Swastik Tv News Odisha

ଶେଷ ରେ ମୁହଁ ଖୋଲିଲେ ମନୋରଞ୍ଜନ ମିଶ୍ର : ଅରିନ୍ଦମ ମୃତ୍ୟୁ ରେ ମୋତେ ଭିଲିଆନ କରି ଦିଆଗଲା, ମୁଁ ଏମିତି କଣ କହିଲେ ଯେ ମୋତେ….ଦେଖନ୍ତୁ ଭିଡ଼ିଓ

0

ଜଣେ ବିଜ୍ଞ ସାମ୍ୱାଦିକ ଭାବରେ ଅରିନ୍ଦମ ଦାସ୍ ସାମ୍ବାଦିକତା ଜଗତରେ ବେଶ୍ ପରିଚିତ ରହିଥିଲେ। ଏତେ ଅଳ୍ପ ବୟସରୁ ଏମିତି ଜଣେ ପ୍ରତିଭା ଆମ ସମସ୍ତଙ୍କ ନିକଟରୁ ଦୂରେଇ ଯିବେ ଏହା କାହାକୁ ବିଶ୍ୱାସ ହେଉ ନାହିଁ। ତେବେ ସାରା ଓଡିଶା ବାସୀ ଏହିଭଳି ଜଣେ ସାହାସୀ, ଅମାୟିକ ବ୍ୟକ୍ତିଙ୍କୁ ହରାଇ ସତେ ଯେମିତି ଭାଙ୍ଗି ପଡିଛନ୍ତି। ଅରିନ୍ଦମ ଙ୍କ ସାମ୍ବାଦିକତା ରେ ଯେଉଁ ନିଆରା ଉପସ୍ଥାପନା ର କଳା ରହିଥିଲା ତାହା ଆଉ କାହା ପାଖରୁ ମିଳିବ ନାହିଁ ବୋଲି ସମସ୍ତେ ଜାଣିଛନ୍ତି। ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ସମସ୍ତଙ୍କର ଅତି ପ୍ରିୟ ଥିଲେ ତାଙ୍କର ସରଳ, ପରୋପକାରୀ ଗୁଣ ପାଇଁ। ଏହି ସମୟରେ ତାଙ୍କୁ ଝୁରୁଛି ସାରା ଓଡିଶା।

ତେବେ ଆଜି ସେ ତ ଆଉ ନାହାଁନ୍ତି କିନ୍ତୁ ତାଙ୍କର ସ୍ମୃତି ଏବେବି ଓଡ଼ିଶା ବାସୀଙ୍କ ମନରେ ଅମର ହୋଇ ରହିଛି ଏବଂ ରହିବ ମଧ୍ୟ ଏଥିରେ କୌଣସି ସଂଦେହ ନାହିଁ। ତେବେ ଏହାରି ଭିତରେ ତାଙ୍କ ମୃତ୍ୟୁକୁ ୧୧ ଦିନ ବିତି ଯାଇଛି ଏବଂ ଆଜି ତାଙ୍କର ଏକାଦଶାହ କ୍ରିୟା। ଏଥିରେ ଅନେକ ଜଣ ଯୋଗ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ମନୋରଂଜନ ମିଶ୍ର ମଧ୍ୟ ଯୋଗ ଦେଇଥିଲେ।ସେ ଏଠାରେ ତାଙ୍କର ମନର କଥାକୁ ବ୍ୟକ୍ତିଗତ ଭାବରେ ବୟାନ କରିଛନ୍ତି।ସେ କହିଛନ୍ତି ଯେ ଅରିନ୍ଦମଙ୍କ ମୃତ୍ୟୁ ପରେ ତାଙ୍କର ଏମିତି ଆକସ୍ମିକ ମୃତ୍ୟୁ କୁ ନେଇ ସେ ଯେଉଁ କଥା କହିଥିଲେ ତାଙ୍କୁ ନେଇ ଅନେକ ବିତର୍କ କରାଗଲା। ଅନେକ ସେ କଥାକୁ ନେଇ ଭୁଲ୍ ଭାବରେ ଚିତ୍ରଣ କଲେ।

ଅନେକ ତାଙ୍କ କଥାକୁ ଭୁଲ୍ ଭାବରେ ଗ୍ରହଣ କରିବା ସହିତ ତାଙ୍କ ମୃତ୍ୟୁ କୁ ନେଇ ମୁଁ କଟାକ୍ଷ କରିଛି ବୋଲି କହିଲେ। ମୋତେ ଭିଲିଆନ ସଜେଇ ଦିଆଗଲା। ଏହା ତାଙ୍କୁ ବହୁତ୍ କଷ୍ଟ ଦେଇଛି।ସେ ଏବେ ପୁଣି ଏହା ସମସ୍ତଙ୍କୁ କହି ଦବାକୁ ଚାହାନ୍ତି ଯେ ଅରିନ୍ଦମ ମୋ ସାନ ଭାଇ ଭଳିଆ। ଅରିନ୍ଦମ ଆମ ପରିବାରର ଜଣେ ସଦସ୍ୟ ଥିଲେ। ତାଙ୍କୁ ହରାଇ ଆମେ ସମସ୍ତେ ଦୁଃଖିତ ଅଟୁ।ବିଭିନ୍ନ ସମୟରେ ଦୁଃସାହାସିକ ରିପୋର୍ଟିଂ କରି ସେ ଓଡ଼ିଆ ଗଣମାଧ୍ୟମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ। ଓଡିଶାର ଘରେ ଘରେ ସେ ପରିଚିତ ଚେହେରା ଟିଏ ପାଲଟିଥିଲେ ନିଜର ନିର୍ଭୀକ ସାମ୍ବାଦିକତା ପାଇଁ।

ଆଉ ଏବେ ତାଙ୍କର ଏପରି ଭାବରେ ଅକାଳ ବିୟୋଗ ଘଟିବା, ଓଡ଼ିଶା ଗଣମାଧ୍ୟମ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ନିଶ୍ଚିତ ଭାବରେ। ନିଜର ସାହସିକତା ପାଇଁ ସେ ସବୁ ପ୍ରତିକୂଳ ପରିସ୍ଥିତି ରେ ତାଜା ଖବର ଦେବାକୁ ଆଗେଇ ଆସୁଥିଲେ।କିନ୍ତୁ ଆଉ ସେହି ସାହସୀ, ନିର୍ଭୀକ ସାମ୍ବାଦିକ ଙ୍କୁ ରିପୋର୍ଟ କରୁଥିବାର ଦେଖିବାକୁ ମିଳିବ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.