Swastik Tv News Odisha

ଛାଡ଼ିନି ସାରଥୀ ପ୍ରେମ ! ପୁଣି ପ୍ରଭୁ ସାରଥୀ ଙ୍କ ପାଦରୁ ବିଭୁତି ଏବଂ ମହୁ ଝରୁଛି, ନ ଦେଖିଲେ ବିଶ୍ୱାସ କରିବେନି….ଦେଖନ୍ତୁ ଭିଡ଼ିଓ

0

ବିଜ୍ଞାନ ଯେତେ ଆଗକୁ ଗଲେ ମଧ୍ୟ ଆଜିର ଦିନରେ ଲୋକମାନଙ୍କ ମନରେ ଭଗବାନଙ୍କ ପ୍ରତି ସେତିକି ବିଶ୍ୱାସ ରହିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହାକି ଭଗବାନଙ୍କ ନାରେ କେତେକ ଭଣ୍ଡବ୍ୟକ୍ତି ଲୋକମାନଙ୍କ ବିଶ୍ୱାସରେ ବିଷ ଦେଉଛନ୍ତି । ଭଗବାନଙ୍କ କଥା କହି ଲୋକମାନଙ୍କ ହୃଦୟ ଜିତି ପିଠି ପଛରେ ଅନେକ ଖରାପ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ଏବଂ ନିରୀହ ଲୋକମାନଙ୍କୁ ଠକାମିର ଶିକାର ହେବାକୁ ପଡୁଛି । ଏହାପରେ ବି ଲୋକମାନଙ୍କ ମନରେ ସେହି ଅନ୍ଧବିଶ୍ୱାସ ଦୂର ହେଉ ନାହିଁ , ସେମାନେ ପୁଣିଥରେ ଭଣ୍ଡବାବା ଙ୍କର ଶିକାର ହେଉଛନ୍ତି । କିଛିଦିନ ତଳେ ଆପଣ ମାନେ ନିଶ୍ଚୟ ଶୁଣିଥିବେ ଯେ ଭଣ୍ଡବାବା ଙ୍କ ନାରେ ସାରଥୀ ଓ ତ୍ରାହି ଅଚ୍ୟୁତ ଆଦି ବାବା ଧରା ପଡିଥିଲେ ।

ବର୍ତ୍ତମାନ ପୁଣି ଚର୍ଚ୍ଚାରେ ରହିଛନ୍ତି ସାରଥୀ , ଏଥର କିନ୍ତୁ କେନ୍ଦ୍ରାପଡାର ବାରିମୂଳ ନୁହେଁ , ବରଂ ଢେଙ୍କାନାଳ ଜିଲ୍ଲା ର ପରଜଙ୍ଗ ଖୋଳିବାହାଳ ଗାଁରେ ଦେଖିବାକୁ ମିଳିଛି ସାରଥୀ ପ୍ରେମ । ଏଠାରେ କୁଆଁଡେ ସାରଥୀ ଙ୍କ ଫୋଟରୁ ଝରୁଛି ବିଭୂତି ଏବଂ ଗଙ୍ଗାଜଳ । ଏହି ଦୃଶ୍ୟକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ଲୋକଙ୍କ ଭିଡ ମଧ୍ୟ ଜମୁଛି । କେବଳ ସ୍ଥାନୀୟ ବାସିନ୍ଦା ନୁହଁ ବରଂ ଅନୁଗୁଳ , ଆଠମଲ୍ଲୀକ , ତାଳଚେର ଓ ବାଲେଶ୍ୱର ଆଦି ଆଞ୍ଚଳରୁ ଲୋକଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି । ଆଜିକୁ 10 ଦିନ ତଳେ ଖଳିବାହାଳ ଗାଁର ସୁକାନ୍ତ କୁମାର ନାଥ ଙ୍କ ଘରେ ଥିବା ସାରଥୀଙ୍କ ଫୋଟରୁ ବିଭୂତି ବାହାରିବା ସହ ଗଙ୍ଗାଜଳ ର ଏକ ସ୍ରୋତ ବାହରି ଥିବାର ସୁକାନ୍ତ ନିଜେ କହିଛନ୍ତି ।

ଏଥି ସହିତ ତାଙ୍କ ଫୋଟରୁ ମହୁ ଏବଂ ତାଙ୍କୁ ଦିଆ ଯାଉଥିବା ଖାଦ୍ୟ ଗୁଡିକ ମଧ୍ୟ କୁଆଁଡେ ଉଭାନ ହୋଇ ଯାଉଥିବା କହିଛନ୍ତି ସ୍ଥାନୀୟ ଲୋକ ଏବଂ ସୁଶାନ୍ତଙ୍କ ପରିବାର ଲୋକ । ତେବେ ଯାହାକୁ ନେଇ ବର୍ତ୍ତମାନ ଲୋକଙ୍କ ଭିଡ ଜମିଛି । ଲୋକମାନେ ନଡିଆ , କଦଳୀ ଏବଂ ଲଡୁ ନେଇ ସାରଥୀଙ୍କ ପୂଜା ଅର୍ଚ୍ଚନା କରୁଛନ୍ତି । ସାରଥୀଙ୍କୁ ନେଇ ଏତେ ଘଟଣା ଘଟିବା ପରେ ବି ଫୋଟରୁ ବିଭୂତି ନିର୍ଗତ ହେବା ସମସ୍ତଙ୍କ ଆଶ୍ଚର୍ଯ୍ୟ ଚକିତ କରିଛି । ତେବେ ଲୋକଙ୍କ ବିଶ୍ୱାସ ଏବଂ ବେକରେ ସାରଥୀଙ୍କ ଲକେଟ୍ ପରିଧାନ କରିବା ନିଶ୍ଚିତ ରୂପେ ଆଧ୍ୟାତ୍ମିକ ଭାବନା ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସାରଥୀ ଜଣେ ଭଣ୍ଡବାବା ଜାଣିବା ପରେ ମଧ୍ୟ ଲୋକମାନଙ୍କ ମନରେ ଆଜି ବି ସେହି ଭକ୍ତି ରହିଛି । ନିଷ୍ଠାର ସହିତ ସାରଥୀଙ୍କ ସମସ୍ତ କର୍ମ ସମ୍ପଦାନ କରୁଛନ୍ତି ସୁଶାନ୍ତ ଏବଂ ଅନେକ ଦୂର ଦୂରାନ୍ତରୁ ମଧ୍ୟ ଲୋକମାନେ ସାରଥୀଙ୍କ ଦର୍ଶନ ପାଇଁ ଆସୁଛନ୍ତି । ତେବେ କୁହାଯାଉଛି କି ସାରଥୀଙ୍କ ପ୍ରତି ଏତେ ବିଶ୍ୱାସ ଏବଂ ଭଲ ପାଇବା ଆଧ୍ୟାତ୍ମିକ ଭାବନାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.