Swastik Tv News Odisha

ସ୍କୁଲରେ ବାହାରୁଛି ଭୂତ : ବେହୋସ୍ ହୋଇ ପଡୁଛନ୍ତି ଛାତ୍ରଛାତ୍ରୀ….ଦେଖନ୍ତୁ ଭିଡ଼ିଓ

0

ଆଜିର ବିଜ୍ଞାନ ଯୁଗରେ ଆଧୁନିକ ଯନ୍ତ୍ରପାତିର ବ୍ୟବହାର କରାଯାଉଛି , ଅନେକ ପ୍ରକାର ନୂଆ ନୂଆ ଜିନିଷର ଉଦ୍ଭାବନ ମଧ୍ୟ ହେଉଛି । ବର୍ତ୍ତମାନ ର ସମୟରେ ଯାଦୁବିଦ୍ୟା ବା ଗୁଣି ଗାରେଡି କୁ କମ ମାତ୍ରାରେ ବିଶ୍ୱାସ କରନ୍ତି । କେହି କେହି ଏହା ଏକ ପ୍ରକାର ଅନଧବିଶ୍ୱାସ କହି ଅଣଦେଖା କରିଥାନ୍ତି .। କିନ୍ତୁ ଅନେକ ସ୍ଥାନରେ ଚକିତ କରିଦେବା ଭଳି ଦୃଶ୍ୟ ଦେଖିବାକୁ ବା ଶୁଣିବାକୁ ପାଇଥାଉ । ତାହା ଆମକୁ ଭୟଭୀତ କରିଥାଏ ଏବଂ ବିଶ୍ୱାସ କରିବା ପାଇଁ ବାଧ୍ୟ କରି ଦେଇଥାଏ । ତେବେ ସେମିତି ଏକ ଆଶ୍ଚର୍ଯ୍ୟ ଚକିତ କରିଦେବା ଭଳି ଦୃଶ୍ୟ ସାମ୍ନାକୁ ଆସିଛି । ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

ସ୍କଲରେ ଭୂତ ବାହାରୁଥିବାର କୁହାଯାଉଛି , ଏହା ଆଶ୍ଚର୍ଯ୍ୟ କରାଉଥିଲେ ମଧ୍ୟ ଘଟଣାଟି ସତ୍ୟ ଅଟେ । ବାରମ୍ୱାର ବେହୋସ୍ ହୋଇ ଯାଉଛନ୍ତି ଛାତ୍ରଛାତ୍ରୀ , ପଚାରିବାରୁ ଛାତ୍ରୀ ଜଣକ କହୁଛନ୍ତି ଆତ୍ମହତ୍ୟା କରିଥିବା ଛାତ୍ରୀ ଜଣକ ତାଙ୍କୁ ଡାକୁଛନ୍ତି । ପିଲା ମାନଙ୍କ ସହିତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏ ନେଇ ଆତଙ୍କିତ ଅଛନ୍ତି । ତେବେ ସୂଚନା ଅନୁସାରେ ଏମିତି ଏକ ଅଭିଯୋଗ ଆସିଛି , ଗଞ୍ଜାମ ଜିଲ୍ଲାର ମୁଗୁଡା ବ୍ଲକର ରଘୁନାଥ ସ୍ୱାମୀ ବାଳିକା ଉଚ୍ଚ ବିଦ୍ୟାଳୟରେ । ଛାତ୍ରୀଙ୍କ ଶରୀରରେ ଭୂତର ପ୍ରବେଶ ମାତ୍ରେକେ ଛାତ୍ରୀ ବେହୋସ୍ ହୋଇ ପଡିଛନ୍ତି । ଛାତ୍ରୀଙ୍କର ହୋସ୍ ଆସିବା ପରେ ପଚାରିବାରୁ ସେ କହିଛନ୍ତି ଯେ, ​ଆତ୍ମହତ୍ୟା କରିଥିବା ଛାତ୍ରୀ ତାଙ୍କୁ ଡାକୁଛନ୍ତି ।

ଏହିପରି ଭାବରେ ଜଣେ ପରେ ଜଣେ ଛାତ୍ରୀଙ୍କର ଏପରି ଅବସ୍ଥା ହେବାରୁ , ଶିକ୍ଷୟତ୍ରୀ ମଧ୍ୟ ଭୂତର ଭୟକୁ ସ୍ୱୀକାର କରିଛନ୍ତି । ତେବେ ଏମିତି ଏକ ପରିସ୍ଥିତିରେ ପିଲା ମାନଙ୍କର ପରିବାର ସ୍କୁଲ ଛାଡିବାକୁ ଭୟ କରୁଛନ୍ତି । ପିଲାମାନେ ମଧ୍ୟ ଭୟରେ ସ୍କୁଲ ଆସୁ ନାହାନ୍ତି , ସେମାନଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି । ତେବେ ସ୍ଥାନୀୟ ଲୋକଙ୍କ କହିବା କଥା କିଛି ବର୍ଷ ତଳେ ସେହି ସ୍କୁଲରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥଲେ । ତେବେ ବର୍ତ୍ତମାନ ସମୟରେ ଆତ୍ମହତ୍ୟା କରିଥିବା ଉକ୍ତ ଛାତ୍ରୀ ଜଣକ ପିଲା ମାନଙ୍କ ଶରୀରରେ ପ୍ରବେଶ କରି ଏପରି ପରିସ୍ଥିତି ସୃଷ୍ଟି କରୁଛି ।

ପିଲା ମାନଙ୍କର ଏପରି ଅଚାନକ୍ ଭାବରେ ବେହୋସ୍ ହେବା ଏବଂ ଆଜ୍ୟବାଜ୍ୟ କଥାବାର୍ତ୍ତା କରିବା ସେମାନଙ୍କୁ ଆତଙ୍କିତ କରୁଛି । ଏହାଛଡା ସେମାନେ ମାନିବା ପାଇଁ ବାଧ୍ୟ ହେଉଛନ୍ତି ଯେ ଏଠାରେ ଭୂତ ରହୁଛି ଏବଂ ଏପରି ଭାବରେ ପିଲାମାନଙ୍କ ହଇରାଣ କରୁଛି । ଏମିତି ଏକ ଆଶ୍ଚର୍ଯ୍ୟ ଚକିତ ଘଟଣାକୁ ନେଇ ସ୍ଥାନୀୟ ଲୋକ ମାନେ ମଧ୍ୟ ଭୟଭୀତ ରହିଛନ୍ତି । ଏହାର ନିରାକରଣ ପାଇଁ ସେମାନେ ପ୍ରସ୍ତୁତ ମଧ୍ୟ କରୁଥିବାର କୁହାଯାଉଛି । ଆଜିର ଦିନରେ ମଧ୍ୟ ଭୂତର ଭୟ ରହିଥିବାର ପ୍ରମାଣ ମିଳିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.