Swastik Tv News Odisha

ଲକ୍ଷେ ଟଙ୍କା ଦିଅ ମୋ ସ୍ତ୍ରୀକୁ ନିଅ…ଦେଖନ୍ତୁ Viral ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବା ପାଇଁ ମିଳୁଛି। ସମାଜରେ ଅନ୍ୟାୟ ,ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ସମାଜର ସମସ୍ତ ଲୋକ ମାନେ ବହୁ ସ୍ୱାର୍ଥପର ହେବା ସହ ଟଙ୍କା ଲୋଭୀ ମଧ୍ୟ ହୋଇ ଗଲେଣି ଓ ଟଙ୍କା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ଅଛନ୍ତି ଏମିତିକି ଟଙ୍କା ପାଇଁ ନିଜ ପରିବାର ଲୋକଙ୍କୁ ବିକ୍ରି ମଧ୍ୟ କରି ଦେଉଛନ୍ତି। ଯାହାକି ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ କଥା। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଆପଣ ମାନେ ଜାଣିଲେ ଚକିତ ହୋଇ ଯିବେ। ତାହା ହେଉଛି ସ୍ୱାମୀ କିଛି ଟଙ୍କା ପାଇଁ ନିଜ ସ୍ତ୍ରୀ କୁ ବିକ୍ରି କରି ଦେଇଛନ୍ତି। ତେବେ ଆସନ୍ତୁ କଣ ରହିଛି ପୁରା ଘଟଣା ଜାଣିବା;

ଏଭଳି ଏକ ଘଟଣା ଭବାନୀପାଟଣାରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଜଣେ ଯୁବକ ଓ ଜଣେ ଯୁବତୀ ପରସ୍ପର ପ୍ରତି ବହୁତ ଭଲ ପାଉ ଥିଲେ। କେହି କାହାରିକୁ ଛାଡି ରହି ପାରନ୍ତି ନାହିଁ। ସାତ ଜନ୍ମର ସାଥି ହୋଇ ରହିବା ପାଇଁ ଦୁହେଁ ଦୁହିଁଙ୍କୁ କଥା ମଧ୍ୟ ଦେଇଥିଲେ। ତାଙ୍କ ଦୁହିଁଙ୍କ ସମ୍ପର୍କ ବିଷୟରେ, ଘର ଲୋକ ମାନେ ଜାଣି ପାରି ଦୁହିଁଙ୍କୁ କାଳେ ଅଲଗା କରିଦେବେ, ସେଥିପାଇଁ ସେମାନେ ଘର ଛାଡ଼ି ପଳେଇବାକୁ ନିଷ୍ପତ୍ତି ନେଇଥିଲେ।

ଏହା ପରେ ସେମାନେ ଘର ଛାଡ଼ି ପଳାଇ ଯାଇ ଥିଲେ। ଏହି ଖବର ଘର ଲୋକ ମାନେ ଜାଣି ପାରି, ଦୁହିଁଙ୍କୁ ଡକାଇ ଥିଲେ। ସେମାନେ ଆସି ପହଁଚିବା ପରେ ସେ ଦୁହିଁଙ୍କର ଘର ଲୋକ ମାନେ ତାଙ୍କର ବିବାହ କରି ଦେଇ ଥିଲେ। ବାହାଘରର କିଛି ଦିନ ପର୍ଯ୍ୟନ୍ତ ସବୁ କିଛି ଠିକ ଠାକ ଚାଲି ଥିଲା। କିନ୍ତୁ ଏହା ପରେ ଯୁବକଙ୍କ ଘର ଲୋକ ମାନେ ଗାଳି ଗୁଳଜ କରିଥିଲେ। ସେମାନେ ଦୁହେଁ ଅଲଗା ମଧ୍ୟ ଖାଉ ଥିଲେ। ଏହା ପରେ ବାହାରକୁ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ତା’ପରେ ବାହାରକୁ ଦୁହେଁ ପଳାଇ ଯାଇ ଥିଲେ। କିଛି ଦିନ ପରେ ଯୁବକଟି ଲକ୍ଷେ ଟଙ୍କାରେ ନିଜ ସ୍ତ୍ରୀ କୁ ବିକ୍ରି କରି ଦେଇଥିଲା।

କିଛି ଦିନ ପରେ ଯୁବକ ଜଣଙ୍କ ଫୋନ କରି ଯୁବତୀଙ୍କ ପରିବାର ଲୋକ ମାନଙ୍କୁ ମିଛ କଥା କହିଥିଲେ ଯେ, ଯୁବତୀ ଜଣଙ୍କ ଅନ୍ୟ କାହା ସହିତ ପଳାଇଛନ୍ତି। ତାଙ୍କ ଘର ଲୋକ ମାନେ ଯୁବକଙ୍କ ଉପରେ ସନ୍ଦେହ କରି ଥାନାରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ତାଙ୍କ ପରିବାର ଲୋକ ମାନଙ୍କୁ ସାହାଯ୍ୟ କରି ଯୁବତୀଙ୍କୁ ଫେରାଇ ଆଣିଥିଲେ। ଯେତେବେଳେ ଯୁବତୀଙ୍କୁ ପଚରା ଯାଇଥିଲା, ଯୁବକ ତାଙ୍କୁ ଟଙ୍କା ପାଇଁ ବିକ୍ର କରି ଦେଇଥିଲେ, ବୋଲି ସେ କହିଥିଲେ। ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଉଚିତ ଦଣ୍ଡ ଦିଆଯାଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.