍ତି ମା ଗୀତାଞ୍ଜଳି ।

ସୂଚନା ଅନୁସାରେ ଏକ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ହାସ୍ୟ ଅଭିନେତା ଗୁଡୁଙ୍କ ମାଆ । ଯାଜପୁର ଜିଲ୍ଲା ଯୋଖପୁରା ଠାରେ ଟ୍ରେନକୁ ଚଢୁଥିବା ସମୟରେ ଘଟିଛି ଏଭଳି ଏକ ଅଭାବନୀୟ ଦୁର୍ଘଟଣା । ଗୁଡୁ ଙ୍କ ମା ଓ ଭଉଣୀ ଭୁବନେଶ୍ୱର ରୁ କେଉଁଝରକୁ ଫେରୁଥିବା ସମୟରେ ଘଟିଥିଲା ଏହି ଦୁର୍ଘଟଣା । ବୋଧହୁଏ ଗୁଡୁ ଙ୍କୁ ଏବଂ ତାଙ୍କ ବହୂ ଙ୍କୁ ଦେଖିବା ତାଙ୍କ ମାଆ ଙ୍କର ଶେଷ ଦେଖା ଥିଲା । ଦଇବ ସହି ପାରିଲା ନାହିଁ ତାଙ୍କର ଏହି ଖୁସୀ ଟିକକ , ଖୁସୀର ଏହି କିଛି କ୍ଷଣ କିଛି ମୂହୁର୍ତ୍ତ ବଦଳି ଯାଇଛି ଦୁଃଖ ଦୁର୍ଦ୍ଦଶାରେ । ବର୍ତ୍ତମାନ ହସ୍ୟ ଅଭିନେତା ଗୁଡୁଙ୍କ ମା ମୃତ୍ୟୁ ରେ ସାରା ଅଲିଉଡ ଜଗତ ଦୁଃଖରେ ରହିଛି ।

ଗୀତାଞ଼୍ଜଳି ଜଣେ ବହୁତ ଭଲ ମେକପ୍ ଆର୍ଟିସିଆନ ଥିଲେ ଏବଂ ସମସ୍ତ ଆର୍ଟିଷ୍ଟ ମାନଙ୍କର ସେ ମେକପ୍ କରନ୍ତି । ସେ ଫିଲ୍ମି ହେଉ ବା ସିରିଏଲ ରେ ହେଉ ସମସ୍ତ ଆର୍ଟିଷ୍ଟ ମାନଙ୍କୁ ମେକପ୍ କରିଥାନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ସେ ଆମ ମାନଙ୍କ ଗହଣ ରେ ଆଉ ନାହାନ୍ତି ଏବଂ ଗୁଡୁ ଙ୍କ ପରିବାର ରେ ବହୁତ ବଡ ଦୁଃଖର ସମୟ ଆସି ଯାଇଛି । ନିଜ ମାଆ କୁ ହରାଇ ଦୁଃଖ ରେ ଭାଙ୍ଗି ପଡିଛନ୍ତି ପୁରା ପରିବାର । ତେବେ ଭଗବାନଙ୍କ ନିକଟର ଏତିକି ପ୍ରାର୍ଥନା ଯେ ଗୁଡୁ ଏବଂ ତାଙ୍କ ପରିବାରକୁ ସାହସ ଏବଂ ଶକ୍ତି ଦିଅନ୍ତୁ । ମଣିଷ ଜୀବନରେ କେତେବେଳେ କଣ ହେବାକୁ ଥାଏ ତାହା କାହାରିକୁ ମଧ୍ୟ ଜଣା ନଥାଏ ।

ଯାହା ବର୍ତ୍ତମାନ ହାସ୍ୟ ଅଭିନେତା ଗୁଡୁ ଙ୍କ ମା ସହ ଘଟିଛି , ସେ ଜାଣିନଥିଲେ ଏହି ଦିନ ଟି ତାଙ୍କ ପାଇଁ ଶେଷ ଦିନ ଅଟେ । ମାଆ ଙ୍କ ଦୁର୍ଘଟଣା ହେବା ପରେ ବର୍ତ୍ତମାନ ଦୁଃଖରେ ଭାଙ୍ଗି ପଡିଛନ୍ତି ସାରା ପରିବାର । ତେବେ ଗୀତାଞ୍ଜଳୀଙ୍କ ଏଭଳି ଅଚାନକ ମୃତ୍ୟୁ କୁ କେହି ମଧ୍ୟ ବିଶ୍ୱାସ କରି ପାରୁ ନାହାନ୍ତି । ଭଗବାନଙ୍କ ଠାରେ ଏତିକି ପ୍ରର୍ତନା ତାଙ୍କ ଆତ୍ମାକୁ ସଦଗତି ମିଳୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.