Swastik Tv News Odisha

ଟ୍ରାଫିକ ନିୟମ ଉଲ୍ଲଙ୍ଘନ ନେଇ ପୋଲିସ୍ ଓ ଯୁବକ ମଧ୍ୟରେ ଚାଲିଥିବା ଯୁକ୍ତିତର୍କ ର ଭିଡିଓ ହେଲା ଭାଇରାଲ ଯାହାକୁ ଲୋକ ସେୟାର କରିବାରେ ଲାଗିଛନ୍ତି

0

ସାଧାରଣ ଜନତା ଏବଂ ପୋଲିସ୍ କର୍ମଚାରୀ ଙ୍କ ଭିତରେ ଅନେକ ସମୟରେ କିଛି କଥାକୁ ନେଇ ଯୁକ୍ତିତର୍କ ହେବାର ଘଟଣା ବିଷୟରେ ତ ଆପଣ ଜାଣିଥିବେ। ଅନେକ ସମୟରେ ଏଭଳି ଘଟଣାର ଦୃଶ୍ୟ ଆମ ସାମ୍ନାକୁ ଆସିଥାଏ। କେତେବେଳେ ଭୁଲ୍ କରି ମଧ୍ଯ କିଛି ଲୋକେ ପୋଲିସ୍ ସହ ଯୁକ୍ତିତର୍କ କରିଥାନ୍ତି ଏବଂ ଆଉ କେତେବେଳେ ପୋଲିସ୍ ର ଦାଦାଗିରି ସାଧାରଣ ଲୋକଙ୍କ ଉପରେ କିପରି ଭାରି ପଡ଼ିଥାଏ ତାହା ଦେଖିବାକୁ ମିଳିଥାଏ। ତେବେ ଏଭଳି ଘଟଣା ସଂପର୍କରେ ଆପଣ ଅନେକ ସମୟରେ ଅବଗତ ହୋଇଥିବେ।

କରନା ମାହାମାରି ସମୟରେ ଏବଂ ପରିବହନ ବିଭାଗ ତରଫରୁ ଟ୍ରାଫିକ ନିୟମ କଡାକଡି ହେବାପରେ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି।ତେବେ ସେହିପରି ଏକ ଘଟଣା ଏବେ ପୁଣି ସାମ୍ନାକୁ ଆସିଛି, ଯେଉଁ ଘଟଣାରେ ପୋଲିସ୍ ଏବଂ ସାଧାରଣ ଜନତା ଭିତରେ ଏକ ବଡ ଧରଣର ପାଟି ତୁଣ୍ଡ ଏବଂ ଯୁକ୍ତି ତର୍କ ହୋଇଥିବା ଦେଖିବାକୁ ମିଳିଛି। ତେବେ ଏହି ଘଟଣାଟି ଘଟିଛି ପାଟନା ରେ। ଏଠାରେ ପୋଲିସ୍ କର୍ମଚାରୀ ଜଣଙ୍କ ସହିତ ହେଉଥିବା ଜଣେ ବ୍ୟକ୍ତିଙ୍କ ଯୁକ୍ତି ତର୍କ କିପରି ଭାବରେ ହୋଇଛି ତାହା ଥରେ ଆପଣ ଦେଖନ୍ତୁ।

ଯାହା ଏହି ଭିଡିଓ ରୁ ଜଣା ପଡୁଛି ଯେ ଟ୍ରାଫିକ ନିୟମରେ କିଛି ଅବମାନନା ପାଇଁ ପୋଲିସ୍ କର୍ମଚାରୀ ଜଣଙ୍କ ଜଣେ ଯୁବକଙ୍କ ସହିତ ପାଟିତୁଣ୍ଡ କରୁଛନ୍ତି ଏବଂ ଏହି ସମୟର ଦୃଶ୍ୟକୁ ଏହି ଯୁବକ ଜଣଙ୍କ କ୍ୟାମେରା ରେ ରେକର୍ଡ କରୁଛନ୍ତି। ଆଉ ଏହି ସଂପୂର୍ଣ୍ଣ ଘଟଣାକୁ କେହି ଜଣେ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତି ସୁଟ କରିଛନ୍ତି।


ତେବେ ଯୁବକ ଜଣଙ୍କ କହିବା କଥା ଯେ ତାଙ୍କ ଉପରକୁ କାହିଁକି ପୋଲିସ୍ କର୍ମଚାରୀ ଜଣଙ୍କ ହାତ ଉଠେଇଲେ।ସେ କଣ ପାଇଁ ଜଣେ ଲୋକ ଉପରେ ଏମିତି ବ୍ୟବହାର ଦେଖାଇଲେ।ଏହା ସହ ପୋଲିସ୍ ବାବୁ ଜଣଙ୍କ ଯୁବକଙ୍କ ଯୁକ୍ତି ତର୍କ ରେ ଏପରି ଭାବରେ ରାଗି ଯାଇଛନ୍ତି ଯେ ସେ ଯୁବକଙ୍କୁ ପେଲି ଦେଉଥିବା ଦେଖିବାକୁ ମିଳୁଛି।ଏହାସହ ସେ ଯୁବକଙ୍କୁ ଗାଳି ଦେଉଥିବା ମଧ୍ଯ ଯୁବକ କହିଛନ୍ତି। ତେବେ କେଉଁ କାରଣରୁ ସେ ଏପରି ବ୍ଯବହାର ଦେଖାଇ ଲୋକଙ୍କ ଉପରେ ହାତ ଉଠାଇବେ ଏହାକୁ ନେଇ ସେ ପ୍ରଶ୍ନ କରିଛନ୍ତି।ସେ ଏହି ଘଟଣାର ଭିଡିଓ କୁ ରେକର୍ଡ କରୁଥିବା ଦେଖି ପୋଲିସ୍ କର୍ମଚାରୀ ଯିଏକି ଜଣେ ସବ ଇନିସପେକଟର ବୋଲି କହିଛନ୍ତି ଏବଂ ଜଣେ ଟ୍ରାଫିକ ପୋଲିସ୍ ଯୁବକଙ୍କ କ୍ୟାମେରା କୁ ଛଡ଼ାଇବାକୁ ଏବଂ କ୍ୟାମେରା କୁ ବନ୍ଦ କରିବାକୁ କହୁଛନ୍ତି। ଏଭଳି ଭାବରେ ଅନେକ ସମୟ ଧରି ସେଠାରେ ଏକ ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। କିଛି ସମୟ ପରେ ଏହି ଘଟଣାଟି ସ୍ବାଭାବିକ ହୋଇଥିବା ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.