Swastik Tv News Odisha

ଚର୍ଚ୍ଚାରେ ସାଂସଦ Anubhav Mohanty ଇନଷ୍ଟାରେ ପୋଷ୍ଟ କରିଥିବା ଫୋଟକୁ ନେଇ ଫ୍ୟାନ୍ସ ମାନେ ଦେଲେ ଏମିତି ପ୍ରତିକ୍ରିୟା, ପୁଣି କଣ ସତରେ ଜାଗୃତି….

0

ସମାଜରେ ପ୍ରତିଦିନ ଘଟୁଥିବା କିଛି ଘଟଣା ହେଉ ବା ନିଜର ମନ ପସନ୍ଦର କୌଣସି ମୁହୂର୍ତ୍ତ ନିଜର ସୋସିଆଲ ଆକାଉଣ୍ଡରେ ପୋଷ୍ଟ କରିଥାନ୍ତି । ସେହି ଫୋଟ ବା ଭିଡିଓ ପ୍ରଚୁର ମାତ୍ରାରେ ସୋସିଆଲ ମିଡିଆ ରେ ଭାଇରାଲ ମଧ୍ୟ ହୋଇଥାଏ । ଲୋକମାନେ କିଛି କିଛି ଭିଡିଓ ବା ଫୋଟକୁ ବହୁତ ପସନ୍ଦ କରିବା ସହିତ ଆଉ କେତେକ ଭିଡିଓ କୁ ମଧ୍ୟ ନା ପସନ୍ଦ ମଧ୍ୟ କରିଥାନ୍ତି । ତେବେ ବର୍ତ୍ତମାନ ସମୟରେ ଅଲିଉଡର ସୁପରଷ୍ଟାର ତଥା ପାରିବାରିକ କଳହରେ ଛନ୍ଦି ହୋଇ ପଡିଥିବା ସାଂସଦ ତଥା ଅଭିନେତା ଅନୁଭବ ମାହାନ୍ତି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ।

ସୋସିଆଲ ମିଡିଆ ରେ ଏକ ଫୋଟ ପୋଷ୍ଟ କରି ଏବେ ଚର୍ଚ୍ଚାରେ ଅଛନ୍ତି ଅନୁଭବ , ଦୀର୍ଘଦିନ ପରେ ପୁଣିଥରେ ଅନୁଭବ ବାନ୍ଧବୀ ଜାଗୃତି ଙ୍କ ସହିତ ଫୋଟ ପୋଷ୍ଟ କରିଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଡରେ ଛାଡିଥିବା ଏହି ଫୋଟ ରେ ଅନୁଭବ ଏବଂ ଜାଗୃତି ଏକାଠି ବସି ଖାଉ ଥିବାର ଦେଖିବାକୁ ମିଳିଛି । କ୍ୟାପସନ ରେ ଆନୁଭବ ଲେଖିଛନ୍ତି ମୋର ବନ୍ଧୁ ଆତ୍ମନିର୍ଭରଶୀଳ ଏବଂ ସଶକ୍ତ ମହିଳାଙ୍କୁ ଭେଟିବା ସବୁବେଳେ ସୁନ୍ଦର ଲାଗେ । ଏହା ସହିତ ଆଗକୁ ବଢିଚାଲ ବୋଲି ଲେଖିଛନ୍ତି ଅନୁଭବ ମାହାନ୍ତି , ଶେଷରେ ଥମଶପ୍ ର ଏକ ଇମୋଜ ମଧ୍ୟ ଲଗେଇଛନ୍ତି ।

ଗୋଟିଏ ପଟେ ପତ୍ନୀ ବର୍ଷା ଙ୍କୁ ନେଇ ବିବାଦ ଲାଗି ରହିଛି , କଟକ ଫ୍ୟାମିଲି କୋର୍ଟରେ ବର୍ଷାଙ୍କ ଠାରୁ ବିବାହ ବିଚ୍ଛେଦ ପାଇଁ ଅନୁଭବ କରିଥିବା ଆବେଦନର ଶୁଣାଣି ଚାଲିଛି । ଏହା ସହିତ ଦାମ୍ପତ୍ୟ ସମ୍ପର୍କର ସୁରକ୍ଷା ଲାଗି ବର୍ଷା ରୁଜ୍ଜୁ କରିଥିବା ଆବେଦନର ମଧ୍ୟ ଶୁଣାଣି କରୁଛନ୍ତି ପରିବାର ଅଦାଲତ । ତେବେ ଏହାରି ଭିତରେ ବାନ୍ଧବୀ ଜାଗୃତି ଙ୍କ ସହିତ ଫୋଟ ପୋଷ୍ଟ କରି ଚର୍ଚ୍ଚାର ଖୋରାଗ୍ ଯୋଗେଇଛନ୍ତି ଅନୁଭବ । ଏମିତି ଏକ ପରିସ୍ଥିତିରେ ନିଜ ବନ୍ଧୁଙ୍କ ସହ ବାରମ୍ୱାର ଫୋଟ ପୋଷ୍ଟ କରିବା ତାଙ୍କ ଗରିମା କ୍ଷ୍ୟୁର୍ଣ୍ଣ ହୋଇପାରେ । ଏଥିପାଇଁ ଗରିମା କ୍ଷ୍ୟୁର୍ଣ୍ଣ ହୋଇପାରେ କାହିଁକି ନା ସେ ଜଣେ ନିର୍ବାଚିତ ସାଂସଦ ।

ତେଣୁ ସାଂସଦ ଙ୍କର ଯେତେବେଳେ ପାରିବାରିକ ବିବାଦ ନେଇ ସବୁଆଡେ ଚର୍ଚ୍ଚା ଏବଂ କୋର୍ଟରେ ମାମଲା ବିଚାରଧୀନ ଅଛି , ସେହି ସମୟରେ ସେ ନିଜ ବାନ୍ଧବୀ ଙ୍କ ସହିତ ଫୋଟ ସେୟାର କରିବା ବୋଧହୁଏ ଲୋକଙ୍କ ଭିତରରେ ନିଶ୍ଚୟ ଚର୍ଚ୍ଚା ର ବିଷୟ ହେବ । ଜଣେ ପୁଅ ଝିଅ ବନ୍ଧୁ ବାନ୍ଧବୀ ହେବା କିଛି ଅସୁବିଧା ନାହିଁ , କିନ୍ତୁ ଅନୁଭବ ଙ୍କ କ୍ଷେତ୍ରରେ ଏଇଥି ପାଇଁ ଏହା ଚର୍ଚ୍ଚିତ ହେଉଛି ଯେ , ବର୍ଷା ଙ୍କ ସହିତ ତାଙ୍କର ଛାଡପତ୍ର ମାମଲା ଚାଲିଛି । ତେବେ ଏମିତି ଏକ ପରିସ୍ଥିତି ରେ ଅନୁଭବ ଏବଂ ତାଙ୍କ ବାନ୍ଧବୀ ଜାଗୃତିଙ୍କ ସହ ଏକାଠି ବସି ଖାଉ ଥିବାର ଏହି ଫୋଟ ନିଶ୍ଚିତ ରୂପେ ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.