Swastik Tv News Odisha

Bastu Tips – ନିଜ ହାତ ରେଖା ଦେଖି ନିଜ ଭାଗ୍ୟ ନିଜେ ଜାଣିବେ କିପରି ଦେଖନ୍ତୁ

ଅନେକ ସମୟରେ ନିଜ ଭାଗ୍ୟ ସମ୍ୱନ୍ଧରେ ଜାଣିବା ପାଇଁ ହାତ ପାପୁଲିର ରେଖାକୁ ଦେଖି ଜାଣିପାରିଥାଉ । ଜୀବନର ଯୋକୌଣସି ସମସ୍ୟା ହେଉନା କାହିଁକି ଏମିତିକି ବିବାହ କାର୍ଯ୍ୟ ବା ବିବାହ ପରେ ହେବାକୁ ଥିବା ସନ୍ତାନ ଆଦି ସମ୍ପର୍କରେ ସମସ୍ତ ତଥ୍ୟ ଜାଣି ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ହାତରେ ଥିବା କେତେକ ରେଖା ସମ୍ପର୍କରେ ଜଣେଇବୁ । ଯାହା ଆମ ଭାଗ୍ୟ ବିଷୟରେ ଅନେକ ତଥ୍ୟ ଜାଣିବା ପାଇଁ ବହୁତ ସାହାର୍ଯ୍ୟ କରିଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁଠାରୁ ଛୋଟ ଆଙ୍ଗୁଳି ତଳେ ବୁଦ୍ଧ ପର୍ବତ ରହିଥାଏ , ବୁଦ୍ଧ ରେଖା ପାଖରେ ଥିବା ହୋଡେ ରେଖାକୁ ସନ୍ତାନ ରେଖା କୁହାଯାଏ । ବିବାହ ରେଖା ଉପରେ ସିଧା ସନ୍ତାନ ରେଖା ରହିଥାଏ , ତେବେ ଏହା ସୁସ୍ଥ ପୁତ୍ର ଓ କମଜୋର ଝିଅର ସଙ୍କେତ ଦେଇଥାଏ । ଯଦି ସନ୍ତାନ ରେଖା ସେତିକି ସୃଷ୍ଟି ହୋଇଥାଏ , ଯେତିକି ତାଙ୍କର ସ୍ତ୍ରୀଙ୍କର ହୋଇଥାଏ , ତାହାଲେ ଜାଣିରଖନ୍ତୁ ବ୍ୟକ୍ତି ପିଲା ମାନଙ୍କୁ ବହୁତ ଭଲ ପାଇଥାନ୍ତି । ଯେଉଁ ଲୋକମାନଙ୍କର ସନ୍ତାନ ରେଖା ଛିଣ୍ଡି ଯାଇଥାଏ , ତାହେଲେ ସନ୍ତାନ ସହିତ କିଛି ଖରାପ ହେବାର ସୂଚନା ଦେଇଥାଏ । ଏହା ଜ୍ୟେତିଷ ଶାସ୍ତ୍ରରେ ବର୍ଣ୍ଣିତ ରହିଛି ।

ପ୍ରଥମେ ଆପଣ ମାନେ ଆପଣଙ୍କ ଦୁଇ ହାତକୁ ଯୋଡନ୍ତୁ , ଯଦି ଆପଣଙ୍କ ହାତରେ ଅର୍ଦ୍ଧ ଚନ୍ଦ୍ର ସୃଷ୍ଟି ହେଉଛି , ତେବେ ଆପଣ ମାନେ ଉତ୍ତମ ବନ୍ଧୁ ପାଇବେ । ତାଙ୍କ ସହ ଭଲ ସୁସମ୍ପର୍କ ଗଢି ଉଠିବ ଆପଣ ଏହା ମଧ୍ୟ ପରିକ୍ଷା କରି ପାରିବେ , ଆପଣ ମାନେ ଦୁଇ ହାତକୁ ଏକାଠି କରନ୍ତୁ ଏବଂ ଦେଖନ୍ତୁ ଅର୍ଦ୍ଧ ଚନ୍ଦ୍ର ପୂରା ଆସୁଛି ନା କମ ଆସୁଛି । ଯଦି ଆପଣଙ୍କ ହାତରେ ଅର୍ଦ୍ଧ ଚନ୍ଦ୍ର ପୂରା ଫୁଲ ଆସୁଛି , ତେବେ ଆପଣଙ୍କର ସବୁ ଦିଗ ଆଡୁ ଭଲ ରହିଛି । ଆପଣଙ୍କର ସମସ୍ତ କାର୍ଯ୍ୟ ମଧ୍ୟ ପୂର୍ଣ୍ଣ ହେବାକୁ ଯାଉଛି । ଯଦି ଆପଣଙ୍କ ହାତରେ କମ ଅର୍ଦ୍ଧ ଚନ୍ଦ୍ର ଆସୁଛି , ତେବେ ଆପଣଙ୍କ ଶିକ୍ଷା ଏବଂ ବ୍ୟବସାୟ କମଜୋର ରହିବ ।

ତାରକା ଶାସ୍ତ୍ରରେ ଏହା ମଧ୍ୟ ବର୍ଣ୍ଣିତ ରହିଛି , ଯେ ଯାହାର ବିବାହ ରେଖା ଆରମ୍ଭ ରେ ବା ଶେଷ ଦୁଇପଟକୁ ଯାଇଥାଏ , ତାହେଲେ ସେଥିରେ ବିବାହ ଭାଙ୍ଗିବାର କାରଣ ବୋଲି କୁହାଯାଏ । ତେବେ ଆପଣ ମାନେ ଏହି ସାହାର୍ଯ୍ୟରେ ଆପଣଙ୍କ ଭାଗ୍ୟ ବିଷୟରେ ଅତି ସହଜରେ ଜାଣି ପାରିବେ । ଯେଉଁ ବ୍ୟକ୍ତି ମାନଙ୍କର ବିବାହ କାର୍ଯ୍ୟ ବା ସନ୍ତାନ , ଶିକ୍ଷା କ୍ଷେତ୍ରରେ ଜାଣିବା ପାଇଁ ବହୁତ ଆଗ୍ରହୀ ଅଛନ୍ତି , ତେବେ ଆପଣ ମାନେ ଏହି ଉପାୟ ସାହାର୍ଯ୍ୟରେ ନିଶ୍ଚିତ ରୂପେ ଜାଣି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Comments are closed.