Swastik Tv News Odisha

ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ଚପଲ ପିନ୍ଧାଇଲେ ପିପିଲିର ନୂଆ ବିଧାୟକ ରୁଦ୍ର ମହାରଥୀ, ଏହି ଦୃଶ୍ୟଟି ଦେଖିଲେ ଆଖିରୁ ଲୁହ ଆସିଯିବ…ଦେଖନ୍ତୁ ଭିଡ଼ିଓ

0

d ଗଣତନ୍ତ୍ରର ନିୟମ ଅନୁସାରେ ସାଧରଣ ଜନତାଙ୍କ ସେବା କରିବା ପାଇଁ, ଆମ ମାନଙ୍କ ମଧ୍ୟରୁ ଜଣଙ୍କୁ ରାଜନେତା ହିସାବରେ ବାଛିଥାଉ। ଯେପରି ଘର ଚଳାଇବା ପାଇଁ ଘରେ ଜଣେ ମୁଖ୍ୟ ରହିବା ଆବଶ୍ୟକ ଠିକ ସେହିପରି ଦେଶ ରାଜ୍ୟ ଉପଯୁକ୍ତ ମାର୍ଗରେ ଚଲାଇବା ପାଇଁ ଆମେ ନିଜେ ହିଁ ଭୋଟ ଦେଇ ଏକ ନେତାକୁ ବାଛି ଥାଉ। କିନ୍ତୁ ଆଜି କାଲିର ଯେଉଁ ରାଜନେତା ମାନେ ଭୋଟ ପାଇଁ ନିର୍ବାଚନ ପୂର୍ବରୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି, କିନ୍ତୁ ଶାସନ ଗାଦିରେ ବସବା ପରେ ସେମାନେ ଲୋକମାଙ୍କୁ ଦେଇଥିବା ପ୍ରତିଶ୍ରୁତି ସବୁ ଭୁଲି ଯାଆନ୍ତି। ଆପେ ବଞ୍ଚିଲେ ବାପର ନା, ଭଳି କାର୍ଯ୍ୟ କରୁଛନ୍ତି। କିନ୍ତୁ ସବୁ ରାଜନେତା ମାନେ ଏକା ଭଳିଆ ନଥାନ୍ତି ଏମିତି କିଛି ନେତା ଅଛନ୍ତି। ଯେଉଁ ମାନେ ନିଜର କର୍ମକୁ ଆଗ ଭାବି କାର୍ଯ୍ୟ କରିଥାନ୍ତି।

ବର୍ତ୍ତମାନ ସମୟରେ ପିପିଲି ନିର୍ବାଚନ ଫଳାଫଳ ଶେଷ ହୋଇଛି। ଏହି ଉପ-ନିର୍ବାଚନରେ ରୁଦ୍ର ମହାରଥୀଙ୍କୁ ବିଜେତା ହୋଇଛନ୍ତି। ସେପ୍ଟେମ୍ବର ୩୦ ରେ ଅନୁଷ୍ଠିତ ହୋଇଥିଲା, ବିଜେଡି ପ୍ରାର୍ଥୀ ୯୨,୯୭୨ ଭୋଟ୍ ପାଇ ବିଜେତା ହୋଇଥିବା ବେଳେ। ବିଜେପି ପ୍ରାର୍ଥୀ ୭୬,୦୫୬ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନ ରେ ଅଛନ୍ତି, କଂଗ୍ରେସ ପ୍ରଥି ୪୨୬୧ ଭୋଟ୍ ପାଇଛନ୍ତି। ତେବେ ବନ୍ଧୁଗଣ ସ୍ବର୍ଗତ ପ୍ରଦୀପ ମହାରଥି ପିପିଲିରେ ବାରମ୍ବାର ଶାସନରେ ରହୁଥିଲେ। କାରଣ ତାଙ୍କର କର୍ମ ପାଇଁ ଆଜି ବି ତାଙ୍କୁ ଲୋକେ ଝୁରୁଛନ୍ତି। ତେବେ ତାଙ୍କର ବିୟୋଗ ପରେ ତାଙ୍କ ପୁଅକୁ ନିର୍ବାଚନ ଲଢ଼ିଥିଲେ। ଏବଂ ସେ ପ୍ରତିଜ୍ଞା କରିଥିଲେ, ଯେ ନିଜର ବାପାଙ୍କ ପରି ଜନସାଧାରଣଙ୍କ କାମରେ ନିଜକୁ ଉତ୍ସର୍ଗୀକୃତ କରିଦେବେ।

ସେ ଏକଥା ମଧ୍ୟ କହିଛନ୍ତି, ଯେ ଧୀରେ ଧୀରେ କାମ ଶିଖିବେ ତାଙ୍କର କାମକୁ ଜନସାଧାରଣ ନିଶ୍ଚିତ ଭାବରେ ସାହାଯ୍ୟ କରିବେ। ଏକ ଭିଡ଼ିଓ ଦେଖିବା ପାଇଁ ମିଳିଛି, ଯେଉଁଥିରେ ସେ ଜଣେ ଅନ୍ଧ ଲୋକଙ୍କ ପାଦରେ ଚପଲ ପିନ୍ଧାଇ ଦେଉଛନ୍ତି। ତେବେ ଏହି ଅନ୍ଧ ବ୍ୟକ୍ତି ଜଣକ ତାଙ୍କୁ ଦେଖା କରିବା ପାଇଁ ଆସିଥିଲେ। ସେ ପୁରୀରେ ଥିଲେ, ଆସିବା ପରେ ତାଙ୍କୁ ଦେଖା କରି ଖାଇବା ଦେଇ ଶେଷରେ ତାଙ୍କର ଚପଲ ପିନ୍ଧି ଦେଇଥିଲେ।

ପୂର୍ବରୁ ତାଙ୍କ ବାପା ଏହି ଅନ୍ଧ ଲୋକକୁ ଅନେକ ସାହାଯ୍ୟ କରିଛନ୍ତି। ବୋଲି ତାଙ୍କ ପୁଅ ରୁଦ୍ର ମହାରଥି ନିଜେ କହିଛନ୍ତି। ଏହା ପରେ ତାଙ୍କୁ ଭଲ ଭାବରେ ବସରେ ବସାଇ ଘରକୁ ପଠାଇବା ପାଇଁ ତାଙ୍କ ସହଯୋଗୀଙ୍କୁ କହିଥିଲେ। ତେବେ ଅନ୍ଧ ବ୍ୟକ୍ତି ଜଣକ ମଧ୍ୟ ତାଙ୍କୁ କହିଥିଲେ, ତାଙ୍କ ବାପାଙ୍କ ଭଳି କାର୍ଯ୍ୟ କରିବା ପାଇଁ, ରୁଦ୍ର ମହାରଥି ତାଙ୍କ ବାପାଙ୍କ କଥାକୁ ମନେ ପକେଇ ଭାବବିହ୍ୱଳ ମଧ୍ୟ ହୋଇଯାଇଥିଲେ। ତେବେ ତାଙ୍କ ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାମ କରିବେ ବୋଲି ପ୍ରତିଜ୍ଞା ନେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.