Swastik Tv News Odisha

ଚିହ୍ନି ନଥିବା ଯୁବକଙ୍କ ସହ ଭିଡିଓ Call ରେ କଥା ହେବା ପଡିଲା ମହଙ୍ଗା, ରେକର୍ଡ କରି ଛାତ୍ରୀଙ୍କ ଅର୍ଦ୍ଧନଗ୍ନ ଭିଡିଓ କଲା ଭାଇରାଲ୍‌….

0

ସମାଜରେ ପ୍ରତିଦିନ କିଛି ନା କିଛି ନୂଆ ଘଟଣା ମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ପ୍ରତ୍ୟେକ ଦିନ ସମାଜରେ ଅତ୍ୟାଚାର , ଅନ୍ୟାୟ ଅନୀତି କାର୍ଯ୍ୟ ବଢିବାରେ ଲାଗିଛି , ଆଜିର ଦିନରେ ଅନ୍ୟକୁ ବିଶ୍ୱାସ କରିବା ମଧ୍ୟ ବହୁତ କଷ୍ଟକର ହୋଇ ପଡୁଛି । ଆଜିର ଯୁବକ ଯୁବତୀ ମାନେ ଅଧିକ ମାତ୍ରାରେ ପ୍ରମ ବିବାହ କରୁଛନ୍ତି କିନ୍ତୁ ପରିଶେଷରେ ଉଭୟଙ୍କ ମଧ୍ୟରେ ବିଚ୍ଛେଦ ହୋଇଯାଉଛି । କାରଣ ପ୍ରେମରେ ପ୍ରତାରଣା , ମିଛ ଓ ଧୋକା ଅଧିକ ମାତ୍ରାରେ ଦେଖିବାକୁ ମିଳି଼ଛି , ଯୁବପିଢୀ ମାନେ ପ୍ରେମରେ ଏମିତି ଅନ୍ଧ ହୋଇ ଯାଉଛନ୍ତି ଯେ କେଉଁଟା ଭୁଲ ଓ କଉଁଟା ଠିକ୍ ତାହା ଜାଣି ପାରୁ ନାହାନ୍ତି । ଏହିଭଳି ଏକ ଲଜ୍ୟାଜନକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି , ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

ତେବେ ଘଟଣାଟି ଏମିତି ଯାହା ଆପଣ ମାନେ ଶୁଣିବା ମାତ୍ରକେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ତେବେ ଘଟଣାଟି ହେଉଛି ଜଣେ ଛାତ୍ରୀ ଙ୍କ ଅର୍ଦ୍ଧନଗ୍ନ ଭିଡିଓ କୁ ଜଣେ ଅଜଣା ଯୁବକ ଭାଇରାଲ କରି ଦେଇଥିବାର ସୂଚନା ମିଳିଛି । ବର୍ତ୍ତମାନ ସେହି ଭିଡିଓ ସୋସିଆଲ ମିଡିଆ ରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ତେବେ ଏମିତି ଏକ ଲଜ୍ୟାଜନକ ଘଟଣା ଘଟିଛି କଟକ ଜିଲ୍ଲା ସିଏଡ ସେକ୍ଟର – 10 ଅଞ୍ଚଳରୁ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ତେବେ ସେହି ଅଞ୍ଚଳର ଜଣେ ଝିଅ ଦଶମ ଶ୍ରେଣୀର ଛାତ୍ରୀ ଅଟନ୍ତି ଏବଂ ନିଜ ଇନଷ୍ଟାଗ୍ରାମ ଏକାଉଣ୍ଡରେ ଛାତ୍ରୀ ଜଣକ ଜଣେ ଅଜଣା ଯୁବକଙ୍କ ସହ ବନ୍ଧୁତା କରିଥିଲେ । ତାଙ୍କ ସହ ଚାଟିଙ୍ଗ କରିବା ସହ କଥାବାର୍ତ୍ତା ମଧ୍ୟ ଆରମ୍ଭ କରି ଦେଇଥିଲେ ।

ଫୋନରେ କଥା ବାର୍ତ୍ତା ହେବା ସହିତ ସେ ଆନେକ ଥର ଭିଡିଓ କଲିଙ୍ଗରେ ମଧ୍ୟ କଥା ହେଉଥିଲେ । କୌଣସି କାରଣ ବଶତଃ ଛାତ୍ରୀ ଜଣକ ଯୁବକଙ୍କ ସହ କଥା ବାର୍ତ୍ତା ବନ୍ଦ କରି ଦେଇଥିଲେ । ତେବେ ଯୁବକ ଜଣକ ଏସମ୍ପର୍କ ରେ ଜାଣିବା ପରେ ଛାତ୍ରୀଙ୍କ ଉପରେ ବହୁତ୍ ଜୋର୍ ରାଗି ଯାଇଥିଲେ ଏବଂ ପ୍ରତିଶୋଧ ନେବାକୁ ମଧ୍ୟ ଚେଷ୍ଟା କରିଥିଲେ । ଯୁବକ ଜଣକ ପୂର୍ବରୁ ଭିଡିଓ କଲିଂ ର ଦୃଶ୍ୟକୁ ମୋବାଇଲରେ ରେକର୍ଡ କରି ରଖିଥିଲେ । ସେହି ଦୃଶ୍ୟକୁ ଏଡିଟ୍ କରି ଅର୍ଦ୍ଧନଗ୍ନ ଭିଡିଓ କରି ଛାତ୍ରୀଙ୍କ ପାଖକୁ ପଠାଇଥିଲେ ଏହାସହ ଇନଷ୍ଟାଗ୍ରାମ ରେ ପୋଷ୍ଟ କରିଦେଇଥିଲେ ।

ବର୍ତ୍ତମାନ ସେହି ଭିଡିଓ ଟି ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି , ଏ ସମ୍ପର୍କରେ ଛାତ୍ରୀ ଜଣକ ଜାଣିବା ପରେ ବାପା ମାଙ୍କୁ ଜଣାଇଥିଲେ । ବାପା ମାଆ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି , ପୋଲିସ ମଧ୍ୟ ଘଟଣା ରୁଜ୍ଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ପରବର୍ତ୍ତୀ ସମୟରେ ଏହି ଘଟଣା କେଉଁ ମୋଡ ନେଉଛି ତାହା ଜାଣିବାକୁ ବାକି ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.