Swastik Tv News Odisha

ପୂର୍ବ ଶତୃତାକୁ କେନ୍ଦ୍ର କରି ବିଚ ରାସ୍ତାରେ ଯୁବକକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ…ଦେଖନ୍ତୁ ଭିଡିଓ

0

ସମାଜରେ ପ୍ରତିଦିନ ଅନୀତି,ଅତ୍ୟାଚାର ଓ ଅନ୍ୟାୟ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ,ମାଡ଼ପିଟ ଓ ହତ୍ୟା ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ଲୋକ ମାନେ ଅନ୍ୟାୟ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି। ସବୁବେଳେ କିଛି ନା କିଛି ଘଟଣା ଓ ଦୁର୍ଘଟଣା କରି ଚାଲିଥିବେ। ସମାଜରେ ଲୋକ ମାନେ ହିଂସ୍ର ପାଲଟିବା ସହିତ ଲୋକ ମାନଙ୍କୁ ଜୀବନରୁ ମାରିବା ପାଇଁ ମଧ୍ୟ ପଛ ଘୁଞ୍ଚା ଦେଉ ନାହାନ୍ତି। ଯାହାକି ଏହା ଏକ ଅପରାଧିକ କାର୍ଯ୍ୟ ଅଟେ। ସେମାନଙ୍କ ମନରେ ଭୟ ରଖୁ ନାହାନ୍ତି, ଯାହା ଫଳରେ କି ସେମାନେ ଏଭଳି କାର୍ଯ୍ୟ କରୁଛନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଜଣେ ଯୁବକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅନ୍ୟ ଜଣେ ଯୁବକଙ୍କୁ ରାସ୍ତା ଉପରେ ନିର୍ମମ ଭାବରେ ହତ୍ୟା କରିଛି ବୋଲି ସୂଚନା ରହିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ଏଭଳି କିଛି ଘଟଣା ଗଞ୍ଜାମ ଜିଲ୍ଲାର କୋଦଳା ରେଞ୍ଜର ବଙ୍ଗଳା ନିକଟରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, କୋଦଳା ଖଦଳା ସାହିର କାଳୁ ନାହକ ନାମକ ଜଣେ ଯୁବକ, ସେ ବଜାରରୁ ମାଂସ କିଣି ରାସ୍ତାରେ ଆସୁ ଥିବା ସମୟରେ, ଜଣେ ଯୁବକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୃତ ଡାକ ବଙ୍ଗଳା ନିକଟରେ ପ୍ରଥମେ ତାଙ୍କ ଆଖିକୁ ଲଙ୍କା ଗୁଣ୍ଡ ପକାଇବା ସହିତ ଓ ଏହା ପରେ ଲୁହାରଡ଼ ସାହାଯ୍ୟରେ ତାଙ୍କୁ ଆକ୍ରମଣ କରିଥିଲେ ଓ ଘଟଣା ସ୍ଥଳରେ ହିଁ ଯୁବକଙ୍କର ମୃତ୍ୟୁ ହୋଇ ଯାଇ ଥିଲା। ଏହି ଘଟଣା ଦେଖି ଅନ୍ୟ ଯୁବକ ଜଣେ ତାଙ୍କୁ ବଞ୍ଚେଇବାକୁ ଯାଇ ଥିବାରୁ, ତାଙ୍କୁ ମଧ୍ୟ ଆକ୍ରମଣ କରା ଯାଇ ଥିଲା ଓ ସେ ଗୁରୁତ୍ବର ଆହତ ହୋଇ ଯାଇଛନ୍ତି।

ସେଠାରେ ଥିବା ସ୍ଥାନୀୟ ଲୋକ ମାନେ ତାଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନେଇ ଭର୍ତ୍ତି କରିଥିଲେ ଓ ତାଙ୍କର ଚିକିତ୍ସା କରା ଯାଇଛି। ସ୍ଥାନୀୟ ଲୋକ ମାନେ ଏହି ଘଟଣା ଉପରେ ନ୍ୟାୟ ଦାବି କରି ମୁଖ୍ୟ ରାସ୍ତା ଉପରେ କାଠ ରଖି ଅବରୋଧ କରିଥିଲେ। ଏହି ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ କର୍ମଚାରୀ ମାନେ ଆସି ଘଟଣା ସ୍ଥଳରେ ଆସି ପହଁଛି ଯାଇ ଥିଲେ। ପୋଲିସଙ୍କ ଉପସ୍ଥିତିରେ ମଧ୍ୟ ସ୍ଥାନୀୟ ଲୋକ ମାନେ ଖୁବ ଜୋରରେ ରାଗି ଯାଇ ଥିବାରୁ ଅଭିଯୁକ୍ତଙ୍କ ଘର ଜାଳି ଦେଇଥିଲେ। ପୋଲିସ ଉତ୍ୟକ୍ତ ଲୋକ ମାନଙ୍କୁ ବୁଝା ସୁଝା କରିବା ପରେ ରାସ୍ତା ଅବରୋଧ ହଟି ଥିଲା। ପୋଲିସ ସମସ୍ତଙ୍କୁ ଜବତ କରି ପଠାଇବା ସହ ଥାନାରେ ଅଟକ ରଖି ତଦନ୍ତ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.