Swastik Tv News Odisha

ଫିଲ୍ମ ଷ୍ଟାଇଲରେ ବିଷାକ୍ତ କୋବ୍ରା ଦ୍ୱାରା ପତ୍ନୀଙ୍କୁ ହତ୍ୟା କଲା ନୃଶଂସ ସ୍ୱାମୀ, ପୁରା ଖବର ଜାଣିଲେ ହେବେ ଆଶ୍ଚର୍ଯ୍ୟ….

0

ମଣିଷ ସର୍ବଦା କିଛି ନା କିଛି ଭୁଲ କରିଥାଏ ଏବଂ ସେହି ଭୁଲ କୁ ମଧ୍ୟ ସୁଧାରି ଥାଏ , କିନ୍ତୁ ଏଭଳି ଭୁଲ ଯାହା ସୁଧାରିବା କେବେ ସମ୍ଭବ ହୋଇ ନଥାଏ । ସେମିତି ଏକ ଘଟଣା ଘଟିଛି , ଯାହା ଆପଣ ମାନେ ଶୁଣିବା ମାତ୍ରେ ଭରସା କରିବା ତ ଦୂରର କଥା ନିଜ ଲୋକକୁ ବି ସନ୍ଦେହ ଘେରକୁ ଟାଣିଆଣିବେ ପ୍ରତି ଟି ପରିସ୍ଥିତି ରେ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ ।

କେରଳ ର ଜଣେ 28 ବର୍ଷୀୟ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ବିଷାକ୍ତ କୋବ୍ରା ଦ୍ୱାରା କରି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସ୍ୱରାଜ ଏସ୍ କୁମାର ଙ୍କୁ କୋଲାମ ଅତିରିକ୍ତ ଅଧିବେଶନ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଯାହା ଏକ ସ୍ଥାନୀୟ ୱେବସାଇଡ ରୁ ଜଣା ପଡିଛି , କୋର୍ଟ ଏକଥା ମଧ୍ୟ କହିଥିଲେ କି ସାପ ଦ୍ୱାରା ହତ୍ୟା ଯାହା ଏକ ବିରଳ ରୁ ବିରଳ ଘଟଣା । 2020 ମେ 7 ତାରିଖ ଏ ଘଟଣା ଟି ଘଟିଥିଲା , ଆଙ୍କଲ ସ୍ଥିତ ପିତାମାତାଙ୍କ ସହିତ ଶୋଇଥିବା ବେଳେ ବିଷଧର ସାପ କାମୁଡିବା ଦ୍ୱାରା ମୃତ୍ୟୁ ହୋଇଥିଲା । ଅଭିଯୁକ୍ତ କୁମାର ଜଣେ ବ୍ୟାଙ୍କ କର୍ମଚାରୀ ଅଟନ୍ତି ଏବଂ ପତ୍ନୀଙ୍କ ନାମ ଥିଲା ଉଥ୍ରା ଏବଂ ଯାହାଙ୍କ ବୟସ ହେବ 25 ବର୍ଷ ।

ଏ ଦମ୍ପତ୍ତି ଙ୍କର ଏକ ବର୍ଷର ପୁଅ ମଧ୍ୟ ଥିଲା , କୁହାଯାଉଛି କୁମାର ତାଙ୍କ ପତ୍ନୀଙ୍କୁ ମରିବା ଉଦ୍ଧେଶ୍ୟରେ ସାପ ଧରାଳୀଙ୍କ ଠାରୁ କୋବ୍ରା କ୍ରୟ କରି ତାଙ୍କ ନିକଟକୁ ଛାଡିଥିଲେ । ପରଦିନ ସକାଳେ କୁମାର ଯିଏକି ଉଠିଯାନ୍ତି , ସେଦିନ ସେ ଶୀଘ୍ର ଉଠି ବାହାରକୁ ଯାଇଥିଲେ । କିନ୍ତୁ ଉଥ୍ରା ଉଠିଲେ ନାହିଁ , ତାଙ୍କ ମାଆ ଉଥ୍ରାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ପଡିଥିବାର ଦେଖିଲେ । ପରେ ସାପଟିକୁ ପାଇଁ ହତ୍ୟା କରାଯାଇଥିଲା । ପୋଲିସ ମାମଲାର ତଦନ୍ତ କରିଥିଲେ ଏବଂ ଉଥ୍ରାଙ୍କ ମୃତ୍ୟୁ କୁ ନେଇ ତାଙ୍କ ମା କହିଥିଲେ କି ରାତିରେ ଉଥ୍ରା ଏବଂ କୁମାର ରାତ୍ରୀ ଭୋଜନ ପରେ ନିଜ କୋଠରୀକୁ ଯାଇଥିଲେ ।

କୋଲାମ ଗ୍ରାମୀଣ ପୋଲିସ ବିଭାଗର ସହକାରୀ ଇନସ୍ପେକ୍ଟର ଏସ୍ ହରିଶଙ୍କର କହିଛନ୍ତି , କିମାର ଙ୍କ ଫୋନ ସର୍ଚ୍ଚ କରିବା ପରେ ଅନୁସନ୍ଧାନକାରୀ ମାନେ ପ୍ରମାଣ ପାଇଥିଲେ ଯେ ଉଥ୍ରାଙ୍କୁ କାମୁଥିବା ସାପ ଉପରେ ଅନୁସନ୍ଧାନ କରିଥିଲେ । ଡିଏନେ ରୁ ପ୍ରାମାଣ ହୋଇଛି , ଯେଉଁ ସାପ ଉଥ୍ରାଙ୍କୁ କାମୁଡିଥିଲା ସେହି ସାପକୁ ସାପ ଧରାଳୀଙ୍କ ଠାରୁ ଆଣିଥିଲେ । ସାପ କାମୁଡିବା ଯନ୍ତ୍ରଣା ଦାୟକ ଶୋଇବା ସମ୍ଭବ ନୁହେଁ , ମାତ୍ର ଉଥ୍ରାଙ୍କ ମୃତ୍ୟୁ ବେଳେ କିଛି ଜଣା ପଡି ନଥିଲା ।

ପୋଷ୍ଟମୋଟମ୍ ରୁ ଜଣାପଡିଥିଲା ଯେ ଉଥ୍ରାଙ୍କୁ ସେଣ୍ଟ୍ରିଜେନ ସହ ଡ୍ରଗ୍ସ ମଧ୍ୟ ଦିଆଯାଇଥିଲା । ମାମଲାକୁ ଦେଖି କେରଳ ପୋଲିସ କୋବ୍ରା ଏବଂ ଜମି ବ୍ୟବହାର କରି ଘଟଣାକୁ ପୁଣିଥରେ ନିର୍ମାଣ କରିବାକୁ ଚେଷ୍ଟା କରିଥିଲା । କୁମାର ଏକ ମାତ୍ର ବ୍ୟକ୍ତି ଯିଏକି ଉଥ୍ରାଙ୍କ ମୃତ୍ୟୁ ସମୟରେ ତାଙ୍କ ପାଖରେ ଥିଲେ , ତେବେ ଏଭଳି ଏକ ପରିସ୍ଥିତି ରେ ନିଜ ଲୋକଙ୍କୁ ମଧ୍ୟ ବିଶ୍ୱାସ କରିବା ବହୁତ କଷ୍ଟକର ହୋଇପଡୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.