Swastik Tv News Odisha

ବୀଚ ରାସ୍ତାରେ ଯୁବତୀଙ୍କ ହାଇଡ୍ରାମା ! ସୋସିଆଲ ମିଡ଼ିଆରେ ନିଆଁ ଭଳି ଭାଇରାଲ…ଦେଖନ୍ତୁ Viral ଭିଡ଼ିଓ

0

ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ, ଯେ ବର୍ତ୍ତମାନ ସମୟରେ ପୁରୁଷ ଓ ନାରୀ ମଧ୍ୟରେ କୌଣସି ବି ତଫାତ ନାହିଁ। ସମାଜରେ ନାରୀ ମାନେ ପୁରୁଷଙ୍କ ଭଳି କାର୍ଯ୍ୟ କରୁଛନ୍ତି, ସେମାନେ କାହାରିକୁ ଖାତିର କରୁ ନାହାନ୍ତି। ଏବଂ ସେମାନେ ଆଇନକୁ ମଧ୍ୟରେ ଡରୁ ନାହାନ୍ତି। ସମାଜରେ କିଛି ନିୟମ କାନୁନ ରହିଛି ବୋଲି ସେମାନଙ୍କୁ ମଧ୍ୟ ଜଣା ନାହିଁ। ଯାହା ଫଳରେ କି ସେମାନେ ଭିନ୍ନ ଭିନ୍ନ କାଣ୍ଡ କରି ବସୁଛନ୍ତି। ଅନେକ ସମୟରେ ଆପଣ ମାନେ ଦେଖିଥିବେ ଯେ ପୋଲିସ ସହିତ ଲୋକଙ୍କ ମୁହାଁ ମୁହିଁ, ଏଭଳି ଘଟଣା ପ୍ରତିଦିନ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବ। ତେବେ ଘଟଣାଟି ହେଉଛି ଜଣେ ଯୁବତୀ ରାସ୍ତାରେ କୋଭିଡ଼ ଗାଇଡ଼ ଲାଇନ ନ ମାନି ପୋଲିସ ସହିତ ଯୁକ୍ତି କରୁଥିବା ନଜର ଆସିଥାନ୍ତି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ଏଭଳି ଘଟଣା ମଧ୍ୟପ୍ରଦେଶର ସିଦ୍ଧ ଜିଲ୍ଲାରେ ଘଟି ଥିବାର ସୂଚନା ମିଳିଛି । ତେବେ ସୂଚନା ଅନୁସାରେ ଶୁକ୍ରବାର ଦିନ କାର ଚଳାଉ ଥିବା ଜଣେ ଝିଅ ବିନା ମାସ୍କରେ ଥିବା ଦେଖି ପୋଲିସ ତାଙ୍କୁ ଅଟକାଇଥିଲେ। ଏହା ପରେ ଯୁବତୀ ଜଣକ ଯୁକ୍ତିତର୍କ ଆରମ୍ଭ କରିଥିଲେ। ତେବେ ଗୋଟିଏ ପଟେ କରୋନା ଗାଇଡଲାଇନର ଉଲ୍ଲଂଘନ କରିଛନ୍ତି, ତୋ ଅନ୍ୟ ପଟେ ତାଙ୍କ କାରର ଝରକା ବୁଲେଟ ପୃଫ କଳା ଗ୍ଲାସ ମଧ୍ୟ ଲଗାଯାଇଥିଲା। ଯଦି କଥା କହିବା ଏହି କାର ଉତ୍ତରପ୍ରଦେଶ ନମ୍ବରରେ ପଞ୍ଜିକୃତ ହୋଇଛି, ବୋଲି ଜଣାପଡିଛି।

ତେବେ ଝିଅଟିର କହିବା କଥା ଯେ ତାଙ୍କ ଘର ଅଳ୍ପ ଦୂରରେ ଥିଲା ସେ କାଗଜ ପତ୍ର ନେଇ ଆସିବା କଥା କହିଥିବା ଯୋଗୁଁ ପୋଲିସର ଇଗୋ ଆଘାତ ହୋଇଛି। ତେଣୁ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ତେବେ ଯୁବତୀ ଜଣକ ସ୍ଥାନୀୟ ବିଜେପି ନେତାଙ୍କ ଝିଅ ବୋଲି ଜଣାପଡିଛି। ଏହି ହାଇ ଭୋଲଟେଜ୍ ଡ୍ରାମା ପରେ ପୋଲିସ 600 ଟଙ୍କା ମୂଲ୍ୟର ଚାଲାଣ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ସୂଚନା ଅନୁଯାୟୀ, ଏହି ଘଟଣା ସିଦ୍ଧିର ଜାମୋଡି ନ୍ୟୁ ବସ୍ ଷ୍ଟାଣ୍ଡ ତିରାହେରୁ ଆସିଛି। ଯୁବତୀ ଉପରେ ଉପରେ ଦୃଡ଼ କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରାଯାଇଛି। ଏପଟେ ମିଡିଆରେ ଯୁବତୀ ଜଣକ ନିଜର ପ୍ରତିକ୍ରିୟା ଦେଇଛନ୍ତି। ପୋଲିସର କହିବା କଥା ଯେ ଯୁବତୀ ଜଣକ ଅତି ଗର୍ଵରେ ଦମ୍ଭରେ ସହିତ ଯୁକ୍ତି ତର୍କ କରିଥିଲେ। ତେବେ ଏଭଳି ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.