Swastik Tv News Odisha

( କଳା ସୂତା ) ବାନ୍ଧିବାର ଚମତ୍କାରୀ ଫାଇଦା, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ସନ୍ତାନ ଘରେ ଜନ୍ମ ନେବା ପରେ ଘରେ ବଡ ମାନେ କଳାଟିକା , କଳାସୂତା କିମ୍ୱା ନଜର ଦୂର କରିବା ପାଇଁ ଏମିତି କିଛି କରିଥାନ୍ତି । ଯଦି ଆପଣଙ୍କୁ ଏମିତି କିଛି ଅନୁଭବ ହୋଇଥାଏ ଯେ କୌଣସି ଖରାପ ନଜର ଆପଣଙ୍କ ରାସ୍ତା ରୋକୁଛି , ଆପଣଙ୍କ ପରିବାର ଉପରେ କାହାର ନଜର ଲାଗି ଯାଇଛି । ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣ ମାନେ ଏହି ଉପାୟକୁ ନିଶ୍ଚୟ କରନ୍ତୁ ।

1. ଘରେ ଝଗଡା ହେଉଥିଲେ :-

ଯଦି ଆପଣଙ୍କ ଘରେ ଅକାରଣରେ ଝଗଡା ହେଉଥାଏ ବା ଆପଣଙ୍କ ଭିତରରେ ମନମାଳିନି ଦେଖାଯାଉଥାଏ । ତେବେ ଆପଣ ଶନିବାର ଦିନ ଶନିଦେବଙ୍କ ମନ୍ଦିରକୁ ଯାଇ ଏକ ମିଟର କଳାସୂତା ନେଇ ତାହା ଉପରେ 108 ଗୋଟି ଗଣ୍ଠି ମାରିଦିଅନ୍ତୁ । ପ୍ରତ୍ୟେକ ଗଣ୍ଠିକୁ ବାନ୍ଧିବା ବେଳେ ଓଁ ଶନିଶ୍ଚରାୟ ନମଃ ଜପ କରନ୍ତୁ । ଯଦି ଆପଣଙ୍କ ଘର ପାଖରେ ଶନିମନ୍ଦିର ନାହିଁ , ତେବେ ଏହି ଉପାୟ ଘରେ ମଧ୍ୟ କରି ପାରିବେ ।

2. ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଉଥିଲେ :-

ଯଦି ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ରହିଥାଏ ଏବଂ ତାଙ୍କୁ ବାରମ୍ୱାର କୌଣସି ସମସ୍ୟାର ସାମ୍ନା କରିବାକୁ ପଡୁଥାଏ । ତେବେ ଏଥିପାଇଁ ଆପଣ କଳାସୂତାକୁ ମନ୍ଦିରକୁ ନେଇ ଟିକେ ସିନ୍ଦୁର ଲଗେଇ ରଖି ଦିଅନ୍ତୁ । ତାପର ଦିନ ସକାଳୁ ସ୍ୱଚ୍ଛ ହୋଇ ଏହି ସୂତାକୁ ସଦସ୍ୟଙ୍କ ପାଦରେ ବାନ୍ଧି ଦିଅନ୍ତୁ । ଏହାଦ୍ୱାରା ତାଙ୍କର ଆଖପାଖରୁ ନକରାତ୍ମକ ଉର୍ଜା ଦୂରେଇ ରହିବ ଏବଂ କାହାର ଖରାପ ନଜର ମଧ୍ୟ ଛୁଇଁ ପାରିବ ନାହିଁ ।

3. ଗର୍ଭବତୀ ମହିଳାଙ୍କ ନଜର ଦୂର ପାଇଁ :-

ଗର୍ଭବତୀ ମହିଳାଙ୍କୁ ସବୁବେଳେ ଯଲଦି ନଜର ଲାଗି ଯାଇଥାଏ , କେତେଥର ତାଙ୍କର ଆସିବାକୁ ଥିବା ପିଲା ଠାରେ ଖରାପ ପ୍ରଭାବ ବା ଖରାପ ନଜର ଲାଗିଯାଇଥାଏ । କଳାସୂତାକୁ ଗର୍ଭବତୀ ମହିଳାଙ୍କ ପାଇଁ ଯେତିକି ଆବଶ୍ୟକ ତାହାକୁ ତାଙ୍କ ଚାରିପାଖେ ବୁଲେଇ ଦେଇ , ସେହି ସୂତାକୁ ବରଗଛ କିମ୍ୱା ନଦୀରେ ବିସର୍ଜନ କରି ଦିଅନ୍ତୁ । ଏହି ଉପାୟ ପିଲା ଜନ୍ମ ହେବା ଯାଏ କରନ୍ତୁ , ଏହାଦ୍ୱାରା ଗର୍ଭବତୀ ମହିଳାଙ୍କ ଆଖପାଖରେ କୌଣସି ନକରାତ୍ମକ ଶକ୍ତି କିମ୍ୱା ଖରାପ ନଜର ଆସିପାରିବ ନାହିଁ ।

4. କଳାଯାଦୁ ଦୂର ପାଇଁ :-

ଗୋଡରେ ମୁଦି ପିନ୍ଧୁଥିବା ଆଙ୍ଗୁଳିରେ କଳାସୂତା ପିନ୍ଧାଯାଏ ତ କଳା ଶକ୍ତିର ପ୍ରଭାବ କମ ହୋଇଥାଏ । କଳାସୂତା ମନ୍ଦିରର ପୂଜାରୀ ଠାରୁ କିମ୍ୱା ନିଜେ କିଣି କରି ପିନ୍ଧିବା ଉଚିତ । ଅନ୍ୟ କାହା ଠାରୁ ଦିଆଯାଇଥିବା କଳାସୂତା ପିନ୍ଧିବା ଉଚିତ୍ ନୁହଁ ।

ଏହିପରି ଭାବରେ କଳାସୂତାର ବ୍ୟବହାର କରିବା ଦ୍ୱାରା ଆମର ସମସ୍ତ ଅସୁବିଧା ଖୁବ୍ ଶୀଘ୍ର ଦୂର ହୋଇଥାଏ ଏବଂ ଜୀବନ ସୁଖମୟ ରେ ବିତିଥାଏ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.