Swastik Tv News Odisha

Special Tips – ଏହି ଖରାପ ଅଭ୍ୟାସ ପାଇଁ ବ୍ରଣ ବାହାରିଥାଏ, ଏହାର ପ୍ରତିକାର ପାଇଁ କରନ୍ତୁ ଏହି ସହଜ ଉପାୟ

0

ଆଜିର ସମୟରେ ପ୍ରଦୂୂଷଣ,ଧୂଳି ମାଟି ଏବଂ ଖରାପ ଖାଦ୍ୟ ଯୋଗୁଁ ଲୋକମାନେ ବ୍ରଣ ପରି ଚର୍ମ ସମସ୍ୟାର ଶିକାର ହୁଅନ୍ତି। ଅତ୍ୟାଧୁନିକ ଜୀବନଶୈଳୀ, ଜଙ୍କ ଫୁଡ୍ ଆଦି ଖାଇବା ଦ୍ଵାରା ଏହାର ପ୍ରଭାବ ମୁହଁ ଉପରେ ପଡ଼ିଥାଏ। ଅନେକ ଥର ପାଣିପାଗ ପରିବର୍ତ୍ତନ ଏବଂ ଚାପ ହେତୁ ଚର୍ମର ଚମକ ଫିକା ପଡିଯାଏ । ଏଥିରୁ ମୁକ୍ତି ପାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ବ୍ୟୁଟି ପ୍ରଡକ୍ଟସ୍ ବ୍ୟବହାର କରନ୍ତି । ବଜାରରେ ମିଳୁଥିବା ଏହି ରାସାୟନିକ ପଦାର୍ଥ ଗୁଡିକ ଚର୍ମ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ। ଅନେକ ସମୟରେ ଏଥିପାଇଁ ଅନେକ ସମସ୍ୟା ମଧ୍ୟ ଦେଖା ଦେଇଥାଏ।

ଏପରି ପରିସ୍ଥିତିରେ ଚର୍ମ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଘରୋଇ ଉପଚାରର ସାହାଯ୍ୟ ନେଇ ପାରିବେ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇ ପାରିବେ। ତେବେ ଅଧିକାଂଶ କ୍ଷେତ୍ରରେ ଯାହା ଦେଖିବାକୁ ମିଳୁଛି ଯେ ପୁଅ ମାନଙ୍କ ଅପେକ୍ଷା ଝିଅ ମାନଙ୍କର ହର୍ମୋନାଲ୍ ଇମ୍ ବାଲାନ୍ସ ପାଇଁ ଏହି ବ୍ରଣ ବାହାରିବା ସମସ୍ୟା ଅଧିକ ରହୁଛି। ଏହାଛଡ଼ା ଅନେକ କସ୍ମେଟିକ୍ ସେମାନେ ଟ୍ରାଇ କରିଥାନ୍ତି ତାହା ମଧ୍ୟ ବେଳେବେଳେ ଏହାର କାରଣ ହୋଇଥାଏ। ତେବେ ଡାକ୍ତରଙ୍କ କହିବା ଅନୁସାରେ ମୁହଁରେ ଅଧିକ ଓଏଲି ଗ୍ଲାଣ୍ଡ ରହିଥିବାରୁ ଏହି ଯାଗାରେ ବ୍ରଣ ବାହାରୁଥିବା ଦେଖାଯାଏ। କିନ୍ତୁ ଶରୀରର ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ବ୍ରଣ ବାହାରିଥାଏ।

ତେବେ ବ୍ରଣ ମୁଖ୍ୟତଃ ୪ ପ୍ରକାରର ଅର୍ଥାତ୍ ୪ ଟି ଗ୍ରେଡ୍ ର ହୋଇଥାଏ। ସବୁଠାରୁ ଶେଷ ଗ୍ରେଡ ଅର୍ଥାତ୍ ଚତୁର୍ଥ ଗ୍ରେଡ ରେ ବ୍ରଣର ଆକାର ବଡ ହୋଇଥାଏ ଏବଂ ଏହା କାରଣରୁ ଯନ୍ତ୍ରଣା ମଧ୍ୟ ହେଇଥାଏ ଓ ଜ୍ୱରବି ଆସିଥାଏ। ମୁହଁରେ ଏହାର ଗଭୀର ପ୍ରଭାବ ପଡିଥାଏ। ତେବେ ଏହାର ଗଭୀର ରୂପ ସମୟରେ ଏଥିପାଇଁ ଅନେକ ଚିକିତ୍ସା ପଦ୍ଧତି ରହିଛି। ଯେମିତି କି ଥେରାପି ଚିକିତ୍ସା, ଇଞ୍ଜେକସନ ଏବଂ ଆଣ୍ଟିବାୟୋଟିକ୍ ସେବନ ଆଦି କରିବା। ତେବେ ମହିଳା ମାନଙ୍କ କ୍ଷେତ୍ରରେ ଆଜିକାଲି ସେମାନଙ୍କର ପିରିଆଡ୍ସ ପାଇଁ, ଥାଇରଏଡ ଏବଂ ଅନ୍ୟ ରୋଗ କାରଣରୁ ଏହି ସମସ୍ୟା ଅଧିକତର ଦେଖା ଯାଉଛି।

ତେଣୁ ଯଦି ୨୦ ରୁ ୩୦ ବର୍ଷ ପରେ ଯୁବତୀଙ୍କ ପାଖରେ ଏହି ସମସ୍ୟା ଦେଖାଦେଲା ତେବେ ଆପଣ ଡାକ୍ତରଙ୍କ ପରାମର୍ଶ ନିଶ୍ଚିତ ନିଅନ୍ତୁ। ଆପଣ ଯେଉଁ ଖାଦ୍ୟ ଖାଉଛନ୍ତି ଯଦି ସେହି ଖାଦ୍ୟରେ ଷ୍ଟିରଏଡ୍ ର ପରିମାଣ ରହିଛି, ଯେମିତି କି ପତଳା ରୁ ମୋଟା ହେବା ପାଇଁ ପ୍ରୋଟିନ ପାଉଡର ସେବନ କରାଯାଉଛି ଯେଉଁଥିରେ ଷ୍ଟିରଏଡ୍ ରହିଛି, ଯାହା ବ୍ରଣ ସମସ୍ୟା ସୃଷ୍ଟି କରିଥାଏ। ମୁଖ୍ୟତଃ ୧୭ ବର୍ଷରୁ ୨୫ ବର୍ଷ ଭିତରେ ଏହି ସମସ୍ୟା ଦେଖାଦିଏ। କିଛି କ୍ଷେତ୍ରରେ ୨୫ ବର୍ଷ ପରେ ମଧ୍ୟ ମୁହଁରେ ବ୍ରଣ ବାହାରିଥାଏ। ତେବେ ଗୁରୁତର କିମ୍ୱା କ୍ରମାଗତ ଭାବରେ ଏହି ସମସ୍ୟା ଲାଗି ରହିଲେ ଆପଣ ଡାକ୍ତରଙ୍କ ପରାମର୍ଶ ନିଶ୍ଚିତ ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.