Swastik Tv News Odisha

ପ୍ରେମିକାକୁ ଦେଖା କରିବାକୁ ଯିବାବେଳେ ହେଲା ଦୁର୍ଘଟଣା, ଡାକ୍ତରଙ୍କୁ କାଟିବାକୁ ପଡିଲା ଯୁବକଙ୍କ ପ୍ରାଇଭେଟ ପାର୍ଟ, ଆଉ ତା ପରେ…

0

ଦୁର୍ଘଟଣା ଆଜିକାଲି କୌଣସି ନୂଆ କଥା ନୁହଁ। ଅନେକ ସମୟରେ ଆପଣ ଦୁର୍ଘଟଣା ଜନିତ ଖବର ସଂସ୍ପର୍ଶରେ ଆସୁଥିବେ। କିଛି ଦୁର୍ଘଟଣା ରେ ନିଜର ଜୀବନ ଚାଲି ଯାଇଥାଏ ତ ପୁଣି କିଛି ଦୁର୍ଘଟଣା ଆମକୁ ଜୀବନ ସାରା ପଙ୍ଗୁ କରିଦିଏ। ତେବେ ଯଦି ନିଜର ଭୁଲ୍ ଏବଂ ଖାମଖିଆଲ ଜୀବନଶୈଳୀ ପାଇଁ ହୋଇଥାଏ ତେବେ ଏହା ଏକ ଅଜଣା ଘା ସୃଷ୍ଟି କରିଥାଏ। ଦୁର୍ଘଟଣା କେତେବେଳେ କାହା ଉପରକୁ ମାଡ଼ି ଆସିବ ତାହା କେହି ଜାଣି ନଥାନ୍ତି। ତେଣୁ କେତେବେଳେ କାହା ସହିତ କଣ ଘଟିବ ତାହା ତ କହିବା ସମ୍ଭବ ନୁହେଁ। କିନ୍ତୁ ଆକସ୍ମିକ ମୃତ୍ୟୁ ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ ନିଶ୍ଚିତ ଭାବରେ ଦୁଃଖ ଦାୟକ ଅଟେ।

ମଦ୍ୟପାନ କରି ଗାଡ଼ି ନଚଲାଇବା ପାଇଁ ଲୋକଙ୍କୁ ଅନେକ ସଚେତନ କରା ଯାଉଥିଲେ ବି ଏହାକୁ ଅନେକ ବେଖାତିର କରି ନିଶାସକ୍ତ ହୋଇ ଦ୍ରାଇଭିଙ୍ଗ କରି ନିଜର ବିପଦକୁ ଟାଣି ଆଣୁଛନ୍ତି। ତେବେ ଯେକୌଣସି ବି ଦୁର୍ଘଟଣା ହେଉ ନା କାହିଁକି ଏହା ମଣିଷକୁ ଭାଙ୍ଗି ଦେଇଥାଏ।ତେବେ ସମୟକ୍ରମେ ଆପଣ କିଛି ଏପରି ଘଟଣା ମାନ ଦେଖିବାକୁ ପାଉଥିବେ ଯାହା ଆପଣଙ୍କୁ ଆଶ୍ଚର୍ୟ୍ଯ ଲାଗିବା ସହିତ ଏକ ଭୟ ସୃଷ୍ଟି କରିଥାଏ ଏବଂ ଭାବିବାକୁ ବାଧ୍ୟ କରିଥାଏ ଯେ ସତରେ କଣ ଏମିତି ବିପଦ ଆସିପାରେ। ଆଉ ଏହା ସମସ୍ତଙ୍କୁ ଗଭୀର ଦୁଃଖ ଭିତରକୁ ମଣିଷ ଠେଲି ଦେଇଥାଏ।

ତାହା ହଠାତ୍ ଏମିତି ଘଟିଯାଏ ଯେ ଆମେ ସେ ବିଷୟରେ ଭାବିବା ପାଇଁ ମଧ୍ଯ ସମୟ ପାଇ ନଥାଉ। କାରଣ ହଠାତ୍ ଅଜାଣତରେ ଅଚାନକ ଭାବରେ ଏପରି କିଛି ଘଟଣା ଘଟି ଯାଇଥାଏ। ସେହିପରି ଏକ ଘଟଣା ଏବେ ନିକଟରେ ଘଟିଛି ଯାହା ସେହିପରି ନିଶାସକ୍ତ ହୋଇ ଗାଡ଼ି ଚଲାଇବା ଯୋଗୁଁ ଘଟିଛି।ଯେଉଁ ଘଟଣା ଏବେ ସେୟାର ହେବାରେ ଲାଗିଛି, ତାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।ଏହି ଘଟଣାରେ ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ଦେଖା କରିବା ପାଇଁ ଯାଉଥିବା ସମୟରେ ମଦ୍ୟପାନ କରି ଗାଡ଼ି ଚଳାଉ ଥିବା ବେଳେ ଆକସ୍ମିକ ଦୁର୍ଘଟଣା ର ଶିକାର ହୋଇ ନିଜର ପ୍ରାଇଭେଟ୍ ପାର୍ଟ କୁ ହରାଇଛନ୍ତି।

ତେବେ ଏହି ଦୁର୍ଘଟଣା ଏବେର ନୁହଁ ଏହା ୨୦୧୪ ମସିହାର ଅଟେ।ଏହି ଦୁର୍ଘଟଣାରେ ଶିକାର ହୋଇଥିବା ଯୁବକ ହେଉଛନ୍ତି ଆମେରିକାର ପଲ୍ ବେରୀ, ସେତେବେଳେ ତାଙ୍କ ବୟସ ୨୯ ବର୍ଷ ହୋଇଥିଲା। ସାଙ୍ଗ ମାନଙ୍କ ସହ ମଦ୍ୟପାନ କରିବା ପରେ ସେ ଗାଡ଼ି ଚଲାଇ ପ୍ରେମିକାଙ୍କୁ ଦେଖା କରିବାକୁ ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ ଯେଉଁଥିରେ ତାଙ୍କ ଉପରେ କାର ଓଲଟି ପଡିଥିଲା ଏବଂ ତାଙ୍କର ନାକ, ବେକ, ପିଚା ଏବଂ ମୁହଁ ଭାଙ୍ଗି ଯାଇଥିଲା। ସବୁଠାରୁ ବଡ କଥା ହେଲା ଏହି ଦୁର୍ଘଟଣାରେ ତାଙ୍କର ପ୍ରାଇଭେଟ୍ ପାର୍ଟକୁ ଡାକ୍ତରଙ୍କୁ କାଟିବାକୁ ପଡ଼ିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.