Swastik Tv News Odisha

ରାଜଧାନୀ ରାସ୍ତାରେ ମାତାଲ ଯୁବତୀଙ୍କ ହାଇ ଭଲଟେଜ କାର୍‌ନାମା…ଦେଖନ୍ତୁ Viral ଭିଡ଼ିଓ

0

ବନ୍ଧୁଗଣ ବେଳେବେଳେ ସାମ୍ନାକୁ କିଛି ଏମିତି ଘଟଣା ଆସିଥାଏ ଯାହା ଜାଣିବା ପରେ ସାଧାରଣରେ ଏହା ସମାଲୋଚନା ର ବିଷୟ ପାଲଟିଯାଏ। ତେବେ ସମୟ କ୍ରମେ ଏମିତି କିଛି ଘଟଣା ସଂସ୍ପର୍ଶରେ ଆମେ ଆସିଥାଉ ଯାହା ସହଜରେ ବିଶ୍ୱାସ ଯୋଗ୍ୟ ହୋଇ ପାରି ନଥାଏ ଏବଂ ଏହା ଆମକୁ ଆଶ୍ଚର୍ଯ୍ୟ କରିଥାଏ।ଏହା ବାସ୍ତବିକ୍ ଭାବରେ ଏମିତି କିଛି ଦିଗକୁ ଇଙ୍ଗିତ କରିଥାଏ ଯେ ଆମେ ଏହାକୁ ସହଜରେ ଗ୍ରହଣ କରି ପାରି ନଥାଉ। ସୋସିଆଲ ମିଡିଆରେ ଏମିତି ଅନେକ କିଛି ଘଟଣା ପ୍ରତିଦିନ ଘଟି ଯାଉଥିବାର ଦେଖିବା କୁ ମିଳୁଛି ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥାଏ।ପରେ ଏପରି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥାଏ।

ତେବେ ଦେଖିବାକୁ ମିଳୁଥିବା ଏପରି କିଛି ଘଟଣା ମାନଙ୍କ ମଧ୍ୟରୁ କିଛି ଘଟଣାକୁ ଆମେ ହେୟ ଜ୍ଞାନ କରି ଦେଇ ଥାଉ ତ ପୁଣି କିଛି ଘଟଣା ବିଷୟରେ ଆମେ ଆଲୋଚନା ଏବଂ ଚର୍ଚ୍ଚା କରିଥାଉ।ସୋସିଆଲ ମିଡିଆରେ ଏହିପରି ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଆପଣ ଦେଖୁଥିବେ। ଆଜିର କିଛି ଯୁବପିଢି ନିଜର ହିତାହିତ ଜ୍ଞାନ ଭୁଲି କିପରି ଭାବରେ ନିନ୍ଦନୀୟ କାର୍ଯ୍ୟ ସବୁ କରୁଛନ୍ତି ତାହା ତ ଆପଣ ଜାଣି ପାରୁଥିବେ। ଶିକ୍ଷିତ ହୋଇ ମଧ୍ୟ ସେମାନେ ଅଶିକ୍ଷିତ ଭଳି କାମ କରୁଛନ୍ତି। ଆଉ ବେଳେବେଳେ ସେମାନେ ଏମିତି ଭାବରେ ଏଥିପାଇଁ ଦଣ୍ଡ ପାଉଛନ୍ତି ତାହା ବାସ୍ତବରେ ଉଲ୍ଲେଖନୀୟ ଅଟେ। ସେହିପରି ଏକ ଘଟଣା ଏବେ ନିକଟରେ ଘଟିଛି।

ଯେଉଁ ଘଟଣା ବୟାନ କରୁଛି ମଣିଷ କେତେ ତଳକୁ ଖସି ଯାଇପାରେ। ଏହିଭଳି ଏକ ଘଟଣା ଭୁବନେଶ୍ବର ଖଣ୍ଡଗିରି ନିକଟରେ ଥିବା​‌ ଏକ ଜନଗହଳି ପୂର୍ଣ୍ଣ ରୋଡ୍‌ରେ ଦେଖିବାକୁ ମିଳିଛି। ଏଠାରେ ଆଜି ଦେଖିବାକୁ ମିଳିଥିଲା ଏଭଳି ଜଣେ ମାତାଲ୍ ଯୁବତୀଙ୍କ ନାରକୀୟ କାଣ୍ଡ ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ।ଏହି ଯୁବତୀ ଜଣଙ୍କ ଟାଙ୍କେ ମଦ ପିଇ ମାତାଲ ହୋଇ ରୋଡ୍‌ ଉପରେ ହାଇଡ୍ରାମା ଦେଖାଇଛନ୍ତି।ଗୋଟିଏ ହାତରେ ମଦ ବୋତଲ ଆଉ ଗୋଟେ ହାତରେ ସିଗାରେଟ୍‌ ଧରି ଯୁବତୀ ଜଣଙ୍କ ଅଟୋ ଭିତରେ ବସି ବିୟର ଢକ୍‌ ଢକ୍‌ କରି ପିଉଥିବା ବେଳେ ସିଗାରେଟ୍‌ ଧରି ଧୂଆଁ ଉଦାଉଛନ୍ତି ଏବଂ ସେଠାରେ ଥିବା ଲୋକଙ୍କୁ ଯାହା ପାରୁଛନ୍ତି କହୁଛନ୍ତି।

ତେବେ ଯୁବତୀ ଜଣଙ୍କ ବଡ ଘରର ଝିଅ ବୋଲି ଜଣା ପଡୁଛନ୍ତି ଏବଂ କେନ୍ଦ୍ରାପଡ଼ାରେ ତାଙ୍କ ଘର ବୋଲି ଜଣା ପଡିଛି। ତାଙ୍କର ଏଭଳି ବ୍ଯବହାର କିନ୍ତୁ ନିନ୍ଦନୀୟ ବୋଲି ସମାଲୋଚନା ହେଉଛି। ଏଭଳି କାଣ୍ଡ ପାଇଁ ସେଠାରେ ଜମିଥିବା ଭିଡ଼କୁ ଦେଖି ଯେତେବେଳେ ପୋଲିସ ସେଠାରେ ପହଞ୍ଚିଥିଲେ ସେତେବେଳେ ପୋଲିସ୍ କୁ ମଧ୍ୟ ଠାଏ ଠାଏ ଉତ୍ତର ଦେଇଥିଲେ ଏବଂ ବାପା, ମାଆ ଙ୍କ ନାମ ମଧ୍ୟ କହିଥିଲେ। ପୋଲିସ୍ ଆଗରେ ବି ସେ ସିଗାରେଟ୍ ଟାଣି ଥିବାର ଦେଖିବାକୁ ମିଳିଥିଲା। ଆଉ ପୋଲିସ୍ ଯୁବତୀ ଜଣଙ୍କୁ କେବଳ ଫାଇନ କାଟି ଛାଡି ଦେଇଥିବା ଜଣା ପଡ଼ିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.