Swastik Tv News Odisha

ପୁଣି କେନ୍ଦ୍ର ସରକାର ଙ୍କର ନୂଆ ଯୋଜନା : ହେଲଥ କାର୍ଡ ଏମିତି ନିଜ ମୋବାଇଲ ରେ ବନାନ୍ତୁ ଏବଂ ଏହାର ଫାଇଦା ଜାଣନ୍ତୁ

0

ବର୍ତ୍ତମାନ ସମୟରେ ମଣିଷ ଆଧୁନିକତା ଆଡ଼କୁ ଶୀର୍ଷକତା ଆଡ଼କୁ ଗତି କରୁଛି। ପୂର୍ଵ ଅପେକ୍ଷା ସମଗ୍ର ଦେଶ ଡିଜିଟାଲ ଆଡ଼କୁ ଗତି କରୁଛି। କାରଣ ଯେତିକି ବି ଦେଶ ଉନ୍ନତି ପ୍ରଗତିରେ ଆଗେଇ ଚାଲିଛି, ସେମାନଙ୍କର ଶିକ୍ଷା ଏବଂ ଡିଜିଟାଲି କରଣ ଯୋଗୁଁ ସମ୍ଭବ ହୋଇ ପାରିଛି। ଆମ ଦେଶରେ ମଧ୍ୟ ଡିଜିଟାଲି କରଣକୁ ଗୁରୁତ୍ୱ ଦିଆଯାଉଛି। ସେଥିପାଇଁ ନରେନ୍ଦ୍ର ମୋଦି ବିଭିନ୍ନ ପ୍ରକାର ଯୋଜନା ଆରମ୍ଭ କରିଛି। ଆଜିକାଲି ପରିବା ଦୋକାନୀ ଠାରୁ ଆରମ୍ଭ କରି ବଡ଼ ବଡ଼ ଜାଗାରେ ମଧ୍ୟ ଡିଜିଟାଲ କରଣର ବ୍ୟବସ୍ଥା କରାଯାଇଛି। ସେଥିପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ସରକାର ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଡିଜିଟାଲ ହେଲଥ କାର୍ଡ଼ ଭଳି ବ୍ୟବସ୍ଥା କରିଛନ୍ତି। ଦେଶରେ ସମସ୍ତ ଜନସାଧାରଣ ଏହି ହେଲଥ କାର୍ଡ଼ ବନେଇବା ପାଇଁ କହିଛନ୍ତି। ତେବେ ବନ୍ଧୁଗଣ ଏହାର ଆବେଦନ ପ୍ରକ୍ରିୟା ଚାଲୁ ରହିଛି। ତେବେ ଆପଣ ମାନେ ଚାହିଁଲେ ଏହି ହେଲଥ କାର୍ଡ଼କୁ ନିଜ ଘରେ ବସି ମୋବାଇଲରେ ବନେଇ ପାରିବେ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା, ଏହି ହେଲଥ କାର୍ଡ଼ ବନେଇବାର ଶେଷ ତାରିଖ କେବେ, ଏଥିରେ କଣ ସବୁ ଲାଭ ମିଳିବ ଏବଂ କିପରି ମୋବାଇଲରେ ଆବେଦନ କରିବେ ଆପଣମାନେ ଜାଣିବେ ପାଇଁ ପାଇପାରିବେ;

ତେବେ ହେଲଥ କାର୍ଡ଼ ଆବେଦନ କରିବା ପୂର୍ବରୁ ଏହାର ଫାଇଦା ବିଷୟରେ ଜାଣି ରଖନ୍ତୁ। ଶରୀର ଅସୁସ୍ଥ ହେଲେ ହସ୍ପିଟାଲ ଗଲେ ଡାକ୍ତର ଆପଣଙ୍କୁ କାଗଜ ଆକାରରେ ଏକ ରିପୋର୍ଟ ଦେଇଥାନ୍ତି। ଆପଣ ମାନେ ଏହି ରିପୋର୍ଟ ସାଇତି ରଖି ଅନ୍ୟ ଡାକ୍ତର କିମ୍ବା ହସ୍ପିଟାଲ ଗଲେ ଦେଖାଇ ଥାନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ଏହି ହେଲଥ ID ବନେଇବା ପରେ ଆପଣ ମାନଙ୍କୁ ଆଉ କାଗଜ ଦେଖାଇବା ପାଇଁ ପଡିବ ନାହିଁ ଆପଣଙ୍କ ମୋବାଇଲରେ ଡିଜିଟାଲ ରୂପରେ ସମସ୍ତ ସ୍ୱାସ୍ଥ୍ୟଗତ ରିପୋର୍ଟ ସାଇତି ହୋଇ ରହିବ। ଆପଣ ଭାରତର ଯେକୌଣସି ହସ୍ପିଟାଲ ଗଲେ ମଧ୍ୟ ଆପଣଙ୍କ ହେଲଥ ରିପୋର୍ଟ ID ରେ ଦେଖାଇ ପାରିବେ।

ତେବେ ଆପଣ ମାନେ ଏହି ହେଲଥ କାର୍ଡ଼କୁ 2 ଟି ଉପାୟରେ ବନେଇ ପାରିବେ, ଆଧାର କାର୍ଡ ନମ୍ବର ଏବଂ ମୋବାଇଲ ନମ୍ବରରେ ଏହାକୁ ବନେଇ ପାରିବେ। ଆପଣ ମାନେ ପ୍ରଥମେ https://healthid.ndhm.gov.in/ ୱେବ୍ସାଇଟ୍ ରେ ଭିଜିଟ କରନ୍ତୁ, କ୍ରିଏଟ ହେଲଥ ID ଉପରେ କ୍ଲିକ କରନ୍ତୁ, ତାପରେ, ଆପଣ ଆଧାର ନମ୍ବର କିମ୍ବା ମୋବାଇଲ ନମ୍ବର କୁ ବାଛି ଆପଣଙ୍କ ସବୁ ଡିଟେଲ ଦେଇ ଏହି ID କୁ ବନେଇ ପାରିବେ ଆପଣଙ୍କ ନିଜ ମୋବାଇଲ ଫୋନରେ। ଏହାର କୌଣସି ଶେଷ ତାରିଖ ଆସି ନାହିଁ। କାରଣ ଏହା ଏକ ସରକାରଙ୍କ ତରଫରୁ ନୂଆ ପୋର୍ଟାଲ ଆରମ୍ଭ ହୋଇଛି। ଆପଣ ମାନେ ଏହି ହେଲଥ ID ଜଲ୍ଦି ବନାନ୍ତୁ ନିଜ ମୋବାଇଲ ଫୋନରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.