Swastik Tv News Odisha

କୃଷକଙ୍କ ପାଇଁ ଖୁସି ଖବର : ପୁଣି ସରକାର ଙ୍କର PM KISAN FPO ନୂଆ ଯୋଜନା, କେମିତି କରିବେ apply ଜାଣନ୍ତୁ

0

ସରକାର ସବୁବେଳେ ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର ଯୋଜନା ବ୍ୟବସ୍ଥା କରୁଛନ୍ତି। ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ବିଭିନ୍ନ ପ୍ରକାର ଯୋଜନାର ଆୟଜନ କରିଥାନ୍ତି। ତେଣୁ ବର୍ତ୍ତମାନ ସମୟରେ ଆମ କେନ୍ଦ୍ର ସରକାର ଏକ ନୂଆ ଯୋଜନା ଆଣିଛନ୍ତି। ତେବେ ଏହିସବୁ ଯୋଜନା ପରିବର୍ତ୍ତେ ସରକାର ଆମ ଦେଶର କୃଷକ ମାନଙ୍କ ପାଇଁ ଅନେକ ଗୁଡିଏ ବ୍ୟବସ୍ଥା କରୁଛନ୍ତି। କାରଣ ଯିଏ ଆମର ଅନ୍ନଦାତା ସେମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ସରକାର ଅନେକ ଛୋଟ ବଡ଼ ବ୍ୟବସ୍ଥା କରିଛନ୍ତି।

ଆର୍ଥିକ କ୍ଷେତ୍ରରେ କୃଷକମାନଙ୍କୁ ସାହାଯ୍ୟ କରିବା ପାଇଁ, ଯେମିତିକି କୃଷକ ସନମାନନିଧି ଯୋଜନାରେ ଚାଷୀମାନେ ଅନେକ ଉପକୃତ ହେଉଛନ୍ତି। ସେହିଭଳି ଭାବରେ ଆମ ଭାରତ ସରକାର ଆଉ କିଛି ନୂଆ ଯୋଜନା ଆଣିଛନ୍ତି। ଯାହାକି ପ୍ରଧାନମନ୍ତ୍ରୀ କିଷାନ FPO ଯୋଜନା, ଯେଉଁଥିରେ ସମସ୍ତ କୃଷକମାନଙ୍କୁ ୧୫ ଲକ୍ଷ ଟଙ୍କା ମିଳିବାର ବ୍ୟବସ୍ଥା ଅଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ;

ପ୍ରଧାନମନ୍ତ୍ରୀ କିଷାନ FPO ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ସମସ୍ତ ଚାଷୀମାନଙ୍କୁ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ ଯାଉଛନ୍ତି। କୃଷକମାନଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ପୁଣି ଥରେ ଚାଷୀଙ୍କ ପାଇଁ ଏକ ଯୋଜନା ଆଣିଛନ୍ତି। କୃଷକଙ୍କ ଆୟ ବୃଦ୍ଧି ପାଇଁ ସରକାର ଏକ ନୂତନ କୃଷି ବିଲ୍ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ତେବେ ସରକାର ଚାଷୀଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି, କହିଲେ କିଛି ଭୂଲ ହେବ ନାହିଁ।

ତେବେ ବନ୍ଧୁଗଣ ସରକାର କ୍ରମାଗତ ଭାବରେ ଏଭଳି ଯୋଜନା କୃଷକମାନଙ୍କ ପାଇଁ ସବୁ ସୁବିଧା ମିଳିବ ଏଥିରୁ ସିଧାସଳଖ ଲାଭ ପାଇପାରିବେ। ଚାଷୀଙ୍କ ବ୍ୟାଙ୍କ ପାସବୁକକୁ ସିଧାସଳଖ ଟଙ୍କା ଆସିବ, ପ୍ରତ୍ୟକ୍ଷ ଲାଭ ଯୋଗାଇବା ପାଇଁ ଏହି ଯୋଜନା ଆରମ୍ଭ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ସହିତ ଚାଷୀଙ୍କୁ କୌଣସି ଦଲାଲ କିମ୍ବା ଟଙ୍କାଧାରୀଙ୍କ ନିକଟକୁ ଯିବାକୁ ପଡ଼ିବ ନାହିଁ। ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ତିନି ବର୍ଷ ମଧ୍ୟରେ କିସ୍ତିରେ ପ୍ରଦାନ କରାଯିବ। ଏଥିପାଇଁ ୨୦୨୪ ମସିହା ସୁଦ୍ଧା ସରକାର ୬୮୮୫ କୋଟି ଟଙ୍କା ଖର୍ଚ୍ଚ କରିବେ।

ତେବେ ଏମିତି କରନ୍ତୁ ଆବେଦନ; ପ୍ରଧାନମନ୍ତ୍ରୀ କିଷାନ FPO ଯୋଜନାର ଲାଭ ପାଇବା ପାଇଁ କୃଷକମାନଙ୍କୁ ଟିକିଏ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ। ବାସ୍ତବରେ ସରକାର ଏପର୍ଯ୍ୟନ୍ତ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିନାହାଁନ୍ତି। ସରକାରଙ୍କଠାରୁ ସବୁଜ ସଙ୍କେତ ପାଇବା ମାତ୍ରେ ପଞ୍ଜୀକରଣ ପ୍ରକ୍ରିୟା କରାଯିବ। ପ୍ରକ୍ରିୟା ଆରମ୍ଭ ହେବା ପରେ, ଆପଣ ମଧ୍ୟ ଆବେଦନ କରିପାରିବେ। ସରକାରଙ୍କ ଅନୁଯାୟୀ, ଏଥିପାଇଁ ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ତେବେ ବନ୍ଧୁଗଣ ଏହିଭଳି ଭାବରେ ଆପଣ ମାନେ ଲାଭ ଉଠାଇ ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.