Swastik Tv News Odisha

Bastu Shastra – ଠାକୁର ଘର କେଉଁ ଦିଗରେ ହେବ ଏବଂ ତୁଳସୀ ଚଉରା କେଉଁଠି ହେବା ଉଚିତ୍, ନିଶ୍ଚୟ ଜାଣି ରଖନ୍ତୁ

0

ଅନେକ ସମୟ ଏମିତି କିଛି ଭୁଲ କାର୍ଯ୍ୟ କରିଥାଉ ଯାହା ପରବର୍ତ୍ତୀ ସମୟରେ ଆମକୁ ଅନେକ କଷ୍ଟ ଦେଇଥାଏ । ତେଣୁ ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ଗୃହ ନିର୍ମାଣ ସମୟରେ ଏହି ପ୍ରଶ୍ନ ନିଶ୍ଚୟ ଆସିଥାଏ , ଯେ ଠାକୁର ଘର କେଉଁ ଦିଗରେ ହେବା ଉଚିତ୍ ଏବଂ କେଉଁ ଦିଗକୁ ମିହଁ କରି ବସିବା ଉଚିତ୍ । ଏହିପରି ଅନେକ ପ୍ରଶ୍ନ ଆସିଥାଏ , ତେବେ ଆସନ୍ତୁ ଜାଣିବା ଏହାର ସଠିକ୍ ତଥ୍ୟ ବିଷୟରେ ।

1. ଠାକୁରଘର ଦିଗ :-

ପୂଜା ବା ଠାକୁର ଘର ଉତ୍ତର- ପୂର୍ବ ଦିଗ ବା ଐଶାନ୍ୟ କୋଣରେ ହେବା ଦରକାର , ଏହାର କୌଣସି ବିକଳ୍ପ କରିବା ଉଚିତ ନୁହେଁ । ଏହାର କୌଣସି ବିକଳ୍ପ କରିବା ଉଚିତ ନୁହେଁ , ଯଦି ଅନ୍ୟ ବ୍ୟବସ୍ଥା ନଥାଏ ତେବେ ଠାକୁର ଘର ଉତ୍ତର -ପୂର୍ବ ଦିଗରେ କରାଯାଇ ପାରେ । ଶୋଇବା ଘରେ ପୂଜା କରିବା ଅନୁଚିତ , ଯଦି କୌଣସି ବିକଳ୍ପ ନଥାଏ ତେବେ ଠାକୁର ରଖିବା ପାଇଁ ଏତ ସ୍ୱତନ୍ତ୍ର ଆସ୍ଥାନ କରନ୍ତୁ ଓ ପୂଜା ସରିବା ପରେ ଏଥିରେ ପରଦା ପକାନ୍ତୁ ।

2.ଠାକୁରଙ୍କ ମୁହଁ :-

ଗୃହରେ ଥିବା ପୂଜା ଘର ଠାକୁର ଫୋଟ ବା ମୂର୍ତ୍ତୀକୁ ପଶ୍ଚିମା ମୁହାଁ କରି ରଖିବା ଉତିତ୍ । କିନ୍ତୁ କେବଳ ମନ୍ଦିର ରେ ଠାକୁରଙ୍କ ମୁହଁ ପୂର୍ବ ମୁହାଁ ହୋଇ ରହିବେ ।

3. ତୁଳସୀ ଚଉରା ର ଦିଗ :-

ତୁଳସୀ ଚଉରା ଘରର ଉତ୍ତର ପୂର୍ବ ଦିବ ବା ଐଶାନ୍ୟ କୋଣରେ ହେବା ଉଚିତ , ଏହା ଘରର ମୁଖ୍ୟ ଦ୍ୱାର ର ଡାହାଣକୁ ରହିବା ଉଚିତ । ଯେମିତି ଘରୁ ବାହାରକୁ ଯିବା ସମୟରେ ଡାହାଣ ପାଖକୁ ରହିବ ତୁଳସୀ ଚଉରା ପଶ୍ଚିମ ମୁଖା ହେବା ଉଚିତ । ଯେମିତି ଯିଏ ପୂଜା କରିବ ସେ ପୂର୍ବକୁ ମୁହଁ କରି ସୂର୍ଯ୍ୟଙ୍କୁ ପାଣି ଦେଇପାରିବ ।

4. ଠାକୁରଘର କବାଟ :-

ପୂଜା ଘର ବା ଠାକୁରଘର କବାଟ ଓ ଝରକା ଆଦି ଉତ୍ତର ବା ପୂର୍ବ ଦିଗକୁ ରଖା ଯାଇପାରେ । ପୂଜା ଘରର କବାଟ ଏକଫାଳିଆ ନହୋଇ ଦୁଇ ପଟିଆ ହେବା ଉଚିତ , ଏହା ଲୁହା , ଟିଣ ବା ଗ୍ରିଲ ନହେବା ଉଚିତ । ପୂଜା ଘରର ବନ୍ଧ 4 କାଠ ହେବା ଉଚିତ , ଏହାଛଡା ଠାକୁର ଘରର କବାଟ ଆପେ ଆପେ ଖୋଲିବା ବା ବନ୍ଦ ହୋଇଯିବା ଭଲ ନୁହେଁ ।

5. ଠାକୁର ଘରର ଫୋଟ ବା ମୂର୍ତ୍ତି ରଖିବାର ନିୟମ :-

ଘରେ ମୂର୍ତ୍ତି ପୂଜା ନକରି ଫୋଟ ପୂଜା କରିବା ଉଚିତ , ଯଦି ମୂର୍ତ୍ତି ପୂଜା କରାଯାଏ ତେବେ ମୂର୍ତ୍ତିର ଉଚ୍ଚତା 6 ଆଙ୍ଗୁଳିରୁ ଛୋଟ ହେବା ଭଲ ଅଟେ । ମାତ୍ର ଘରେ କାଳି , ହନୁମାନ , ଶିବ , ନୃସିଂହ ମୂର୍ତ୍ତି ପୂଜା ନିଷେଧ କରାଯାଇଛି ।

6. ପୂଜା ଆସ୍ଥାନ :-

ଠାକୁର ଫୋଟ ବା ମୂର୍ତ୍ତି କାନ୍ଥକୁ ଲଗାଇ ରଖିବା ବା ଟାଙ୍ଗିବା ଉଚିତ ନୁହେଁ ,ଏଥିପାଇଁ ଆସ୍ଥାନ ,ବିମାନ ବା ପିଠ କରାଯିବା ଉଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.