Swastik Tv News Odisha

ସାଉଦି ଆରବ ଯିବାର ପରିଣାମ କ’ଣ ହୋଇଥାଏ ଥରୁଟିଏ ନିଶ୍ଚୟ ଦେଖନ୍ତୁ ଏହି ଭାଇରାଲ ଭିଡିଓ

0

ବନ୍ଧୁଗଣ ଏହା ସତ ଯେ ଅର୍ଥ ସମସ୍ତଙ୍କୁ ଆବଶ୍ୟକ ହୋଇଥାଏ ଏବଂ ନିଶ୍ଚିତ ଭାବରେ ଅର୍ଥ ପାଇଁ ମଣିଷ କିଛିବି କରିବାକୁ ରାଜି ହୋଇଯାଏ ଯଦି ଏହା ନିହାତି ଭାବରେ ଦରକାର୍ ରହିଥାଏ। ତେଣୁ ଏଥିପାଇଁ ଲୋକେ ଅନେକ ବଡ ବଡ ସହରକୁ ଯାଇଥାନ୍ତି କିଛି ରୋଜଗାର ର ପନ୍ଥା କୁ ଆପଣେଇବା ପାଇଁ। ସେଠାରେ ସେମାନଂକୁ ଅନେକ କଷ୍ଟ ସହିବାକୁ ପଡ଼ିଲେ ବି ସେମାନେ ଏସବୁ କରନ୍ତି କାରଣ ଟଙ୍କାର ଆବଶ୍ୟକତା ସେମାନଂକୁ ରହିଥାଏ। କିନ୍ତୁ କିଛି କ୍ଷେତ୍ରରେ ଦେଖିବାକୁ ମିଳିଥାଏ କି କିପରି ଭାବରେ ଲୋକେ ବାହାରକୁ ଯାଇ ବଡ ବଡ ସହରରେ ରହି ଅନେକ ଦୁଃଖ କଷ୍ଟ ସହି କାମ କରିବା ସତ୍ତ୍ୱେ ମଧ୍ଯ ସେମାନ ଙ୍କୁ ତାଙ୍କର ପାରିଶ୍ରମିକ ମିଳି ନଥାଏ।

ସେମାନଙ୍କ ପାଖରୁ ଶ୍ରମ ନେଇ ତାଙ୍କୁ କେବଳ ଶୋଷୋଣ କରା ଯାଇଥାଏ। ଅନେକ ଜଣ ଏପରି ସମସ୍ୟାରୁ ମୁକାବିଲା ପାଇଁ ଚେଷ୍ଟା କରିବି ମୁକୁଳି ପାରି ନଥାନ୍ତି। ତେବେ ସେଠାରେ ସେମାନଂକୁ ଅନେକ ଅତ୍ୟାଚାର ସହିବାକୁ ପଡେ। ସେହି ସମୟରେ ମନେ ପଡେ ନିଜର ମାଟି ମାଆ କଥା। ତେବେ ସେହିଭଳି ଏକ ଘଟଣାର କରୁଣ ଦୃଶ୍ୟ ଏବେ ସାମ୍ନାକୁ ଆସିଛି ଯେଉଁ ଘଟଣାରେ ଜଣେ ବ୍ୟକ୍ତି କିପରି ଭାବରେ କାମ କରିବାକୁ ଆସି ସେଠାରେ ଫସି ରହିଛନ୍ତି ଏବଂ କଷ୍ଟ ପାଉଛନ୍ତି ତାହା ଦେଖିବାକୁ ମିଳିଛି।ଏହି ବ୍ୟକ୍ତି ଜଣଙ୍କ ସାଉଦି ଆରବ ଯାଇଥିଲେ। କିନ୍ତୁ ସେଠାରୁ ଏବେ ସେ ଆସିବା ପାଇଁ ଚାହୁଁଛନ୍ତି।

କାରଣ ସେଠାରେ ତାଙ୍କ ଉପରେ ଅତ୍ୟାଚାର କରା ଯାଉଛି ବୋଲି ସେ କହିଛନ୍ତି। ତାଙ୍କୁ ଅଫିସ ରେ କାମ ଦିଆଯିବ ବୋଲି କୁହା ଯାଇଥିଲା କିନ୍ତୁ ସେ ବେଲଚା ମାରିବା କାମ କରୁଛନ୍ତି ସେଠାରେ। ତାଙ୍କ ଠାରୁ ତାଂକ ମାଲିକ ଅନେକ କାମ କରି ନେଉଛନ୍ତି ଆଉ ତା ପ୍ରତି ବାବଦରେ ତାଙ୍କୁ ଦରମା ବା ପାରିଶ୍ରମିକ ବି ଠିକ ଭାବରେ ମିଳୁନାହିଁ। ପ୍ରଥମେ ଠିକ୍ ଭାବରେ ଦରମା ମିଳିଥିବା ବେଳେ ଏବେ ଜମା ମିଳୁ ନଥିବା ସେ କହିଛନ୍ତି। ବରଂ ତାଙ୍କୁ ବହୁତ୍ ମାଡ଼ ମରା ଯାଉଛି ସେଠାରେ। ଏସବୁ ପାଇଁ ସେ ସେଠାରେ ଏକ ଭୟଭୀତ ରହିଲା ଭଳି ଅବସ୍ଥା ରେ ରହିଛନ୍ତି। ଆଉ ସେ ଏହାକୁ ସହି ପାରୁ ନାହାଁନ୍ତି।

ଏକ ସ୍ଥାନରେ ଆସି ସେ ଲୁଚିଥିବା ବେଳେ ତାଙ୍କୁ ଜଣେ ବ୍ୟକ୍ତି ସାହାସ ଦେଇଛନ୍ତି।ତାଙ୍କ ନିକଟରେ ଶୋଷୋଣ ର ଶିକାର ହେଉଥିବା ଏହି ବ୍ୟକ୍ତି ଜଣଙ୍କ ସବୁ କଥା କହିବା ସହିତ ସେ ଭାରତ ଯିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ତାଙ୍କ ଘର ଭାରତର ଏକ ରାଜ୍ୟ ପଶ୍ଚିମବଙ୍ଗ ର କୋଲକାତା ରେ ବୋଲି ସେ କହିଛନ୍ତି।ଏହି ବ୍ୟକ୍ତି ଜଣଙ୍କ ଉଦ୍ଧାର କରିଥିବା ଭାଇ ଜଣଙ୍କୁ ଗୁହାରୀ କରି କାନ୍ଦି କାନ୍ଦି କହୁଛନ୍ତି ଯେ ମୋତେ ଏଠାରୁ ନେଇ ଭାରତରେ ଛାଡ଼ିଦିଅ। ଏପରି କରୁଣ ଦୃଶ୍ୟ ଦେଖିଲେ ଆପଣ ବୁଝିଯିବେ ଯେ ସାଉଦି ଆରବରେ କେମିତି ରହିଥାଏ ଶ୍ରମ କରି ଅର୍ଥ ଉପାର୍ଜନ କରିବାକୁ ଯାଉଥିବା ଲୋକଙ୍କ ଜୀବନ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.