Swastik Tv News Odisha

ଦୁର୍ଗା ପୂଜାରେ କରନ୍ତୁ ନାହିଁ ଏହି ( ୫ଟି ଭୁଲ ) ନଚେତ ସର୍ବନାଶ ହେବ

0

ନବରାତ୍ରୀର ଆରମ୍ଭ ହୋଇସାରିଛି , ଏବର୍ଷର ନବରାତ୍ରୀ 6 ଅକ୍ଟୋବର ବୁଧବାର ଠାରୁ ଆରମ୍ଭ ହୋଇ ସାରିଛି । ଏହା ଆସନ୍ତା 15 ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ପାଳନ କରାଯିବ , ହିନ୍ଦୁ ଧର୍ମରେ ଏହି ସମୟକୁ ବହୁତ ଖାସ୍ ବୋଲି କୁହାଯାଇଥାଏ । ନବରାତ୍ରୀର ଏହି 9 ଦିନରେ ଭକ୍ତମାନେ ମାଙ୍କୁ ପ୍ରସନ୍ନ କରିଥାନ୍ତି ଏବଂ ମା ପ୍ରସନ୍ନ ହୋଇ ତାଙ୍କର ସମସ୍ତ ଇଚ୍ଛାକୁ ପୂରଣ କରିଥାନ୍ତି । କିନ୍ତୁ ଅନେକ ଥର ଅଜାଣତରେ ଏମିତି କିଛି ଭୁଲ ହୋଇଯାଇଥାଏ , ଯାହାଦ୍ୱାରା ମା ଦୁର୍ଗା ଆମ ପୂଜାରେ ଅସନ୍ତୁଷ୍ଟ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ନବରାତ୍ରୀ ସମୟରେ ପୁରୁଷ ଓ ମହିଳା ମାନେ କଣ କଣ ସତର୍କତା ଅବଲମ୍ୱନ କରିବା ଉଚିତ ।

1. ମା ଙ୍କ ଆରୋଧନା ସମୟରେ ଖରାପ ଚିନ୍ତାଧାରା କରନ୍ତୁ ନାହିଁ :-

ମାଙ୍କର ଆରୋଧନା କରିବା ସମୟରେ ମନରେ କୌଣସି ପ୍ରକାରର ଆଶଙ୍କା ଏବଂ ର୍ଦୁଭାବନା ବିଲକୁଲ କରନ୍ତୁ ନାହିଁ । କାରଣ ଯାହାର ମନରେ ଆଶଙ୍କା ଓ ଦୁର୍ଭାବନା ଥାଏ ସେହି ମନ ଶାନ୍ତ ହୋଇପାରେ ନାହିଁ । ଅଶାନ୍ତ ମନରେ ପୂଜା କରିବା ଦ୍ୱାରା କୌଣସି ବି ଫଳ ମିଳି ନଥାଏ , ତେଣୁ ମନରେ ସର୍ବଦା ମା ଙ୍କ ପ୍ରତି ସମ୍ମାନର ଭାବନା ରଖନ୍ତୁ ।

2. ଅପଶବ୍ଦର ବ୍ୟବହାର କରନ୍ତୁ ନାହିଁ :-

ନବରାତ୍ରୀରେ କୌଣସି ପ୍ରକାରର ଅପଶବ୍ଦର ପ୍ରୟୋଗ ଅଥବା ଗାଳିଦେବା କିମ୍ୱା ମିଛ କହିବା ବା ଚୁଗଲି କରିବା ଆଦି ଖରାପ ଶବ୍ଦ ମୁହ ରୁ ବାହାର କରନ୍ତୁ ନାହିଁ । କାରଣ ମୁହଁ ରେ ଆମେ ମାତାଙ୍କର ପବିତ୍ର ନାମ ସ୍ମରଣ ଏବଂ ମନ୍ତ୍ର ଜପ ଆଦି କରିଥାଉ । ତେଣୁ ମୁହଁ ରି ବାହାରୁଥିବା ପ୍ରତ୍ୟେକ ଶବ୍ଦ ପବିତ୍ର ହେବା ଦରକାର ଅଟେ ।

3. ଆମିଷ ବା ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ :-

ନବରାତ୍ରୀରେ କୌଣସି ପ୍ରକାର ନିଶାଦ୍ରବ୍ୟ କିମ୍ୱା ଆମିଷ ସେବନ କରିବା ଅନୁଚିତ ହୋଇଥାଏ । କାରଣ ଏହା ଦ୍ୱାରା ମଣିଷ ତାର ମନ ଓ ମସ୍ତିଷ୍କ ଉପରେ ନିୟନ୍ତ୍ରଣ ରହି ନଥାଏ । ସେଥିପାଇଁ ଆପଣ ଯଥାସମ୍ଭବ ସାତ୍ତ୍ୱିକ ଆହାର ଖାଇବାପାଇଁ ଚେଷ୍ଟା କରନ୍ତୁ ।

4. କଳସ କିମ୍ୱା ଅଖଣ୍ଡ ଦୀପକୁ ଛାଡିକରି ଯାଆନ୍ତୁ ନାହିଁ :-

କଳସ କିମ୍ୱା ଅଖଣ୍ଡ ଦୀପ କୁ ଘରେ ରଖୁଛନ୍ତି , ତେବେ ତାହାକୁ ଛାଡି କରି କିମ୍ୱା ଘରକୁ ବନ୍ଦ କରି କୁଆଡେଁ ଯିବା ଅନୁଚିତ ହୋଇଥାଏ । ଯଦି କୌଣସି ପଶୁ ପକ୍ଷୀର ଧକ୍କାରେ ଏହା ପଡିଯାଏ ତ ଏହା ଆମ ପାଇଁ ବହୁତ ବଡ ବିପଦ ଆଣିପାରେ । କାରଣ ଏଥିରା ମା ବିରାଜ ମାନ କରିଥାନ୍ତି ।

5. ଦିନରେ ଶୁଅନ୍ତୁ ନାହିଁ :-

ଦିନରେ ଆଦୌ ଶୁଅନ୍ତୁ ନାହିଁ , କାରଣ ଶ୍ରୀବିଷ୍ଣୁ ପୁରାଣ ଅନୁସାରେ ନବରାତ୍ରୀର ସମୟରେ ଦିନରେ ଶୋଇବା ବର୍ଜିତ ଅଟେ । ଏହାଛଡା ମହିଳା ମାନଙ୍କର ମାସିକ ଧର୍ମ ସମୟରେ ମନ୍ଦିର ଇତ୍ୟାଦି ଧର୍ମ ସ୍ଥାନ କୁ ଯିବା ଆନୁଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.