Swastik Tv News Odisha

କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ ଥିବା ଯୁବତୀଙ୍କୁ ଖରାପ ଭିଡିଓ ଓ ଅଶ୍ଳୀଳ ମେସେଜ, ଦେଖନ୍ତୁ କଣ କହୁଛନ୍ତି ଏହି ଝିଅ…ଦେଖନ୍ତୁ ଭିଡ଼ିଓ

0

ଆମ ଦେଶ ସ୍ୱାଧୀନତା ପ୍ରାପ୍ତ ହୋଇଥିଲେ ସୁଦ୍ଧା ଆଜିର ଦିନରେ ମଧ୍ୟ ନାରୀ ମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ସେମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଶୋଷଣର ଶିକାର ହେବାକୁ ପଡୁଛି । ଆଧୁନିକ ସମାଜରେ ମଣିଷ ଶିକ୍ଷିତ ହୋଇଥିଲେ ମଧ୍ୟ ଅଶିକ୍ଷିତ ପରି କାର୍ଯ୍ୟ କରିବାକୁ ପଛଘୁଞ୍ଚା ଦେଉ ନାହାନ୍ତି । ସମାଜରେ ପ୍ରତିଦିନ କିଛି ନା କିଛି ଘଟଣାମାନ ଘଟୁଛି , ଯାହା ଆପଣ ମାନେ ଘରେ ରହି ସୋସିଆଲ ମିଡିଆ ଜରିଆରି ଜାଣି ପାରୁଥିବେ । ତେବେ ପ୍ରତ୍ୟେକ କ୍ଷେତ୍ରରେ ନାରୀ ମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି , ନିର୍ଯାତନା ସହିବାକୁ ପଡୁଛି । ତେବେ ଏମିତି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି ।

ଯେଉଁଥିରେ ଦେଖାଯାଇଛି , ଜଣେ ମହିଳା କୋଭିଡ୍ ଯଦ୍ଧା ଙ୍କୁ ତାଙ୍କ ଉଚ୍ଚ କର୍ମଚାରୀ ସଦସ୍ୟ ରାତି ଅଧରେ ଅଶ୍ଲୀଳ ମେସେଜ ଓ ଭିଡିଓ ପଠାଇ ହଇରାଣ କରୁଛନ୍ତି । ଏମିତି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସେହି କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଥିବା ଜଣେ ଯୁବତୀ କର୍ମଚାରୀ । ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ଖବର ବିଷୟରେ ।

ସୂଚନା ଅନୁସାରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା କୋଭିଡ୍ ହସ୍ପୁଟାଲରେ । ତେବେ ଯୁବତୀ ଙ୍କ କହିବା ଅନୁସାରେ ହସ୍ପିଟାଲର ମ୍ୟାନେଜର ଭାବରେ କାର୍ଯ୍ୟରତ ଥିବା ସଚିଦାନନ୍ଦ ପାଢୀ ଏବଂ ତାଙ୍କର ସହଯୋଗୀ ବିପ୍ଳବ ପାଢୀ ଯିଏକି ସେଠାରେ ଜଣେ ଫାର୍ମାସିସ୍ ଭାବରେ କାର୍ଯ୍ୟ କରୁଛନ୍ତି । କିଛି ଦିନ ହେବେ ସେ ଦୁହେଁ ମିଳିତ ଭାବରେ ସେଠାରେ କାର୍ଯ୍ୟରତ ଥିବା ଯୁବତୀଙ୍କୁ ଅଧରାତ୍ରୀରେ ଅଶ୍ଳୀଳ ଭିଡିଓ ଓ ମେସେଜ୍ କରି ସେମାନଙ୍କୁ ହଇରାଣ କରୁଥିଲେ । ତେବେ କାର୍ଯ୍ୟରତ ଥିବା କିଛି ଯୁବତୀ ମିଳିତ ଉଦ୍ୟମ କରି ଅଭିଯୁକ୍ତ ଙ୍କ ନାରେ ଅଭିଯୋଗ ଆଣିଥିଲେ ।

ଗେଟ୍ ସାମ୍ନା ରେ ରାତି 11 ଟା ଯାଏ ଧାରଣାରେ ବସିଥିଲେ ଏବଂ ଜଣେ କୋଭିଡ୍ ଯୋଦ୍ଧା ଭାବେ ଅନ୍ୟ ମାନଙ୍କୁ ସୁରକ୍ଷା ଦେବା ସେମାନଙ୍କର କର୍ତ୍ତବ୍ୟ ଅଟେ । କିନ୍ତୁ ବର୍ତ୍ତମାନ ସେମାନେ ନିଜେ ସେଠାରେ ଅସୁରକ୍ଷିତ ମନେ କରୁଛନ୍ତି । ସେଥିପାଇଁ ନିଜର ସୁରକ୍ଷା ନିମନ୍ତେ ସ୍ୱର ଉତ୍ତୋଳନ କରିଛନ୍ତି , ପରିଶେଷରେ ସ୍ଥାନୀୟ ଲୋକଙ୍କ ସହୋଯୋଗ ଓ ମିଡିଆ ଭାଇ ତଥା ପୋଲିସ ଙ୍କ ମିଳିତ ସହଯୋଗରେ ବର୍ତ୍ତମାନ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଘଟଣାର ପ୍ରକୃତ ରହସ୍ୟ ଜଣା ପଡି ନାହିଁ , କିନ୍ତୁ ସଚ୍ଚିଦାନନ୍ଦ ପାଢୀ ଓ ବିପ୍ଳବ ପାଢୀ ଙ୍କୁ ପୋଲିସ ଗିରଫ କରିଛି ।

ତେବେ ଯୁବତୀଙ୍କ କହିବା କଥା ଏପରି ଏକ ସମସ୍ୟା ଅନ୍ୟ କୌଣସି କୋଭିଡ୍ ରେ କାର୍ଯ୍ୟରତ ଥିବା ଯୁବତୀଙ୍କ ସହ ନ ହେଉ । ସେଥିପ୍ରତି ପ୍ରଶାସନ ମଧ୍ୟ ଧ୍ୟାନ ଦେବା ଉଚିତ ଏବଂ ମହିଳା ମାନଙ୍କ ସୁରକ୍ଷା ନିମନ୍ତେ ଉଚ୍ଚ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.