Swastik Tv News Odisha

Bastu Tips – ହଳଦୀ ଡବାରେ ପକାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ, ମା ଲକ୍ଷ୍ମୀ ବର୍ଷାଇବେ ପୁଳା ପୁଳା ଧନ

0

ମଣିଷ ଜୀବନରେ ସର୍ବଦା ଦୁଃଖ ସୁଖ ଲାଗି ରହିଥାଏ , ଏହାସବୁ କୁ ସହ୍ୟ କରି ମଣିଷକୁ ଆଗକୁ ବଢିବା ପାଇଁ ପଡିଥାଏ । କାରଣ ଭଗବାନ ହିଁ ଜଣେ ବ୍ୟକ୍ତି ଯିଏକି ଏ ସଂସାରରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥାନ୍ତି । କିନ୍ତୁ ଆଜିର ଦିନରେ ଟଙ୍କାର ମୂଲ୍ୟ ଏତେ ମାତ୍ରାରେ ବଢି ଯାଇଛି , ତା ସାମ୍ନାରେ ସମ୍ପର୍କ ମୂଲ୍ୟହୀନ ହୋଇ ପଡିଛି । ଏମିତି ଅନେକ ବ୍ୟକ୍ତି ରହିଛନ୍ତି , ଯେଉଁମାନ ଙ୍କର ଟଙ୍କା ପଇସାରେ ଅଭାବ ରହି ନଥାଏ । କିନ୍ତୁ ଏମିତି ଏକ ପରିସ୍ଥିତି ଆସିଥାଏ , ଯାହା ସେମାନଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ଅନେକ ପ୍ରକାର ସମସ୍ୟା ମାନ ମଧ୍ୟ ଦେଖାଯାଇଥାଏ ।

ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ଲୋକମାନେ ଅନେକ ପ୍ରକାର ଉପାୟ ମାନ ମଧ୍ୟ କରିଥାନ୍ତି କିନ୍ତୁ ସେଥିରେ କିଛି ଲାଭ ମିଳି ନଥାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ସହଜ ଉପାୟ ବିଷୟରେ ଜଣେଇବୁ , ଯାହାକୁ ଆପଣ ମାନେ କରିବା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଦୂରେଇ ଯିବ । ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସଦା ସର୍ବଦା ରହିବ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଟି ବିଷୟରେ ।

ଆପଣ ମାନଙ୍କ ରୋଷେଇ ଘରେ ନିଶ୍ଚିତ ରୂପେ ହଳଦୀର ବ୍ୟବହାର କରିଥିବେ , ଏହା ଖାଦ୍ୟର ରଙ୍ଗ ହେବା ପାଇଁ ବ୍ୟବହାର କରାଯାଏ । ହଳଦୀର ସେବନ କରିବା ଦ୍ୱାରା ଅନେକ ରୋଗ ମଧ୍ୟ ଦୂର ହୋଇଥାଏ । ଚିମୁଟାଏ ହଳଦୀ ବୁନ୍ଦା ଆମ ଜୀବନରେ ଅନେକ ଅସୁବିଧାକୁ ଠିକ୍ କରି ଦେଇଥାଏ , ବିଗିଡି ଯାଇଥିବା କାମକୁ ମଧ୍ୟ ସଜାଡି ଦେଇଥାଏ । ଏହି ହଳଦୀ ଆମ କୁଣ୍ଡଳୀର ବୃହସ୍ପତ୍ତି ଅଟେ ଏବଂ ଆମର ସମସ୍ତ ସମସ୍ୟାକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ । ହଳଦୀର ତିଳକ ପ୍ରତିଦିନ ମୁଣ୍ଡରେ ଲଗାଇ ବାହାରକୁ ଗଲେ ଯଶ ସମ୍ମାନ ଆଦି ବୃଦ୍ଧି ପାଇଥାଏ ।

ଗାଧୋଇ ସାରିବା ପରେ ପ୍ରତିଦିନ ଅଳ୍ପ ହଳଦୀ ନେଇ ଶ୍ରୀହରୀ ଙ୍କ ଚରଣରେ ଲଗାନ୍ତୁ , ଏହାପରେ ସେହି ହଳଦୀକୁ ନେଇ ମଥାରେ ଏବଂ ବେକରେ ଲଗାନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କର ବିଜୟ ଚାରି ଦିଗରୁ ହୋଇଥାଏ । ଯଦି ଆପଣ ମାନଙ୍କ ଘରେ ନକରାତ୍ମକ ଶକ୍ତିର ପ୍ରଭାବ ରହିଥାଏ , ତେବେ ଆପଣ ମାନେ ଆପଣ ମାନଙ୍କର ଘର ଚାରିପଟେ କରିଥିବା ପାଚେରୀ ରେ ହଳଦୀର ରେଖା ଟାଣି ଦେବେ ।

ଏହା କରିବା ଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରି ପାରେ ନାହିଁ । ଯଦି ଆପଣ କୌଣସି ଭଡା ଘରେ ରହୁଛନ୍ତି ତେବେ ଆପଣ ମାନେ ଘରର ମୁଖ୍ୟ ଦ୍ୱାରରେ ହଳଦୀ ଲଗାଇ ପାରିବେ । ଏହା କରିବା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହେବ ଏବଂ ଆର୍ଥିକ ସ୍ଥିତି ସୁଦୃଢ ହେବ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.