Swastik Tv News Odisha

କଣ ରେଭ ପାର୍ଟି ଏଠି ହୁଏ କଣ, କିଏ ଯାଆନ୍ତି ଏବଂ କାହିଁକି ଯାଆନ୍ତି, ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ….ଦେଖନ୍ତୁ ଭିଡ଼ିଓ

0

ଆଜିକାଲିର ଯୁବ ଗୋଷ୍ଠୀ ମାନେ ପାର୍ଟି ଓ କ୍ଳବରେ ଯୋଗ ଦେବା ପାଇଁ ବହୁତ ଆଗ୍ରହ ହୋଇ ଥାଆନ୍ତି। ସେମାନେ ପାର୍ଟିରେ ଯୋଗ ଦେବା ପାଇଁ ଅନେକ ପଇସା ମଧ୍ୟ ଖର୍ଚ୍ଚ କରି ଥାଆନ୍ତି। ଯେଉଁ ମାନେ ପାର୍ଟିରେ ଯୋଗ ଦେଉଛନ୍ତି ସେମାନେ ଖରାପ ଆଡକୁ ମଧ୍ୟ ଗତି କରି ଚାଲିଛନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏକ ଖବର ବିଷୟରେ ଜଣାଇବୁ ଯେ, ଆପଣ ମାନେ ଶୁଣିଲେ ଚକିତ ହୋଇଯିବେ। ତାହା ହେଉଛି ରେଭ ପାର୍ଟ ଓ ଏହି ପାର୍ଟିରେ କ’ଣ ସବୁ କରାଯାଏ ଓ ଏଥିରେ କେଉଁ ମାନେ ଯୋଗଦାନ ଦେଇ ଥାଆନ୍ତି ସେହି ବିଷୟରେ ଜଣାଇବୁ। ତେବେ ଆସନ୍ତୁ ଏହି ସବୁ ବିଷୟ ଉପରେ ନଜର ପକାଇବ;

ସୂଚନା ଅନୁସାରେ, ଭାରତରେ ବଡ଼ ବଡ଼ ସହର ମାନଙ୍କରେ ରେଭ ପାର୍ଟିର ଆୟୋଜନ କରା ଯାଇଥାଏ। ଭାରତର ଗୋଆରେ ପ୍ରଥମେ ଏହି ରେଭ ପାର୍ଟିର ଆୟୋଜନ ହୋଇଥିଲା ଓ ଜଣେ ଇଟାଲୀୟନ ଅରଗାନାଇଜର ଏହି ପାର୍ଟିକୁ ଆରମ୍ଭ କରିଥିଲେ। ଏହି ରେଭ ପାର୍ଟି ୧୯୮୦ ମସିହାରୁ ଆୟୋଜନ ହୋଇ ଆସୁଛି। କିନ୍ତୁ ସେତବେଳର ରେଭ ପାର୍ଟି ଓ ଆଜିର ଏହି ରେଭ ପାର୍ଟି ଭିତରେ ବହୁତ ଫରକ ଦେଖା ଦେଇଛି। ଏହି ରେଭ ପାର୍ଟିରେ କେବଳ ଧନୀ ଲୋକ ମାନେ ଏଥିରେ ଯୋଗ ଦେଇ ପାରିବେ କିନ୍ତୁ ସାଧାରଣ ଲୋକ ମାନେ ଯୋଗ ଦେଇ ପାରିବେ ନାହିଁ।
ଆଗରୁ ଏହି ପାର୍ଟିରେ କେବଳ ନାମୀ ଦାମୀ ଲୋକ ମାନେ ନିଜ ଜୀବନକୁ କିଛି ସମୟ ପାଇଁ ଉପଭୋଗ କରିବା ପାଇଁ ଚାଂହୁଥିଲେ ଓ ଏଥି ସହିତ ଏହି ପାର୍ଟିରେ ଯୋଗ ଦେବା ପାଇଁ ବୟସ ସୀମା ମଧ୍ୟ ଧାର୍ଯ୍ୟ କରା ଯାଇଥାଏ।

ତେବେ କିନ୍ତୁ ବର୍ତ୍ତମାନ ସମୟ ସହ ସବୁ କିଛି ବଦଳି ଯାଇଛି। ବର୍ତ୍ତମାନ ଏହି ରେଭ ପାର୍ଟିରେ କିଛି ବୟସ ସୀମା ନାହିଁ, ଏଠାରେ ପଇସା ଫୋପାଡ଼ି ପାରିଲେ ସବୁ କିଛି ମିଳି ଯାଇପାରେ। ଧନୀ ଲୋକ ମାନେ ପାର୍ଟିରେ ଯୋଗ ଦେବା ପାଇଁ ଦେଶ ବାହାରକୁ ଯାଉଥିଲେ କିନ୍ତୁ ବର୍ତ୍ତମାନ ଦେଶ ଭିତରେ ଏହି ପାର୍ଟି ଆୟୋଜନ କରା ଯାଉଛି। ଏହି ପାର୍ଟି ଦ୍ୱାରା ଯୁବ ଗୋଷ୍ଠୀ ମାନେ ନଷ୍ଟ ହୋଇ ଯାଉଛନ୍ତି। ପୋଲିସ ମଧ୍ୟ ଅନେକ ଜାଗାରେ ଯୁବ ଗୋଷ୍ଠୀ ଉପରେ ଚଢ଼ାଉ କରି ଥାଆନ୍ତି ଓ ଏଥି ସହିତ ଅନେକ ଯୁବକ ଓ ଯୁବତୀଙ୍କୁ ମଧ୍ୟ ଗିରଫ କରି ନେଇ ଥାଆନ୍ତି।

କିନ୍ତୁ ପୋଲିସକୁ ଖାତିର ନକରି ଏହି ପାର୍ଟିରେ କୋଟିପତି ବାପା ମାନଙ୍କର ସନ୍ତାନ ମାନେ ଯୋଗ ଦେଇ ଥାଆନ୍ତି ଓ ଯାହା ଫଳରେ କି ଏହି ପାର୍ଟିରେ ନିଜକୁ ହଜେଇ ଦେଇ ଥାଆନ୍ତି। ବର୍ତ୍ତମାନ ଏହି ପାର୍ଟିରେ ମିଳୁଥିବା ଡ୍ରଗ୍ସ ବା ନିଶା ଦ୍ରବ୍ୟ ଜିନିଷ ସବୁ ବିଷ ସହିତ ସମାନ ଅଟେ, କାରଣ ଏହା ସବୁ ପ୍ରାକୃତିକ ଜିନିଷ ନୁହେଁ। ଏହା ଭିନ୍ନ ଭିନ୍ନ କମ୍ପୋଜିସନ ଦ୍ୱାରା ଲ୍ୟାବରେ ପ୍ରସ୍ତୁତ କରା ଯାଉଛି। ଯାହାକୁ ଯୁବ ଗୋଷ୍ଠୀ ମାନେ ସେବନ କରିବା ଦ୍ୱାରା ମରଣକୁ ବରଣ କରୁଛନ୍ତି ଓ ଏଥି ସହିତ ନିଜ ଅସ୍ତିତ୍ବକୁ ମଧ୍ୟ ଭୁଲି ଯାଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.