Swastik Tv News Odisha

Health Id କାର୍ଡ଼ କଣ, କଣ ସବୁ ଲାଭ ମିଳିବ, ଆବେଦନ କିପରି କରିବେ, ଶେଷ ତାରିଖ କେବେ ? ସମ୍ପୂର୍ଣ୍ଣ ତଥ୍ୟ ଜାଣନ୍ତୁ

0

ସରକାର ସବୁବେଳେ ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର ଯୋଜନା ବ୍ୟବସ୍ଥା କରୁଛନ୍ତି। ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ବିଭିନ୍ନ ପ୍ରକାର ଯୋଜନାର ଆୟଜନ କରିଥାନ୍ତି। ତେଣୁ ବର୍ତ୍ତମାନ ସମୟରେ ଆମ କେନ୍ଦ୍ର ସରକାର ଏକ ନୂଆ ଯୋଜନା ଆଣିଛନ୍ତି। ଡିଜିଟାଲ ଇଣ୍ଡିଆ କରିବା ପାଇଁ ସରକାର ଅନେକ କ୍ଷେତ୍ରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଆଣିଛନ୍ତି। ବର୍ତ୍ତମାନ ସମୟରେ ଦେଶରେ କ୍ୟାସଲେସ, କରାଯାଇଛି। ଛୋଟ ଦୋକାନୀ ଠାରୁ ଆରମ୍ଭ କରି ସାଧରଣ ଜନତା ପର୍ଯ୍ୟନ୍ତ ସବୁଠି ଅନଲାଇନ ଟଙ୍କା ପଠେଇବାର ବ୍ୟବସ୍ଥା କରିଛନ୍ତି।

ଦେଶର ପ୍ରଗତିକୁ ଦୃଷ୍ଟିରେ ରଖି ସରକାର ଡିଜିଟାଲ ଇଣ୍ଡିଆ କରିବା ପାଇଁ ଅନେକ ଯୋଜନା କରୁଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ମଧ୍ୟ ସରକାର ଏଭଳି କିଛି ନୂଆ ଯୋଜନା ଆଣିଛନ୍ତି। ତେବେ ଏହି ଯୋଜନାଟି ହେଉଛି, ଡିଜିଟାଲ Health Id କାର୍ଡ଼, ଏହି ଡିଜିଟାଲ Health Id କାର୍ଡ଼ କଣ, କିପରି ଆବେଦନ କରିବେ, ଏହା ଦ୍ବାରା କଣ ସବୁ ଲାଭ ମିଳିବ, ଆବେଦନର ଶେଷ ତାରିଖ କେବେ ? ଏହା ବିଷୟରେ ଜାଣି ସମ୍ପୂର୍ଣ୍ଣ ତଥ୍ୟ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ, ତେବେ ଆସନ୍ତୁ ଜାଣିବା;

ବନ୍ଧୁଗଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଜିଟାଲ Health Id କାର୍ଡ଼ ବ୍ୟବସ୍ଥା କରିଛନ୍ତି। ଲୋକମାନେ ଯେକୌଣସି ହସ୍ପିଟାଲ କିମ୍ବା କ୍ଲିନିକ କୁ ଯାଉଛନ୍ତି, ନିଜର ଚିକିତ୍ସା ପାଇଁ, ରୋଗ ଅନୁସାରେ ଡାକ୍ତର ଔଷଧ କିମ୍ବା ଏହାର ରୋଗର ରିପୋର୍ଟ ଲେଖିଥାନ୍ତି। କାରଣ ଏହି ରିପୋର୍ଟ ଦେଖାଇ ରୋଗୀ ଔଷଧ ଦୋକାନ କିମ୍ବା ଅନ୍ୟ ଡାକ୍ତର ପାଖକୁ ଯେତେବେଳେ ଯାଇଥାନ୍ତି। ସାଥିରେ କାଗଜ ରିପୋର୍ଟ ଧରି ଯାଇଥାନ୍ତି, ତେବେ ଏହି କାଗଜ ରିପୋର୍ଟ ଅଧିକାଂଶ କ୍ଷେତ୍ରରେ ହଜିଯାଇଥାଏ କିମ୍ବା ଏହା ଅନ୍ୟ କୌଣସି କାରଣରୁ ଆଣିବା ପାଇଁ ଅସମର୍ଥ ହୋଇଥାଏ। ସରକାର ଏହି ସବୁ କ୍ଷେତ୍ରକୁ ଦୃଷ୍ଟିରେ ରଖି ଏହାକୁ ଡିଜିଟାଲ ବ୍ୟବସ୍ତା କରିଛନ୍ତି।

ତେବେ ଏହି helath Id ବନେଇ ନିଜ ମୋବାଇଲରେ ସମସ୍ତ ସ୍ୱାସ୍ଥ୍ୟ ରିପୋର୍ଟ ସବୁ ଅନଲାଇନ ରହିଥାଏ। ଆପଣମାନେ ଦେଶରେ ଯେ କୌଣସି ହସ୍ପିଟାଲ ଯାଆନ୍ତୁ, ଏହାକୁ ଦେଖାଇ ପାରିବେ। ଏବଂ ହାତରେ ଆଉ କାଗଜ ରିପୋର୍ଟ ଧରି ଯିବା ପାଇଁ ପଡ଼ିବ ନାହିଁ। ନିଜ ନିଜ ମୋବାଇଲ ଦେଖାଇ ପାରିବେ। ତେବେ ବନ୍ଧୁ ଗଣ ଆପଣ ଏହାକୁ ନିଜ ମୋବାଇଲ ରେ ଆବେଦନ କରିପାରିବେ, https://ndhm.gov.in/ ଏହି ୱେବ୍ସାଇଟ୍ ରେ ଆବେଦନ କରିପାରିବେ। ତେବେ ବନ୍ଧୁଗଣ ଏହାର ଶେଷ ତାରିଖ ଆସି ନାହିଁ, କାରଣ ଏହି ୱେବ୍ସାଇଟ୍ ନୂଆ ଲଞ୍ଚ ହୋଇଛି। ଏହାର ଶେଷ ତାରିଖ ଆସିନାହିଁ, ଏଥିରେ ପ୍ରତିଦିନ ଅଧିକ ଲୋକ ଆବେଦନ କରୁଥିବା କାରଣରୁ ଅଧିକ ଟ୍ରାଫିକ ରହୁଛି, ସେଥିପାଇଁ ୱେବ୍ସାଇଟ୍ ଜାମ ରହିଛି। ଆପଣ ମାନେ ରାତି 3 ଟାରୁ ସକାଳ 6 ଟା ମଧ୍ୟରେ କରନ୍ତୁ, ନିଶ୍ଚିତ ଭାବରେ ହୋଇଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.