Swastik Tv News Odisha

ପୁଣି ଓଡ଼ିଶାରେ ଲଜ୍ୟା ! ୫୫ ବର୍ଷୀୟ ମହିଳାଙ୍କୁ ଆଠଜଣ ଦୁଷ୍କର୍ମ କଲେ, ରକ୍ତାକ୍ତ କରି ଫିଙ୍ଗି ଦେଲେ…ଦେଖନ୍ତୁ Viral ଭିଡ଼ିଓ

0

ବର୍ତ୍ତମାନ ସମାଜରେ ଲୋକମାନଙ୍କ ମାନସିକତା କଳୁଷିତ ହୋଇଗଲାଣି। ନିଜ ମନ ମଧ୍ୟରେ ଯୌନ ଅଭିଳାଷ ରଖି ଦୁଷ୍କର୍ମ ଭଳି ଅପରାଧ କରିଚାଲିଛନ୍ତି। ବେଳେ ସମାଜରେ ଏଭଳି କିଛି ଘଟଣା ଘଟୁଛି ଯାହାକୁ, ଦେଖିଲା ପରେ ଝିଅ ବୋହୁ ବାହାରକୁ ଯିବା ପାଇଁ ଭୟ କରୁଛନ୍ତି। କାରଣ ଯେଉଁ ଅସାଜିକ ଯୌନ ରାକ୍ଷସ ମାନେ ନିଜର କଳୁଷିତ ମନ ନେଇ, କେତେବେଳେ କଣ ଘଟିବ କେହି କହି ପାରିବେ ନାହିଁ। ପ୍ରତ୍ୟେକ ଦିନ ଦୁଷ୍କର୍ମ ଭଳି ଘଟଣା ଦେଖିବା ପାଇଁ ମିଳୁଛି। ତେବେ ବର୍ତ୍ତମାନ ଏଭଳି କିଛି ଘଟଣା ଘଟିଛି, ଜାଣିଲେ ଆପଣଙ୍କ ମଣିଷ କହିବା ପାଇଁ ମଧ୍ୟ ଘୃଣା ଲାଗିବ। ତେବେ ଏହି ଘଟଣାଟି ହେଉଛି, ଜଣେ ବୟସ୍କ ମହିଳାଙ୍କୁ ୮ ଜଣ ମିଶି ଗଣଦୁଷ୍କର୍ମ କରିଥିବା ସୂଚନା ମିଳିଛି। ତେବେ ଆସନ୍ତୁ ଜାଣିବା ପୂରା ଘଟଣା ବିଷୟରେ;

ଏଭଳି ଏକ ଘଟଣା ମୟୁରଭଞ୍ଜ ଜିଲ୍ଲାର ରରୁଆନ ଥାନା ଅନ୍ତର୍ଗତ ଭଣ୍ଡର ନଦୀ କୂଳରେ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଶୁକୃଳି ବ୍ଲକର ଏକଘରି ଜଣେ ମହିଳାଙ୍କ ଘର, ତାଙ୍କର ବୟସ ୫୫ ବର୍ଷ ଅଟେ। ମହିଳା ଜଣଙ୍କ ଶୁକ୍ରବାର ଦିନ ଦଶହରା ଯାତ୍ରା ଦେଖିବା ପାଇଁ ଯାଇଥିଲେ ଓ ସେ ଫେରିବା ବାଟରେ ଦୁଇ ଜଣ ବ୍ୟକ୍ତି ବାଇକ ଯୋଗେ ତାଙ୍କ ନିକଟକୁ ଆସି, ମହିଳାଙ୍କୁ ତାଙ୍କ ଘରେ ଛାଡ଼ି ଦେବା ପାଇଁ କହିଥିଲେ। ମହିଳାଟି ତାଙ୍କ କଥାରେ ବିଶ୍ୱାସ କରି ଯାଇ ତାଙ୍କ ଗାଡ଼ିରେ ବସି ପଡିଥିଲେ ଓ ଏହା ପରେ ସେମାନେ ମହିଳାଙ୍କୁ ନଦୀ ନିକଟକୁ ନେଇ ପିଶାଚ ରାକ୍ଷସ ମାନେ ଜଣକ ପରେ ଜଣେ ଦୁଷ୍କର୍ମ କରି ଚାଲିଲେ ଓ ଏମିତିକି ତାଙ୍କ ପ୍ରାଇଭେଟ ପାର୍ଟରେ ମଧ୍ୟ ବାଡ଼ି ପୁରାଇ ଦେଇଥିଲେ।

ସେ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ଖୁବ ଜୋରରେ ଚିତ୍କାର ମଧ୍ୟ କରିଥିଲେ। କିନ୍ତୁ ପିଶାଚ ମାନେ ତାଙ୍କ ଆଖି ଓ ନାକକୁ ଫଟାଇ, ତାଙ୍କୁ ରକ୍ତାକ୍ତ କରି ନଦୀ କୂଳରେ ଫୋପାଡ଼ି ଦେଇ ଚାଲି ଯାଇଥିଲେ। ଶୁକୃଳି ଅରୁଆଳ ରାସ୍ତାରେ ମହିଲଟି ଉଲଗ୍ନ ଅବସ୍ଥାରେ ବସି କାନ୍ଦୁଥିଲେ। ସେଠାକାର ସ୍ଥାନୀୟ ଲୋକ ମାନେ ତାଙ୍କୁ ଦେଖି ଦୁର୍ଘଟଣା ହୋଇଛି ଭାବି ଅଗ୍ନିଶମ ବିଭାଗ ନିକଟକୁ ଖବର ଦେଇଥିଲେ ଓ ସେମାନେ ଘଟଣା ସ୍ଥଳରେ ପହଁଛି, ତାଙ୍କୁ ଉଦ୍ଧାର କରି ଶୁକୃଳି ମେଡିକାଲରେ ନେଇ ଭର୍ତ୍ତି କରିଥିଲେ କିନ୍ତୁ ତାଙ୍କ ଶରୀରର ଅବସ୍ଥା ଗୁରୁତ୍ବର ଥିବାରୁ ତାଙ୍କୁ କରଞ୍ଜିଆ ମୁଖ୍ୟ ମେଡିକାଲରେ ନେଇ ଭର୍ତ୍ତି କରିଥିଲେ।

ଏହି ଖବର ପାଇ ତାଙ୍କ ପରିବାର ଲୋକ ମାନେ ମେଡିକାଲରେ ପହଁଛି ଯାଇଥିଲେ।ତେବେ ଡାକ୍ତର ତାଙ୍କୁ ଦେଖି ସମସ୍ତ ପରୀକ୍ଷା କରି ସାରିବା ପରେ ତାଙ୍କୁ ଗଣ ଦୁଷ୍କର୍ମ କରା ଯାଇଛି ବୋଲି ସ୍ପଷ୍ଟ କରିଥିଲେ। ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖି, ଆଖ ପାଖରେ ସିସିଟିଭି ଫୁଟେଜକୁ ଚେକ କରିବା ସହିତ ଦୋଷୀକୁ ଧରିବା ପାଇଁ ଲାଗି ପଡିଛନ୍ତି। ତୁରନ୍ତ ଦୋଷୀକୁ ଧରି ଗିରଫ କରା ଯାଇ ତାଙ୍କୁ ଦଣ୍ଡ ଦିଆଯାଉ ବୋଲି ଦାବି କରା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.