Swastik Tv News Odisha

ଲାଗୁ ହେଲା ନୂଆ ନିୟମ, କାମ କରୁନଥିବା ସରପଞ୍ଚଙ୍କୁ ଯେକୌଣସି ମୁହୂର୍ତରେ ଗାଦିରୁ ବିଦା କରି ପାରିବେ ଭୋଟର, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

0

ଗ୍ରାମପଞ୍ଚାୟତର ମୁଖ୍ୟ ସରପଞ୍ଚ ଅଟନ୍ତି ଓ ସେମାନଙ୍କୁ ଲୋକ ମାନେ ଭୋଟ ଦେଇ ଜିତାଇ ଥାଆନ୍ତି। ସେହି ଭୋଟରେ ଜିତିବା ପରେ ଏକ ଶପଥ ପାଠ କରା ଯାଇଥାଏ, ଯେଉଁଥିରେ ସେମାନେ ଗାଁ ଲୋକ ମାନଙ୍କର ଦୁଃଖ ଓ କଷ୍ଟକୁ ବୁଝିବା ପାଇଁ ଶପଥ କରି ଥାଆନ୍ତି। ଭୋଟ ଜିତିବା ପରେ ଯେତେବେଳେ ନେତା ହୋଇ ଯାଇଥାଆନ୍ତି, ସେତେବେଳେ ଲୋକ ମାନଙ୍କର କଥାକୁ ମନେ ନରଖିବା ସହିତ ସେମାନଙ୍କୁ ଖାତିର ମଧ୍ୟ କରନ୍ତି ନାହିଁ। ଯାହାକି ଏହା ଏକ ଅନ୍ୟାୟ କାର୍ଯ୍ୟ ଅଟେ। ତେବେ ବର୍ତ୍ତମାନ ଏଭଳି କିଛି ଅନେକ ସମସ୍ୟା ସରପଞ୍ଚ ମାନେ କରୁଛନ୍ତି।

ତେବେ ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ମାନଙ୍କରେ ଦେଖି ବାକୁ ମିଳିଥାଏ। ତେବେ ବନ୍ଧୁଗଣ ଏହି ସବୁକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଏକ ନୂଆ ନିୟମ ବାହାର କରିଛନ୍ତି। ତେବେ ଆସନ୍ତୁ କଣ ରହିଛି, ସେହି ନୂଆ ନିୟମ ଜାଣିବା, ଏଭଳି ଏକ ଘଟଣା ହରିୟାଣାରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ହରିୟାଣା ଗ୍ରାମପଞ୍ଚାୟତର ଥିବା ସରପଞ୍ଚ ଗରିବ ଲୋକ ମାନଙ୍କର ଦୁଃଖ କଷ୍ଟକୁ ଅଣଦେଖା କରୁଛନ୍ତି। ଏମିତିକି ଲୋକ ମାନଙ୍କର ମାଙ୍ଗଳିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ନଦେବା ସହିତ ଧ୍ୟାନ ମଧ୍ୟ ଦେଉ ନାହାଁନ୍ତି। ଯେଉଁ ଲୋକ ମାନେ ଅସୁବିଧାରେ ପଡୁଛନ୍ତି ସେମାନଙ୍କୁ ସାହାଯ୍ୟ ଓ ସହଯୋଗ ମଧ୍ୟ କରୁ ନାହାଁନ୍ତି।

ସବୁବେଳେ ନିଜ କାର୍ଯ୍ୟ ପ୍ରତି ଗୁରୁତ୍ୱ ଦେଉଛନ୍ତି। ଏହି ଘଟଣାକୁ ନେଇ ଗାଁ ଲୋକ ମାନେ ଖୁବ ଜୋରରେ ରାଗି ଯାଇ କହିଛନ୍ତି ଯେ, ସେମାନେ କେବଳ ଭୋଟ ସମୟରେ ଘର ଘର ବୁଲି ଲୋକ ମାନଙ୍କୁ ନେହୁରା ହୋଇ ଭୋଟ ମାଗି ଥାଆନ୍ତି। ଅନେକ କିଛି କାର୍ଯ୍ୟ କରିବା ପାଇଁ କଥା ମଧ୍ୟ ଦେଇ ଥାଆନ୍ତି। ତେବେ ନିର୍ବାଚନ ଶେଷ ହେବା ପରେ ଭୋଟରେ ଜିତି ଯିବା ପରେ ଦେଇ ଥିବା କଥା ସବୁ ଭୁଲି ଯାଇ ଥାଆନ୍ତି। ଲୋକ ମାନଙ୍କୁ କୀଟ ସଦୃଶ ଭାବରେ ଦେଖି ଥାଆନ୍ତି। ତେବେ ଏହି ଘଟଣାକୁ ନେଇ ସେମାନେ ଅଭିଯୋଗ କରି କହିଛନ୍ତି, ସେମାନଙ୍କୁ ଉଚିତ ଶାସ୍ତି ଦେବାକୁ ପଡିବ।

ତେବେ ଏହି ଖବର ଶୁଣି ହରିୟାଣା ସରକାର ବିଧାନସଭାରୁ ଏକ ବିଲ ପାସ କରିଥିଲେ, ଯେଉଁଥିରେ ଲେଖା ଅଛି ଯଦି କୌଣସି ବି ସରପଞ୍ଚ ଯେଉଁ ଲୋକ ମାନେ ଅସୁବିଧାରେ ପଡିଥିବେ, ଯଦି ସେମାନଙ୍କୁ ସାହାଯ୍ୟ ଓ ସହଯୋଗ ନକରନ୍ତି ତା’ହେଲେ ଲୋକ ମାନେ ଚାହିଁଲେ ସିକ୍ରେଟ ଭୋଟ ଦେଇ ତାଙ୍କୁ ସରପଞ୍ଚ ପଦବୀରୁ ହଟାଇ ଦେଇ ପାରିବେ। ତେବେ ସରକାରଙ୍କ ଏହି ନିୟମ ପରେ ସେହି ଗ୍ରାମରେ ଏକ ସଭା କାର୍ଯ୍ୟର ଆୟୋଜନ କରାଯିବ ଓ ସେଠାରେ ବସିଥିବା ଲୋକ ମାନେ ୬୭% ଭୋଟ ସରପଞ୍ଚଙ୍କ ବିରୁଦ୍ଧରେ ଯାଇ ଥିବ, ଯାହା ଫଳରେ କି ସେମାନେ ସରପଞ୍ଚ ତାଙ୍କ ପଦବୀରୁ ବହିସ୍କୃତ କରାଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.