Swastik Tv News Odisha

୩ ବର୍ଷର ପିଲାକୁ ସାପ କାମୁଡ଼ିବା ପରେ ସେହି ନାଗ ସାପ କୁ କ୍ଷୀର, ଧୂପ ଦେଇ କଲେ ପୂଜା…ଦେଖନ୍ତୁ ଆଶ୍ଚର୍ଯ୍ୟ ଜନକ ଭିଡ଼ିଓ

0

ଆଜିର ଏହି ଅତ୍ୟାଧୁନିକ ଯୁଗରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ଯଥେଷ୍ଟ ଉନ୍ନତି ଘଟିଛି। ଆଉ ସେଥିପାଇଁ ମଣିଷ ନିଜକୁ ଖୁବ୍ ସଭ୍ୟ ଶିକ୍ଷିତ ଏବଂ ସଂସ୍କୃତି ସମ୍ପନ୍ନ ବି ମନେ କରୁଛି। ପୁନଶ୍ଚ ଗ୍ରହରୁ ଗ୍ରହାନ୍ତର ଯାତ୍ରାର ସାଫଲ୍ୟତା ମନରେ ସୃଷ୍ଟି କରୁଛି ଦୂର୍ଲଘ୍ୟ ପ୍ରାଚୀର ସମଗର୍ବ ଓ ଅହଙ୍କାର। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଜ୍ଞାନ ତାର ଅବଦାନ କୁ ମଣିଷ ସମାଜ ପାଇଁ ଜାରି କରି ରଖି ପାରିଛି।ଏହି ଡିଜିଟାଲ ଯୁଗରେ ଅନେକ କିଛି ଜିନିଷର ଉଦ୍ଭାବନ ଘଟୁଛି। ସେସବୁ ପାଇଁ ମନିଷ ବହୁତ ସୁବିଧା ମଧ୍ୟ ପାଇ ପାରୁଛି। ଅନେକ କଷ୍ଟ ସାଧ୍ୟ କାର୍ଯ୍ୟ ତା ପାଇଁ ସହଜ ହୋଇ ଯାଉଛି ଏବଂ ଅନେକ ଅସମ୍ଭବ କାମ ସମ୍ଭବ ବି ହୋଇ ପାରୁଛି।

କିନ୍ତୁ ଅନେକ ସମୟରେ ଦେଖିବା ପାଇଁ ମିଳୁଛି କି ବିଜ୍ଞାନ ର ଏତେ ଅଗ୍ରଗତି ପରେ ବି ଆଜିର ମଣିଷ ଅନ୍ଧବିଶ୍ୱାସ ର ବଶବର୍ତ୍ତୀ ହୋଇ କିପରି ସବୁ ଅଭାବନୀୟ ଘଟଣାକୁ ସୃଷ୍ଟି କରୁଛି। ଏହାଛଡ଼ା ବିଜ୍ଞାନ ର ସଦୁପଯୋଗ ଅପେକ୍ଷା ଦୁରୁପଯୋଗ ମଧ୍ଯ ଅଧିକ ମାତ୍ରାରେ ହେଉଛି। ଏଥିପାଇଁ ଲୋକେ ଅନେକ ସମୟରେ ଠକ ମାନଙ୍କର ଠକାମୀ ର ଶିକାର ହେଉଛନ୍ତି। ଅନେକ ସମୟରେ ଅନ୍ଧ ବିଶ୍ବାସର ଶିକାର ହୋଇ ମଣିଷର ଜୀବନ ମଧ୍ଯ ଚାଲି ଯାଉଛି।ଏହିପରି ଅନେକ ଘଟଣାର ଭିଡିଓ ଆମେ ଘରେ ରହି ଅନେକ ସମୟ ରେ ଦେଖିବା ପାଇଁ ପାଉଛୁ।ଆଉ ଅନେକ ଘଟଣା ସମ୍ପର୍କରେ ମଧ୍ୟ ଅବଗତ ହୋଇ ପାରୁଛୁ।

ସେହିପରି ଏକ ଅନ୍ଧବିଶ୍ୱାସ ର କରୁଣ ପରିଣତି ର ଦୃଶ୍ୟ ଏବେ ସାମ୍ନାକୁ ଆସିଛି, ଯେଉଁ ଘଟଣା ଘଟିଛି ଯାଜପୁର ଜିଲ୍ଲାରେ। ଏଠାରେ ଦେଖିବାକୁ ମିଳିଛି ଯେ ଗ୍ରାମର ଏକ ପିଲାକୁ ସାପ କାମୁଡି ବା ପରେ ଗ୍ରାମବାସୀ ମାନେ କାମୁଡି ଥିବା ସେହି ସାପଟିକୁ ଭଗବାନ ଭଳି ରଖି ପୂଜା କରୁଛନ୍ତି। ଏହାଛଡ଼ା କାମୁଡି ଥିବା ଏହି ସାପକୁ ସ୍ନେକ ହେଲ୍ପ ଲାଇନ କିମ୍ବା ବନ ବିଭାଗକୁ ହସ୍ତାନ୍ତର କରିବାକୁ ମଧ୍ଯ ନାରାଜ ଅଛନ୍ତି ଗ୍ରାମବାସୀ। ଯେତେବେଳେ ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଗାଁରେ ପହଂଚି ଥିଲେ ଏବଂ ସାପକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ସେତେବେଳ ଏହାକୁ ବିରୋଧ କରିଥିଲେ ଏହି ଗ୍ରାମର ଗ୍ରାମବାସୀ।

ବନବିଭାଗ ପକ୍ଷରୁ ସାପକୁ ଉଦ୍ଧାର କରିବାକୁ ଚେଷ୍ଟା କରା ଯାଇଥିଲା ଏବଂ ଗ୍ରାମବାସୀ ଙ୍କୁ ବୁଝାଇବାକୁ ସେମାନେ ଚେଷ୍ଟା କରିଥିଲେ।କିନ୍ତୁ ଗ୍ରାମବାସୀ ଅମଙ୍ଗ ହେବାରୁ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ତେବେ ସର୍ପାଘାତରେ ଗୁରୁତର ହୋଇଥିବା ଶିଶୁଟି କଟକରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଶେଷରେ ସାପଟିକୁ ବନ ବିଭାଗ କର୍ମଚାରୀ ଙ୍କ ଦ୍ଵାରା ଉଦ୍ଧାର କରା ଯାଇଛି ଏବଂ ହେଲ୍ପ ଲାଇନ ସଦସ୍ୟଙ୍କ ସୂଚନା ଅନୁସାରେ ସାପଟିକୁ ବରାଙ୍ଗ ଜଙ୍ଗଲରେ ଛଡା ଯିବ ବୋଲି କୁହା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.