Swastik Tv News Odisha

+2 ଫେଲ୍ ହେବା ପରେ ଘରୁ ବାହାର କରିଦେଲେ ବାପା, ତା’ପରେ ଏମିତି କଲେ ଯେ ପୁରା ଦେଶ ସେଲ୍ୟୁଟ୍ କରୁଛି…

0

ପ୍ରତ୍ୟେକ ବ୍ୟକ୍ତି ଜୀବନରେ କେବେକେବେ ଅସଫଳ ହୋଇଥାନ୍ତି , ମାତ୍ର ସେହି ଅସଫଳତା ବ୍ୟକ୍ତିର ସ୍ୱପ୍ନକୁ ଭାଙ୍ଗି ଦେଇଥାଏ । କିନ୍ତୁ ଏମିତି କିଛି ବ୍ୟକ୍ତି ରହିଛନ୍ତି , ଯେଉଁମାନେ କାର୍ଯ୍ୟରେ ଅସଫଳ ହୋଇଥିଲେ ମଧ୍ୟ ହାର ମାନିନଥାନ୍ତି । ଜୀବନର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସେମାନେ ସଂଘର୍ଷ ଜାରି ରଖନ୍ତି ଏବଂ ଶେଷରେ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥାନ୍ତି । ତେଣୁ କୁହାଯାଏ ଜୀବନର ଅସଫଳତା ହିଁ ସଫଳତାର ରାସ୍ତା ଦେଖାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ସେମିତି ଏକ ଯୁବତୀଙ୍କ ବିଷୟରେ କହିବୁ , ଯିଏକି +2 ଫେଲ ହେବା ପରେ ବାପା ତାଙ୍କୁ ଘରୁ ବାହର କରିଦେଲେ , କିନ୍ତୁ ବର୍ତ୍ତମାନ ସାରା ଦେଶ ତାଙ୍କୁ ସାଲ୍ୟୁଟ୍ କରୁଛି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ ।

କୁହାଯାଏ ଯେ ବାଇକ ରେସିଙ୍ଗ ଯୁବତୀ ମାନଙ୍କ ପାଇଁ ନୁହଁ , କିନ୍ତୁ ବେଙ୍ଗାଲୁର୍ ରେ ରହୁଥିବା ଐଶରିଆ ପେୟାସ୍ ଏହାକୁ ଭୁଲ ପ୍ରମାଣିତ କରି ଦେଖାଇଛନ୍ତି । ଆଉ ଐଶ୍ୱରିଆ ଙ୍କୁ ବର୍ତ୍ତମାନ ସାରା ଦେଶ ର ଲୋକ ବାଇକରସ୍ ରାଣୀ ଭାବେ ଜାଣିଛନ୍ତି । ଆଉ ବାଇକରସ୍ ରାଣୀ ହେବା ପର୍ଯ୍ୟନ୍ତ ଐଶ୍ୱରିଆ ଙ୍କ ଜୀବନ ଅନେକ ସଂଘର୍ଷମୟ ଥିଲା । ଛୋଟବେଳୁ ହିଁ ଐଶ୍ୱରିଆଙ୍କ ବାଇକ ପ୍ରତି ଏକ ଭିନ୍ନ ରୁଚି ଥିଲା । ଐଶ୍ୱରିଆ ମାତ୍ର 18 ବର୍ଷ ବୟସରେ ଗାଡି ଚଳାଇବା ଶିଖିଥିଲେ , ସେହି ସମୟରେ ତାଙ୍କର +2 ର ରେଜଲ୍ଟ ବାହାରିଥିଲା । ରେଜଲ୍ଟ ରେ ସେ ଫେଲ୍ ହୋଇଥିଲେ , ଏହି କାରଣରୁ ତାଙ୍କ ବାପା ଘରୁ ବାହର କରି ଦେଇଥିଲେ ।

ଏହାପରେ ସେ ନିଜ ମା ଙ୍କ ସହିତ ରହୁଥିଲେ , ତାଙ୍କ ମାଆ ଐଶ୍ୱରିଆ ଙ୍କୁ ପୂର୍ଣ୍ଣ ସମର୍ଥନ ମଧ୍ୟ କରୁଥିଲେ । ଏସବୁ ଭିତରେ କାମ ଏବଂ ପାଠପଢା ମଧ୍ୟ ଜାରି ରଖିଥିଲେ ଐଶ୍ୱରିଆ ଏବଂ ତାଙ୍କୁ ଜୀବନରେ ଜଣେ ବଡ ବାିକ ରେଡର୍ସ ହେବାର ଥିଲା । ତେଣୁ ସେ କିଛି ବର୍ଷ ପର୍ଯ୍ୟନ୍ତ ଛୋଟମଟ କାମ କରି , ଶେଷରେ ଟଙ୍କା ଯୋଗାଡ କରି ଏକ ସ୍ପଟସ୍ ବାଇକ କିଣିଥିଲେ । ଏହାପରେ ନିଜ ଅର୍ଥରୁ ଟ୍ରେନିଙ୍ଗ ମଧ୍ୟ ନେଇଥିଲେ । ଏହାପରେ ଧୀରେ ଧୀରେ ଐଶ୍ୱରିଆ ବିଭିନ୍ନ ରେସିଙ୍ଗ ରେ ଭାଗ ନେଇଥିଲେ , ହିମାଳୟ 2017 , ସାଉଥ ଡେୟାର 2017 , ଇଣ୍ଡିଆନ ନେସନାଲ ରେସିଙ୍ଗ ଚମ୍ପିଅନସିପ ଓ ଟିଭିଏସା ପାଚେଲ ଲେଡିଜୁଆର ନାମକ ଚମ୍ପିଆନ ରେ ସେ ବିଜେତା ହୋଇଥିଲେ ।

ବର୍ତ୍ତମାନ ସମୟରେ ଦେକିବାକୁ ଗଲେ ଐଶ୍ୱରିଆ କୌଣସି ପୁରୁଷ ଙ୍କ ଠାରୁ କମ୍ ନୁହନ୍ତି । ବର୍ତ୍ତମାନ ସେ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚି ସାରିଛନ୍ତି , ଏଥିରୁ ଆପଣମାନେ ନିଶ୍ଚିତ ରୂପେ ଜାଣିପାରୁଥିବେ ଯେ ଜଣେ କାର୍ଯ୍ୟରେ ଅସଫଳ ହୋଇଥିବା ବ୍ୟକ୍ତି ମଧ୍ୟ ଜୀବନରେ ସେ ନିଜର ଲକ୍ଷ୍ୟ ହାସଲ କରିପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.