Swastik Tv News Odisha

ଶାହରୁଖ ଖାନଙ୍କ ପୁଅ ଆର୍ୟନକୁ ଗିରଫ କରି NCBର ଏହି ଅଫିସର ଏବେ ଅଡୁଆରେ….

0

ଭାରତ ଏକ ଗଣତାନ୍ତ୍ରିକ ଦେଶ ହୋଇ ଥିବାରୁ, ସମସ୍ତଙ୍କ ପାଇଁ ସମାନ ଆଇନ କାନୁନ ରହିଛି। ଦୋଷୀକୁ ଦଣ୍ଡ ଦେବା ପାଇଁ ମଧ୍ୟ ଅନେକ ପ୍ରକାର ବ୍ୟବସ୍ଥା ରହିଛି। ଆଇନ ଆଖିରେ ସମସ୍ତେ ସମାନ କିନ୍ତୁ ବେଳେ ବେଳେ ଏହାର ଦୁରୂପଯୋଗ ଦେଖିବା ପାଇଁ ମିଳିଥାଏ। କାରଣ ଆଇନ ବ୍ୟବସ୍ଥା କିଛି ପ୍ରଭାବଶାଳୀ ଲୋକ ମାନେ ନିଜର ପଇସା ବଳରେ ଆଇନ ସହିତ ଖେଳି ଥାନ୍ତି।

ଅନେକ କ୍ଷେତ୍ରରେ ଏହା ମଧ୍ୟ ଦେଖା ଯାଇଥାଏ, ଯେ ଆଇନର ଯେଉଁ ମାନେ ରକ୍ଷା କର୍ତ୍ତା ସେମାନେ ନିଜର କର୍ତ୍ତବ୍ୟ ଭୂଲି ଅପରାଧି ସହିତ ହାତ ମିଳେଇ ଥାନ୍ତି। ଯାହାକି ପରୋକ୍ଷରେ ସେମାନେ ଆଇନ ଭଙ୍ଗ କରିଥାନ୍ତି। କିନ୍ତୁ ଅନେକ ଏପରି ଅଫିସର ଅଛନ୍ତି, ଯେଉଁ ମାନେ ନିଜର କର୍ତ୍ତବ୍ୟକୁ ଭଗବାନ ବୋଲି ମାନି, ଯେତେ ପ୍ରଭାବ ଶାଳୀ ଲୋକ ହୁଅନ୍ତୁ ନା କାହିଁକି, ଆଇନର କର୍ତ୍ତବ୍ୟ ପାଳନ କରିଥାନ୍ତି।

ତେବେ ବନ୍ଧୁଗଣ ଏହିସବୁ କହିବାର ଉଦେଶ୍ୟ ହେଉଛି, ନିକଟରେ ଯେଉଁ ସାହାରୁଖ ଖାନ ପୁଅ ଆର୍ଯ୍ୟନ ଖାନ ଡ୍ରଗ୍ସ ପାଟିରେ ଧରା ପଡ଼ିଲା। ତାଙ୍କୁ ଯେଉଁ ଅଫିସର ଧରିଥିଲେ, ତାଙ୍କ ପାଇଁ ଅଡୁଆ ବଡିବାରେ ଲାଗିଛି, ଶୁଣା ଯାଉଛି ଯେ ମୁମ୍ବାଇର ଏହି ଜଣାଶୁଣା ଅଫିସର ସମୀର ଯିଏକି ବଲିଉଡର ନାମୀ କଳାକାରଙ୍କୁ ପାଣି ପିଆଇ ସାରିଛନ୍ତି। ବିଦେଶୀ ମୁଦ୍ରା ସହ ଗାୟକ ମିକା ସିଂହ ଧରା ପଡ଼ିବା ହେଉ କିମ୍ବା ରାମ ଗୋପାଳ ଭଳି ନାମୀ ଦାମୀ କଳାକାରଙ୍କ ଘରେ ତଦନ୍ତ କରିବା ହେଉ, ଏହି ଭଳି ଅନେକ ବଡ ବଡ଼ ଅପରାଧକୁ ସଫଳ କରି ଦେଖାଇଛନ୍ତି। ଏମିତିକି ଭାରତ କ୍ରିକେଟ ଟିମ ଟ୍ରଫି ନେଇ ଯେତେବେଳେ ଏୟାରପୋର୍ଟରୁ ଆସିଲା, ସେ ଯାଞ୍ଚ ନକରି ଛାଡ଼ି ନଥିଲେ। ସେତେବେଳେ ତାଙ୍କର ଏହିଭଳି କାର୍ଯ୍ୟ ପାଇଁ ତାଙ୍କୁ ସେତେବେଳେ ଅନେକ ପ୍ରଶଂସା ମିଳିଥିଲା।

ବର୍ତ୍ତମାନ ମଧ୍ୟ ସମୀର ସାହାରୁଖ ଖାନଙ୍କ ପୁଅ ଅର୍ଯ୍ୟନଙ୍କୁ ଗିରଫ କରି ବହୁ ଚର୍ଚ୍ଚାରେ ଅଛନ୍ତି। ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ସମୀର ବଲିଉଡ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଅଛନ୍ତି। ତାଙ୍କର ନିଜର ସ୍ତ୍ରୀ ବଲିଉଡର ଜଣେ କଳାକାର ଭାବେ ବେଶ ପରିଚିତ। ସେ ଗଙ୍ଗା ଜଳ ଭଳି ଫିଲ୍ମରେ ସେ ପୂର୍ବରୁ କାମ କରିସାରିଛନ୍ତି। ତେବେ ତାଙ୍କର ବଲିଉଡ କଳାକାରଙ୍କ ପ୍ରତି ଏହିଭଳି ଭାବରେ କାମ ପାଇଁ ତାଙ୍କ ସ୍ତ୍ରୀଙ୍କୁ ବଲିଉଡରେ କାମ ମିଳୁନାହିଁ। ତାଙ୍କ ସ୍ତ୍ରୀକୁ କାମ ହରାଇବା ପାଇଁ ପଡୁଛି। ବର୍ତ୍ତମାନ ତାଙ୍କ ସ୍ତ୍ରୀ ମରାଠୀ ଫିଲ୍ମ ଏବଂ ଟିଭି ସିରିଏଲରେ ମଧ୍ୟ କାମ କରୁଛନ୍ତି। ତେବେ ତାଙ୍କର ଏଭଳି ସାହାସିକତା ପାଇଁ ସବୁଆଡୁ ପ୍ରଶଂସା ମିଳୁଥିବା ବେଳେ ଚର୍ଚ୍ଚା ଜୋର ଧରିଛି କି, ତାଙ୍କ ଜୀବନ ପ୍ରତି ଅନେକ ବିପଦ ରହିଛି। କିନ୍ତୁ ବାସ୍ତବରେ ସେ ଜଣେ ସାହସୀ ଅଫିସର ତାଙ୍କର ଏସବୁ ପ୍ରତି ଡର ଭୟ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.